ETV Bharat / state

ସମନ୍ବିତ ଚାଷରୁ ସ୍ବାବଲମ୍ବୀ ସାଆନ୍ତା

author img

By ETV Bharat Odisha Team

Published : Dec 6, 2023, 8:23 PM IST

ଆମ୍ବ ଟାକୁଆରୁ ଜୈବିକ ଖତ ପ୍ରସ୍ତୁତ କରି ଚର୍ଚ୍ଚାରେ କୋରାପୁଟର ଚାଷୀ ନାଥ ସାଆନ୍ତା ।ସମନ୍ୱିତ ଚାଷ ଜରିଆରେ ସ୍ୱାବସଲମ୍ବୀ ହେବା ସାହସ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଯୋଗାଇ ପାରୁଛନ୍ତି ସେ । ଅଧିକ ପଢନ୍ତୁ

କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିହୁଏ

କୋରାପୁଟ: କଥାରେ ଅଛି "ଚାଷ କାମ ଯାହାର କି ଆନନ୍ଦ ତାହାର ।" କୋରାପୁଟର ଜୁରିପୁଟ ଗ୍ରାମର ଚାଷୀ ନାଥ ସାଆନ୍ତା ପାରମ୍ପରିକ ଚାଷରେ ସଫଳତା ପାଇ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେ ଆଜି ସମନ୍ୱିତ ଚାଷ ଜରିଆରେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଯୋଗାଇ ପାରୁଛନ୍ତି । ଦିନେ ଯେଉଁ ଜମି ଖଣ୍ଡକ ଚାଷ ପାଇଁ ଅନୁପଯୁକ୍ତ ଥିଲା । ତାହା ଆଜି ଗୋଟିଏ ପରିବାରର ଆନନ୍ଦମୟ ଜୀବନ ପାଇଁ ଆୟର ପନ୍ଥା ଖୋଲି ଦେଇଛି । କେବଳ ସେତିକି ନୁହେଁ ସେ ଆମ୍ବ ଟାକୁଆକୁ ସାର ରୂପେ ବ୍ୟବହାର କରି ଚର୍ଚ୍ଚାରେ ରହିଛନ୍ତି ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଖଜୁରିପୁଟ ଗାଁରେ ରହୁଥିବା ନାଥ ସାନ୍ତା ସିୱାଇଏସଡି ସହଯୋଗରେ ଗଡାଣିଆ ଜମିକୁ ଚାଷ ଉପଯୋଗୀ ଜମିରେ ପରିଣତ କରି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ସେ ଗୋଟିଏ ଜମିରେ ବିଭିନ୍ନ ପ୍ରକାର ଚାଷ କରି ବେଶ ସଫଳ ହୋଇପାରିଛନ୍ତି ।

ସିୱାଇଏସଡ଼ିର ସ୍ୱେଛାସେବୀ ଗୋପାଳ ଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ," ୨୦୦୮ ମସିହାରେ ପ୍ରକଳ୍ପର ସହାୟତାରେ ନାଥ ସାଆନ୍ତା ଏକ କ୍ଷେତ୍ର ପରିଦର୍ଶନରେ ଥିଲେ । ଏହାପରେ ସେ ୬ ଏକର ପାହାଡିଆ ଜମିକୁ ଚାଷ ଉପଯୋଗୀ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ନାଥ ଓ ତାଙ୍କ ପତ୍ନୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରକଳ୍ପର ସହାୟତାରେ ଗତ 10ବର୍ଷ ମଧ୍ୟରେ ଜମିର ରୂପରେଖ ପରିବର୍ତ୍ତନ ହେବା ସହିତ ପନିପରିବା ଚାଷ କରିବା, ଆମ୍ବ ବଗିଚା ପ୍ରସ୍ତୁତ କରିବା ଏବଂ ମାଛ ଚାଷ ଓ ଗୋପାଳନ କରିବା ଦ୍ୱାରା ନାଥ ନିଜ ପରିବାରର ଆର୍ଥିକ ଓ ସାମାଜିକ ପ୍ରଗତି ଆଣିବା ଦିଗରେ ସଫଳ ହୋଇଛନ୍ତି । "

ଏହା ମଧ୍ୟ ପଢନ୍ତୁ....ଧାନଚାଷ ଦେଇଛି ପରିଚୟ, ଗୋଟିଏ ଗଛରେ ଫଳୁଛି ୯ କେଣ୍ଡା ଧାନ

ଏହି ଚାଷ କାର୍ଯ ଦ୍ୱାରା ବଡ ଝିଅର ବିବାହ କରାଇବା ଠାରୁ ଆରମ୍ଭ କରି ଅନ୍ୟ ୩ ଝିଅଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠପଢ଼ାଇବା ଓ ନୂତନ କୃଷି ଉପକରଣ କିଣିବା ପାରିଛନ୍ତି । ଯେଉଁ ପଚାସଢା ଆମ୍ବ ଟାକୁଆ ଖାଇ ଲୋକେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୁଏ ସେହି ଆମ୍ବ ଟାକୁଆକୁ ଗୋବର ସହ ମିଶାଇ ଉନ୍ନତ ମାନର ଜୈବିକ ଖତ ପ୍ରସ୍ତୁତ କରିଥାନ୍ତି ନାଥ ସାଆନ୍ତା । ପାରମ୍ପରିକ ଜ୍ଞାନ କୌଶଳ ପ୍ରୟୋଗର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ବୋଲି କହିଛନ୍ତି କୃଷି ଗବେଶକ ଦେବୀ ମହାନ୍ତି । ନିଜ ପରିଶ୍ରମରେ ନିଜ ଜମିରେ ଫସଲ ଉତ୍ପାଦନ କରି ପରିବାର ଭରଣ ପୋଷଣ କରିବା ସହ ନିଜ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରିବାର ସଂକଳ୍ପ ନେଇ ନାଥ ସାଆନ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.