ETV Bharat / state

ପଟ୍ଟାଙ୍ଗି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

author img

By

Published : Nov 13, 2020, 5:35 PM IST

ଜିଲ୍ଲାର ପଟ୍ଟାଙ୍ଗି ହତ୍ୟା ମାମଲାରେ ପୋଲିସ ସଠିକ ଭାବେ ତଦନ୍ତ କରୁନଥିବା କହି ପରିବାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Family demands crime branch investigation in Pattangi murder case
ପଟ୍ଟାଙ୍ଗି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

କୋରାପୁଟ: ଗତ 3 ତାରିଖରେ ଜିଲ୍ଲାର ପଟ୍ଟାଙ୍ଗିରେ 28 ବର୍ଷର ଜଣେ ଯୁବ ବ୍ୟବସାୟୀଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ 3ଜଣଙ୍କୁ ଗିରଫ କରିବା ପରେ ମଧ୍ୟ ତଦନ୍ତ ସଂପୂର୍ଣ୍ଣ ନଥିବା କହି ସଂପର୍କୀୟ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଶହ ଶହ ଲୋକଙ୍କ ସହ ପଦଯାତ୍ରା କରିଛନ୍ତି ।

ପଟ୍ଟାଙ୍ଗି ଗ୍ରାମର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ହତ୍ୟାକାଣ୍ଡର କାରଣ ଜୁଆଖେଳ ବୋଲି ପୋଲିସ କହିଥିଲା । ଗ୍ରାମର ସୁନୀଲ ପାଢ଼ୀ ନାମକ ଜନୈକ ଯୁବକ ଗଙ୍ଗା ପ୍ରସାଦଠାରୁ ଜୁଆ ଖେଳରେ 3 ଲକ୍ଷ ଟଙ୍କା ହାରିଯାଇଥିଲା । ପରେ ସୁନୀଲର ସାନ ଭାଇ ଅନୀଲ ପାରଳାଖେମୁଣ୍ଡିର ଜଣେ ସୁପାରୀ କିଲର ଦ୍ବାରା ଗଙ୍ଗା ପ୍ରସାଦକୁ ହତ୍ୟା କରାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଗୁରୁବାର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ତେବେ ଏହି ହତ୍ୟା ମାମଲାରେ ସୁନୀଲ ଓ ତାଙ୍କ ପରିବାର ସମ୍ପୃକ୍ତ ଥିବା ବେଳେ କେବଳ ଅନୀଲକୁ ଗିରଫ କରି ପଟ୍ଟାଙ୍ଗି ପୋଲିସ ଅଧାପନ୍ତରିଆ ତଦନ୍ତ କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ମୃତକଙ୍କୁ ଜଣେ ବଡ ଜୁଆଡି ଓ ଗଞ୍ଜେଇ ବେପାରୀ ସହ ଜଡିତ ଥିବା ଦର୍ଶାଉଛି ଏବଂ ମୃତକ ଜଣେ ହୋମଗାର୍ଡ ହୋଇଥିବା ଯୋଗୁଁ ତଦନ୍ତକୁ ଠିକ ବାଟରେ ନେଉନଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି । ଏଥିଲାଗି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଶୁକ୍ରବାର ମୃତକଙ୍କ ପରିବାର ସମେତ ଶହ ଶହ ବ୍ୟକ୍ତି ପଟ୍ଟାଙ୍ଗିଠାରେ ଏକ ବିଶାଳ ପଦଯାତ୍ରାରେ ବାହାରି ନିଜ ଦାବିକୁ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.