ETV Bharat / state

'ଇଟିଭି ଭାରତ'ର ମହାପ୍ରଭାବ: ଗାଁ ଲୋକଙ୍କୁ ମିଳିଲା ଆଲୋକ - koraput

କୋରାପୁଟ ଜିଲ୍ଲା ମହାଦେଇପୁଟ ବ୍ଲକ ଅନ୍ତର୍ଗତ ଲାଲଗୁଡା ଗ୍ରାମରେ ନାହିଁ ବିଦ୍ୟୁତ । ଏହି ସମସ୍ୟା ଆମ 'ଇଟିଭି ଭାରତ'ରେ ପ୍ରସାରିତ ହେବା ପରେ ଗ୍ରାମବାସୀଙ୍କୁ ମିଳିଛି ଆଲୋକ । କୋରାପୁଟ ବନବିଭାଗ ଗାଁ ସମସ୍ୟା ବିଷୟରେ ଜାଣିବା ପରେ ପ୍ରତ୍ୟେକ ଘରେ ଘରେ ଯୋଗାଇଛନ୍ତି ସୌରବତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 23, 2019, 9:59 PM IST

କୋରାପୁଟ: ସ୍ବାଧୀନତା ପରଠୁ ଏହି ଗାଁରେ ନାହିଁ ବିଦ୍ୟୁତ । କୋରାପୁଟ ଜିଲ୍ଲା ମହାଦେଇପୁଟ ବ୍ଲକ ଅନ୍ତର୍ଗତ ଲାଲଗୁଡା ଗ୍ରାମରେ ରୁହନ୍ତି 30 ପରିବାର । ଏହି ଗାଁର ଲୋକେ ଅନ୍ଧାରରେ ରାତି ବିତାନ୍ତି । ଗରିବଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଛନ୍ତି ସତ ହେଲେ ସରକାରଙ୍କ ନଜରରେ ଆସୁନି ଏହି ଲାଲଗୁଡାର ସମସ୍ୟା । ଏନେଇ ଆମ 'ଇଟିଭି ଭାରତ'ର ପ୍ରତିନିଧି ଲାଲଗୁଡା ପହଞ୍ଚି ବାର୍ତ୍ତା ପ୍ରାସାରିତ କରିଥିଲା । ଆଉ ଯାହାର ପ୍ରଭାବରେ ଗାଁ ଲୋକଙ୍କୁ ମିଳିଛି ଆଲୋକ ।

ଲାଲଗୁଡାର ଅସୁବିଧା ସମ୍ପର୍କରେ ଇଟିଭି ଭାରତ ଦ୍ବାରା ବାର୍ତ୍ତା ପ୍ରସାରିତ ହେବା ପରେ କୋରାପୁଟ ବନବିଭାଗ ଏହାକୁ ଗମ୍ଭୀର ସହ ଚିନ୍ତା କରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଲାଲଗୁଡାର ଘରେ ଘରେ ଉନ୍ନତ ମାନର ସୌରାବତୀ ପ୍ରଦାନ କରିଛନ୍ତି ବନବିଭାଗ । ବନବିଭାଗର ରେଞ୍ଜର ସୁବାଷ ଖୁଣ୍ଟିଆଙ୍କ କହିବା ଅନୁଯାୟୀ ସେ ଏହି ଖବରକୁ ଦେଖିବା ପରେ ମୁଖ୍ୟସ୍ରୋତରୁ ଦୂରରେ ରହିଯାଇଥିବା ଏହି ପରିବାର ଗୁଡିକୁ କିଛି ମାତ୍ରାରେ ସହାୟତା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେଣୁ ଆଜି ଲାଲଗୁଡା ଗାଁରେ ପହଞ୍ଚି ସମସ୍ତ 30ଟି ଘରର ମୁରବି ମାନଙ୍କ ହାତରେ ବିଭାଗ ତରଫରୁ ସୌରବତୀ ଦେଇଛନ୍ତି । ଏହାଫଳରେ ଗାଁର ବିଜୁଳି ସଂଯୋଗ ନଥିବାର ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂର ନହେଲେବି ରାତିର ଅନ୍ଧକାର ମଧ୍ୟରେ ବୁଡି ରହିଥିବା ଲାଲଗୁଡାବାସୀ ଶୌଚକୁ ଯିବା ପାଇଁ ସୁବିଧା ହେଉଛି । ଏହାସହ ସେମାନେ ସାଧାରଣ ଭାବେ ଚଳପ୍ରଚଳ ହେବାରେ ସୁବିଧା ହେବା କାରଣରୁ ଖୁସି ପ୍ରକାଶ କରିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

gfdf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.