ETV Bharat / state

ପୁଣି ହସିବେ ଦିବ୍ୟାଙ୍ଗ ଶିଶୁ, କୋରାପୁଟରେ ସ୍ଥାପିତ ହେଲା ଆବାସିକ ପୁନର୍ବାସ କେନ୍ଦ୍ର - ଶାରୀରିକ ଓ ମାନସିକ ଭାବେ ଅନଗ୍ରସର ଥିବା ଦିବ୍ୟାଙ୍ଗ ପିଲା

ଶାରୀରିକ ଓ ମାନସିକ ଭାବେ ଅନଗ୍ରସର ଥିବା ଦିବ୍ୟାଙ୍ଗ ପିଲାଙ୍କ ପାଇଁ କୋରାପୁଟରେ ଆବାସିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା । ଅଧିକ ପଢ଼ନ୍ତୁ

ଦିବ୍ୟାଙ୍ଗ ପିଲାଙ୍କ ଅନ୍ତର୍ନିହିତ ସମ୍ଭାବନାକୁ ଉଜ୍ଜୀବିତ କରିବା ଲକ୍ଷ୍ୟ

author img

By

Published : May 12, 2023, 10:03 AM IST

ଦିବ୍ୟାଙ୍ଗ ପିଲାଙ୍କ ଅନ୍ତର୍ନିହିତ ସମ୍ଭାବନାକୁ ଉଜ୍ଜୀବିତ କରିବା ଲକ୍ଷ୍ୟ

କୋରାପୁଟ: ଶାରୀରିକ ଓ ମାନସିକ ଭାବେ ଅନଗ୍ରସର ଥିବା ଦିବ୍ୟାଙ୍ଗ ପିଲାଙ୍କ ପାଇଁ କୋରାପୁଟେର ଦ୍ଵିତୀୟ ଆବାସିକ ପୁନର୍ବାସ କେନ୍ଦ୍ର ବୈପାରିଗୁଡା ଠାରେ ପ୍ରତିଷ୍ଠା ହୋଇଯାଇଛି । ଶାରୀରିକ ଭାବେ ଚାଲିବୁଲି ପାରୁନଥିବା ପିଲାଙ୍କ ସମେତ ମାନସିକ ସନ୍ତୁଳନ ହରାଇଥିବା ପିଲାଙ୍କୁ ଏହି କେନ୍ଦ୍ରରେ ସେମାନଙ୍କ ଅନ୍ତର୍ନିହିତ ସମ୍ଭାବନାକୁ ଉଜ୍ଜୀବିତ କରିବା ପାଇଁ ପ୍ରେରଣା ଯୋଗାଇ ଦିଆଯିବ । ସାଧାରଣ ଶିଶୁଙ୍କ ଭଳି ଚଳପ୍ରଚଳ ହେବା ପାଇଁ ସେମାନେ ଆବଶ୍ୟକ କରୁଥିବା କୌଶଳର ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ଏଥିସହ ଆଦୌ ଏହି କେନ୍ଦ୍ରକୁ ଆସିପାରୁନଥିବା ଶିଶୁଙ୍କୁ ଘରୋଇ ଚିକିତ୍ସା, ତାଲିମ ତଥା ସହଯୋଗ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟ ସମ୍ପାଦିତ କରିବା ପାଇଁ ସଂସ୍ଥା ତରଫରୁ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଓ ଦିବ୍ୟାଙ୍ଗ ଶିଶୁମାନଙ୍କ ପରିବାର ସହ ସମ୍ପର୍କ ସ୍ଥାପନା କରି ସମୟୋଚିତ ସେବା ଯୋଗାଇ ଦିଆ ଯୋଉଥିବା ଏକତାର ସମ୍ପାଦକ କହିଛନ୍ତି ।

ଏକତା ଦ୍ବାରା ଭିନ୍ନଷମଙ୍କ ନିମନ୍ତେ ଥଇଥାନ ଓ ଫିଜିଓ ଥେରାପି କେନ୍ଦ୍ର ଉଦଘାଟନ କରାଯାଇଛି । ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭିନ୍ନଷମ ପିଲା ରହିବା ସହିତ ଫିଜିଓ ଥେରାପିଙ୍କ ଚିକିତ୍ସା ପାଇ ପାରିବେ । ଦୁରୁଗୁଡା ଠାରେ ଏକତା ସଂଗଠନ ଦ୍ବାରା ପ୍ରତିଷ୍ଠିତ ଭିନ୍ନକ୍ଷମ ପୁନର୍ବାସ ଆବାସିକ କେନ୍ଦ୍ରରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ଶିଶୁଙ୍କୁ ସଫଳତାର ସହ ସେବା ଯୋଗାଇବା ଦିଆଯାଇଥିବା ଏକତାର ସମ୍ପାଦକ କହିଛନ୍ତି ।

ଏକତାର ସମ୍ପାଦକ ଜଗନ୍ନାଥ ମିଶ୍ର କହିଛନ୍ତି, ‘‘ବର୍ତ୍ତମାନ ବୈପାରିଗୁଡା ବ୍ଲକରେ ସ୍ଥାପନ କରାଯାଇଥିବା ଏହି କେନ୍ଦ୍ରରେ ବୈପାରିଗୁଡା, କୁନ୍ଦୁରା ଓ ଲମତାପୁଟ ବ୍ଲକର ଶହସ୍ରାଧିକ ଦିବ୍ୟାଙ୍ଗ ଶିଶୁ ଲାଭବାନ ହୋଇପାରିବେ । ଦୁଇବର୍ଷ ପୂର୍ବେ ଶୁକ୍ରୀଗୁଡା ଗାଁର ଦଶ ବର୍ଷର ଛାତ୍ର ତନ୍ମୟ ସାଉଁତାଙ୍କ ଉପରେ ବିଦ୍ୟୁତ ତାର ପଡିଯିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲା । ଫଳରେ ତାର ଡାହାଣ ଗୋଡଟିକୁ ଅସ୍ତ୍ରୋପଚାର କରି କାଟି ଦେବାକୁ ପଡିଥିଲା । ସେହି ଦିନଠାରୁ ବାପା ମା’ ତାକୁ ବୋହି ବୋହି ସ୍କୁଲକୁ ନେବାଆଣିବା କରିଆସୁଛନ୍ତି ।

ତେବେ ଏକତା ସଂଗଠନର କର୍ମକର୍ତ୍ତା ଏ କଥା ଜାଣିବା ପରେ ସମସ୍ତ ଆବଶ୍ୟକତାକୁ ପୂରଣ କରି ଶିଶୁଟି କିପରି ବିଦ୍ୟାଳୟକୁ ଯାଇପାରିବ ସେ ଦିଗରେ କାର୍ଯ୍ୟ କରାଯାଇଥିଲା । ତନ୍ମୟର କଟାଯାଇଥିବା ଖଣ୍ଡିତ ଗୋଡ଼ର ମାପ ଓ ଅବସ୍ଥାକୁ ପରୀକ୍ଷା କରି ତାକୁ କୃତ୍ରିମ ଅଙ୍ଗ ପୁନଃ ରୋପଣ ଯୋଜନାରେ ସାମିଲ କରିଥିଲେ । କେରର୍ସ ୱାର୍ଲଡ଼ ୱାଇଡ଼ ଓ କାକିନାଡାର ଉମା ଏଜୁକେସନାଲ ସୋସାଇଟିର ସହଯୋଗରେ ତନ୍ମୟଙ୍କୁ କ ସ୍ବତନ୍ତ୍ର ଅଙ୍ଗରୋପଣ ଶିବିରରେ ଗୋଡ଼ ଲଗାଇ ଦିଆଗଲା । ବର୍ତ୍ତମାନ ତନ୍ମୟ ଚାଲିବାରେ ସକ୍ଷମ ହୋଇଛି ।’’

ଇଟିଭି ଭାରତ, କୋରାପୁଟ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.