ETV Bharat / state

ଫ୍ରେଞ୍ଚ ଔପନ୍ୟାସିକ ମିଲନ କୁନ୍ଦେରାଙ୍କ ସ୍ମୃତିରେ ବିଶିଷ୍ଟ ଲେଖକ ନାରାୟର ପଣ୍ଡାଙ୍କ ନିଆରା ପାଠଗାର - ବିଶିଷ୍ଟ ଲେଖକ ନାରାୟର ପଣ୍ଡାଙ୍କ ନିଆରା ପାଠଗାର

ଚେକ ଏବଂ ଫ୍ରେଞ୍ଚ ଭାଷାର ପ୍ରସିଦ୍ଧ ଔପନାସିକ ମିଲନ କୁନ୍ଦେରାଙ୍କ ପରଲୋକ ଘଟିଛି । ତାଙ୍କ ସ୍ମୃତିରେ ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକଙ୍କୁ ସଂଗ୍ରହ କରି ବ୍ୟକ୍ତିଗତ ପାଠାଗାର ତିଆରି କରିଛନ୍ତି ବିଶିଷ୍ଟ ଲେଖକ ନାରାୟଣ ପଣ୍ଡା । ଅଧିକ ପଢ଼ନ୍ତୁ

french novelist milan kundera died
ଚେକ ଏବଂ ଫ୍ରେଞ୍ଚ ଭାଷାର ଲେଖକ ମିଲନ କୁନ୍ଦେରାଙ୍କ ପରଲୋକ
author img

By

Published : Jul 15, 2023, 8:49 PM IST

ଚେକ ଏବଂ ଫ୍ରେଞ୍ଚ ଭାଷାର ଲେଖକ ମିଲନ କୁନ୍ଦେରାଙ୍କ ପରଲୋକ

କୋରାପୁଟ: ଚେକ ଏବଂ ଫ୍ରେଞ୍ଚ ଭାଷାର ପ୍ରସିଦ୍ଧ ଔପନାସିକ ମିଲନ କୁନ୍ଦେରାଙ୍କ 94 ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ବିଶ୍ଵର ସମସ୍ତ ସାହିତ୍ୟ ଜଗତ ମର୍ମାହତ ହୋଇଛି । ସାହିତ୍ୟ ପ୍ରତି ରହିଥିବା ତାଙ୍କ ଅବଦାନକୁ ମନେ ପକାଇଛି ପୁରା ବିଶ୍ବ । ଅନେକ ଲେଖକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଅଟନ୍ତି । ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ନାରାୟଣ ପଣ୍ଡା ମିଲନ କୁନ୍ଦେରାଙ୍କ ବିୟୋଗରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ମିଲନ କୁନ୍ଦେରାଙ୍କୁ ନିଜ ଗୁରୁ ଭାବେ ମାନୁଥିଲେ ନାରାୟଣ ପଣ୍ଡା । ତାଙ୍କ ଦ୍ବାରା ରଚିତ ଅନେକ ପୁସ୍ତକକୁ ସେ ଏକାଠି ନିଜ ଘରେ ଏକ ପାଠାଗାର ତିଆରି କରିଥିଲେ । ଯେଉଁଥିରେ କେବଳ ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ଗୁଡ଼ିକ ରହିଛି । ନିଜ କଲେଜ ଛାତ୍ର ଜୀବନରୁ କାଫକା ଓ କାମୁଙ୍କ ସାହିତ୍ୟକୁ ଭଲ ପାଇ ବସିଥିବା ନାରାୟଣ ପଣ୍ଡା ଏହି ଲେଖକଙ୍କ ରଚନା ବେଶ ପ୍ରଭାବିତ କରିଥିଲା । ମିଲନଙ୍କ ପୁସ୍ତକକୁ ବିଶ୍ଲଷଣ କରି ସେ ନିଜ ରଚନା ଓ ସାହିତ୍ୟକୁ ଆଗେଇ ନେବାରେ ସଫଳ ହୋଇଥିଲେ । ଏନେଇ ସେ କହିଛନ୍ତି, "ଯେବେଠୁ ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ପଢ଼ିବାକୁ ଲାଗିଲି । ସାହିତ୍ୟ ପ୍ରତି ଥିବା ତାଙ୍କର ସାଧନାକୁ ବୁଝି ପାରିଥିଲି । ବଜାରରେ ଯେଉଁଠି ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ଦେଖିବାକୁ ପାଏ, ତାକୁ କିଣି ନେଇ ନିଜ ଘରୋଇ ପାଠାଗାରରେ ଯୋଡିବାରେ ସାମିଲ କରିଥାଏ । ମିଲନ କୁନ୍ଦେରାଙ୍କ ଦ୍ବାରା ରଚିତ ଦ ଆର୍ଟ ଅଫ ନୋଭେଲ, ଟେଷ୍ଟାମେଣ୍ଟ ବିଟ୍ରେ, ଦ କର୍ଟନ ଏବଂ ଏନକାଉଣ୍ଟର ଏସେସ ଭଳି କାଳଜୟୀ ପ୍ରବନ୍ଧ ଓ ଉପନ୍ୟାସ ପଢିବା ପରେ ତାଙ୍କୁ କାହିଁକି ରି ରିଡେବଲ ରାଇଟର ବୋଲି କୁହା ଯାଉଥିଲା ତାହା ଜାଣିପାରିଥିଲି ।"

ଏହା ମଧ୍ୟ ପଢ଼ନ୍ତୁ: ଭାଗବତ ଚେତନାରେ ଉବୁଟୁବୁ ପୁରା ପରିବାର, ଧର୍ମ ପୁସ୍ତକରେ ଭରିଛି ଘର

ଛାତ୍ର ଜୀବନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କୋରାପୁଟ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷତା ସମୟରେ ଆହୁରି ତୀବ୍ରତର ହୋଇ ଉଠିଥିଲା । ସେ ରଚନା କରିଥିବା ଅନେକ ପୁସ୍ତକକୁ ସଂଗ୍ରହ କରିବାକୁ ଲାଗିଥିଲେ ନାରାୟଣ । ଯାହାର ଫଳ ସ୍ବରୂପ କୁନ୍ଦେରାଙ୍କ ପୁସ୍ତକକୁ ନେଇ ସମ୍ଭବତଃ ସମଗ୍ର ରାଜ୍ୟରେ ଏକମାତ୍ର ବ୍ୟକ୍ତିଗତ ପାଠାଗାର ସୃଷ୍ଟି ହୋଇପାରିଥିବା ସେ କହିଛନ୍ତି । ତାଙ୍କର ସମସ୍ତ ପୁସ୍ତକକୁ ସାଇତି ରଖି ପଢ଼ିବାକୁ ନାରାୟଣ ବେଶ ପସନ୍ଦ କରନ୍ତି । ତେଣୁ ଏଭଳି ଜଣେ ମହାନ ବ୍ୟକ୍ତିତ୍ବଙ୍କ ମୃତ୍ୟୁ ଖବର ସାରା ସାହିତ୍ୟ ଜଗତକୁ ମର୍ମାହତ କରିଥିବା ନାରାୟଣ ପଣ୍ଡା କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.