ETV Bharat / state

ଡିସେମ୍ବର ସୁଦ୍ଧା କୋଟିଆ ପଞ୍ଚାୟତର ପ୍ରତି ଗାଁରେ ପହଞ୍ଚିବ ବିଜୁଳି: କୋରାପୁଟ ଜିଲ୍ଲାପାଳ

କୋଟିଆର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହାରି ଭିତରେ ଡିସେମ୍ବର ସୁଦ୍ଧା କୋଟିଆ ପଞ୍ଚାୟତର ପ୍ରତି ଗାଁରେ ବିଜୁଳି ପହଞ୍ଚିବା ନେଇ କହିଛନ୍ତି କୋରାପୁଟ ଜିଲ୍ଲପାଳ । ଅଧିକ ପଢନ୍ତୁ

author img

By

Published : May 13, 2023, 1:07 PM IST

electricity will reach every village of Kotia

ଡିସେମ୍ବର ସୁଦ୍ଧା କୋଟିଆ ପଞ୍ଚାୟତର ପ୍ରତି ଗାଁରେ ପହଞ୍ଚିବ ବିଜୁଳି

କୋରାପୁଟ: କୋଟିଆ ପଞ୍ଚାୟତରେ ଆଉ ରହିବନି ଅନ୍ଧାର । ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା କୋଟିଆ ପଞ୍ଚାୟତର ସମସ୍ତ ଗାଁକୁ ଓଡିଶା ସରକାରଙ୍କ ତରଫରୁ କରାଯିବ ବିଦ୍ୟୁତ ସଂଯୋଗ । ଏନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି ।

କୋଟିଆରେ ଚାଲିଥିବା ଜୀବନ ଜୀବିକା, ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ବିଶେଷ କରି ଜଳ ଓ ବିଜୁଳି ସଂଯୋଗୀକରଣର ସ୍ଥିତି ଓ ବିକାଶ ସମ୍ପର୍କରେ ଆଜି କୋରାପୁଟ ଏସ୍‌ପି ଅଭିନବ ସୋନକର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଳାପାଳ ସମୀକ୍ଷା କରିଥିଲେ । କୋଟିଆଠାରେ ଏକ ଇଲେକ୍ଟ୍ରିକାଲ ସବ୍‌ ଷ୍ଟେସନ ସ୍ଥାପନା କରିବା ସହିତ ପଟ୍ଟାଙ୍ଗିଠାରୁ ସିଧାସଳଖ କୋଟିଆ ସବ୍‌ଷ୍ଟେସନକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ଜିଲ୍ଳାପାଳ ଜଣାଇଛନ୍ତି । ଏ ପର୍ଯ୍ୟନ୍ତ କୁନ୍ଦୁଲି ବାଟ ଦେଇ ଆସୁଥିବା ବିଜୁଳି ସଂଯୋଗରେ ସୁଚାରୁରୂପେ ବିଦ୍ୟୁତ ପହଞ୍ଚି ପାରୁନଥିବା ଯୋଗୁଁ ଏହି ପଦକ୍ଷେପ ନିଆଯାଉଥିବା ସେ ଜଣାଇଛନ୍ତି ।

ଏନେଇ ଜିଲ୍ଲାପାଳ କହିଛନ୍ତି, "କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମକୁ ନିରନ୍ତର ବିଜୁଳି ସେବା ପହଞ୍ଚାଇ ଦିଆଯିବ । ଏଥି ସହିତ ଜଳ ଜୀବନ ମିଶନ ମାଧ୍ୟମରେ କୋଟିଆର ପ୍ରତ୍ୟେକ ଗ୍ରାମକୁ ଜଳ ଯୋଗାଣ ସମ୍ପନ୍ନ କରାଯିବା ଦିଗରେ କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ପାଞ୍ଚଟି ଗାଁରେ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ କୋଟିଆ ପଞ୍ଚାୟତରେ ବିଜୁଳି ସଂଯୋଗୀକରଣ ସମ୍ପୁର୍ଣ୍ଣ ହେବା ପରେ ପଂଚାୟତର ସମସ୍ତ 21 ଟି ଗାଁରେ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଜୀବନ ଜୀବିକାର ମାନ ବୃଦ୍ଧି କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାର ଫସଲ ସ୍ୱରୂପ ଷ୍ଟ୍ରବେରୀ, ଝାଡୁ ଭଳି ବିଭିନ୍ନ ଉତ୍ପାଦକୁ ନେଇ କୋଟିଆ ବାସୀ ଉପକୃତ ହୋଇଛନ୍ତି । ଏହିପରି ବୃଦ୍ଧି ପାଉଥିବା ଉତ୍ପାଦକୁ ନେଇ କୋଟିଆରେ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହୋଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏହି ସମ୍ଭାବନାକୁ ଆଖି ଆଗରେ ରଖି କାଠରଗଡା ବାଟ ଦେଇ ଦେଓମାଳି ଓ କୋଟିଆକୁ ସଂଯୋଗୀକରଣ କରାଯାଇ ଉଭୟ ଆକର୍ଷଣୀୟ ସ୍ଥାନର ଦୂରତାକୁ ହ୍ରାସ କରାଯାଇପାରିବ ।"

ସେ ଆହୁରି ମଧିୟ କହିଛନ୍ତି, "ମାଡକାର, ଫଗୁଣସିନେରୀ, ଫାଟୁସିନେରୀ ଓ ତା ନିକଟରେ ଥିବା କିଛି ଗ୍ରାମ ପାଇଁ କେବଳ କୋଟିଆ ଦେଇ କୁନ୍ଦୁଲି ହାଟକୁ ଯିବା ଆସିବା ଓ ବ୍ୟବସାୟ କରିବା ସମ୍ଭବ ହେଉଛି । ତେଣୁ ବର୍ତ୍ତମାନ ଡୋଲିଆମ୍ବଠାରୁ ନାରିଙ୍ଗିପଦର ପର୍ଯ୍ୟନ୍ତ ଘାଟି ରାସ୍ତା ନିର୍ମାଣ ସମ୍ପୂର୍ଣ ହେଲେ ଏହି ଅଞ୍ଚଳବାସୀ ନାରାୟଣପାଟଣା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବସୁଥିବା ହାଟକୁ ଯାଇ ବ୍ୟବସାୟ କରିପାରିବେ ।"

କୋଟିଆ ନିକଟ ତଳ ଗଞ୍ଜେଇପଦରରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତବର୍ଷଠାରୁ ଛାତ୍ରାବାସର ବ୍ୟବସ୍ଥା କରାଯାଉଥିବା ଯୋଗୁଁ ଏହି ବିଦ୍ୟାଳୟକୁ କୋଟିଆର ଦୁର୍ଗମ ଅଞ୍ଚଳରୁ ଆସି ପାରୁନଥିବା ଛାତ୍ରଛାତ୍ରୀ ମଧ୍ୟ ପାଠ ପଢ଼ିବାର ସୁଯୋଗ ପାଇବେ । ତାଡିବାଲାସା ବିଦ୍ୟାଳୟରେ ବିଜୁଳି ସଂଯୋଗ ନଥିବା କାରଣରୁ ସୋଲାର ପାନେଲ ଯୋଗେ ଆଲୋକର ବ୍ୟବସ୍ଥା କରାଯାଇଛି । କିନ୍ତୁ ସେଠାକାର ବ୍ୟାଟେରୀ ଖରାପ ହୋଇଯାଇଥିବା ଯୋଗୁଁ ସେହି ବିଦ୍ୟାଳୟର ବ୍ୟାଟେରୀ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୋଟିଆର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.