ETV Bharat / state

ଜୟପୁରରେ ପୌର ନିର୍ବାଚନୀ ହିଂସା, ଯୁବକଙ୍କୁ ଅପହରଣ କରି ଗୁଳି କଲେ ଦୁର୍ବୃତ୍ତ - ଜୟପୁରରେ ପୌର ନିର୍ବାଚନୀ ହିଂସା

ଜୟପୁରରେ ପୌର ନିର୍ବାଚନକୁ କେନ୍ଦ୍ର କରି ହିଂସା। କୋରାପୁଟ ଜିଲ୍ଲା ଜୟପୁର ଗୋପବନ୍ଧୁ ନଗରରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

election violence in jeypore
ଜୟପୁରରେ ପୌର ନିର୍ବାଚନୀ ହିଂସା, ଯୁବକଙ୍କୁ ଅପହରଣ କରି ଗୁଳି କଲେ ଦୁର୍ବୃତ୍ତ
author img

By

Published : Mar 20, 2022, 2:02 PM IST

କୋରାପୁଟ: ଜୟପୁରରେ ପୌର ନିର୍ବାଚନକୁ କେନ୍ଦ୍ର କରି ହିଂସା। କୋରାପୁଟ ଜିଲ୍ଲା ଜୟପୁର ଗୋପବନ୍ଧୁ ନଗର ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜୟପୁରରେ ପୌର ନିର୍ବାଚନୀ ହିଂସା, ଯୁବକଙ୍କୁ ଅପହରଣ କରି ଗୁଳି କଲେ ଦୁର୍ବୃତ୍ତ

ଘଟଣା ମୂତାବକ, ଜୟପୁରର ଗୋପବନ୍ଧୁ ନଗର କାର୍ତ୍ତିକ ନାଗଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ମାରିବା ସହ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । କୁମୁଲିପୁଟ ଠାରେ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ଛାଡ଼ିଦେଇଥିବା ସୂଚନା ମିଳିଛି । ଏହି ଘଟଣା ନେଇ କାର୍ତ୍ତିକଙ୍କ ଭଉଣୀ ତିନି ଜଣଙ୍କ ନାମରେ ଜୟପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏଯାଏଁ କାହାକୁ ଗିରଫ କରି ନଥିବା ଜଣାପଡ଼ିଛି।

ସେପଟେ ଏହି ଘଟଣା ନେଇ କଂଗ୍ରେସ ଜୟପୁର ଟାଉନ ଥାନା ଘେରାଓ କରାଯାଇଛି। ଜୟପୁର ଥାନା ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥକୁ ଅଵରୋଧ କରାଯାଇଥିବା ଯୋଗୁଁ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ଧାରଣା ଜାରି ରହିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।

କୋରାପୁଟରୁ ସି ଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.