ETV Bharat / state

ବଢିବ କୋରାପୁଟ କଫିର ମାନ, ଅନ୍ତର୍ଜାତୀୟ ସ୍ତରରେ ଚାହିଦା ବଢାଇବା ପାଇଁ ପ୍ରୟାସ ଆରମ୍ଭ

କୋରାପୁଟରେ 'କୋରାପୁଟ କଫି ' ଶୁଭାରମ୍ଭ ହେବାର ବର୍ଷେ ପୁରିଛି । ଆଧୁନିକ ପଦ୍ଧତିରେ ଦଶ ଦିନ ଶୁଖାଇବା ପରେ ସ୍ୱତନ୍ତ୍ର ମେସିନ ଯୋଗେ କଫି ଗୁଣ୍ଡ ପ୍ରସ୍ତୁତ କରାଯାଉଥିବା ଯୋଗୁଁ ଚଳିତ ବର୍ଷଠାରୁ କୋରାପୁଟରୁ ଅନ୍ତର୍ଜାତୀୟ ସ୍ତରରେ କଫିଗୁଣ୍ଡ ପ୍ରସ୍ତୁତ କରିହେବ । ଅଧିକ ପଢନ୍ତୁ...

କୋରାପୁଟ କଫିର ମାନ ଆନ୍ତର୍ଜାତୀୟ ସ୍ତରକୁ ଉନ୍ନତି କରିବା ପାଇଁ ପ୍ରୟାସ ଆରମ୍ଭ

author img

By

Published : Dec 24, 2020, 7:15 AM IST

କୋରାପୁଟ: ଜିଲ୍ଲାରେ 'କୋରାପୁଟ କଫି ' ଶୁଭାରମ୍ଭ ହେବାର ବର୍ଷେ ପୁରିଛି । ଗତ ବର୍ଷ ଟିଡିସିସି, ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ହୋଇଥିବା କଫିକୁ ଉନ୍ନତ ମାନର ପ୍ଲାଣ୍ଟରେ ଗୁଣ୍ଡ କରି କୋରାପୁଟ କଫି ଭାବେ ବିଶ୍ୱ ବଜାରକୁ ଛଡା ଯାଇଥିଲା। ଗତ ବର୍ଷକ ମଧ୍ୟରେ ଦେଶର ବିଭିନ୍ନ ବଜାରରେ 1800 କିଲୋ କୋରାପୁଟ କଫି ଗୁଣ୍ଡ ବିକ୍ରି ହୋଇଥିବା କୋରାପୁଟ ସ୍ଥିତ କଫି ବୋର୍ଡର କ୍ଷେତ୍ର ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।

କୋରାପୁଟ କଫିର ମାନ ଆନ୍ତର୍ଜାତୀୟ ସ୍ତରକୁ ଉନ୍ନତି କରିବା ପାଇଁ ପ୍ରୟାସ ଆରମ୍ଭ

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ବର୍ତ୍ତମାନ ଆହୁରି ଉନ୍ନତ ମାନର ଯନ୍ତ୍ରପାତି ଓ କୌଶଳକୁ ଆଧାର କରି କୋରାପୁଟ କଫିର ମାନ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ କଫି ଚାଷୀ ନିଜେ କଫି ଫଳରୁ ମଞ୍ଜିକୁ ବାହାର କରି ଟିଡିସିସିକୁ ବିକ୍ରି କରୁଥିଲେ । କିନ୍ତୁ ଉନ୍ନତ ମାନର ଜ୍ଞାନକୌଶଳ ଅଭାବରୁ ମଞ୍ଜିର ମାନ ଅନେକ ସମୟରେ ଚିନ୍ତାର କାରଣ ସାଜିଥାଏ । ତେବେ ବର୍ତ୍ତମାନ ଟିଡିସିସି ତରଫରୁ ଚାଷୀଙ୍କ ପାଖରୁ ସିଧାସଳଖ କଫି ଫଳ କିଣି ଆଣୁଥିବା ଆଇଟିଡିଏ ପ୍ରକଳ୍ପ ଅଧିକାରୀ କାରୁ ସୋରେନ ଜଣାଇଛନ୍ତି ।

ସଂଗୃହିତ କଫି ଫଳକୁ ସ୍ୱତନ୍ତ୍ର ମେସିନ ଯୋଗେ କୋରାପୁଟ କଫି ବୋର୍ଡ ଠାରେ ମଞ୍ଜିକୁ ବାହାର କରିବା ଫଳରେ ଏଥିରେ ମଞ୍ଜିର ଗୁଣବତ୍ତାକୁ ସୁରକ୍ଷିତ ରଖିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଆଧୁନିକ ପଦ୍ଧତିରେ ଦଶ ଦିନ ଶୁଖାଇବା ପରେ ସ୍ୱତନ୍ତ୍ର ମେସିନ ଯୋଗେ କଫି ଗୁଣ୍ଡ ପ୍ରସ୍ତୁତ କରାଯାଉଥିବା ଯୋଗୁଁ ଚଳିତ ବର୍ଷଠାରୁ କୋରାପୁଟରୁ ଆନ୍ତର୍ଜାତୀୟ ସ୍ତରରେ କଫିଗୁଣ୍ଡ ପ୍ରସ୍ତୁତ କରିହେବ ବୋଲି ଶ୍ରୀ ରାଉତ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.