ETV Bharat / state

ପୁଟଶିଲରେ ଜମିବ ପର୍ଯ୍ୟଟକଙ୍କ ଭିଡ଼, ଆରମ୍ଭ ହେବ ଇକୋ ରିଟ୍ରିଟ

author img

By ETV Bharat Odisha Team

Published : Oct 29, 2023, 7:57 AM IST

କୋରାପୁଟର ପୁଟଶିଲ ଗିର୍ଲିମାଳୀ ପାହାଡ଼ରେ ନଭେମ୍ବର ପହିଲାରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍‌ । ଓଡ଼ିଶାର ସୁଇଜରଲ୍ୟାଣ୍ଡ୍‌ କୁହାଯାଉଥିବା ଏହି ସ୍ଥାନରେ ପ୍ରକୃତିର ଉପଭୋଗ କରିବେ ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

ଓଡ଼ିଶାର ସୁଇଜରଲ୍ୟାଣ୍ଡ କୋରାପୁଟର "ପୁଟଶିଲ"ରେ ଆରମ୍ଭ ହେବ ଇକୋ ରିଟ୍ରିଟ

କୋରାପୁଟ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଶାର ସୁଇଜରଲ୍ୟାଣ୍ଡ କୁହାଯାଉଥିବା, ଏହି ଜିଲ୍ଲାରେ ନଭେମ୍ବର ପହିଲାରୁ ଆରମ୍ଭ ହେବ ଇକୋ ରିଟ୍ରେଟ୍‌ । ବଣ ପାହାଡ଼ ଘେରା ପରିବେଶ ତଥା ଜିଲ୍ଲାର ପ୍ରକୃତି କୋଳରେ ଭିନ୍ନ ଅନୁଭୂତି ମିଳିଥାଏ, ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏହି ଇକୋ ରିଟ୍ରିଟ୍‌ ଆରମ୍ଭ କରାଯିବ । ସେମିଳିଗୁଡା ବ୍ଲକ ପୁଟଶିଲ ଗିର୍ଲିମାଳୀ ପାହାଡ଼ ଉପରେ ଏହି ଇକୋ ରିଟ୍ରିଟ୍‌ ଆରମ୍ଭ କରାଯିବ ।

କୋରାପୁଟ ସହରଠାରୁ ୪୦ କି.ମି ଓ ସୁନାବେଡାଠାରୁ ୨୧ କିମି ଦୂରରେ ଥିବା, ଏହି ପୁଟଶିଲକୁ ଓଡିଶାର ସୁଇଜରଲ୍ୟାଣ୍ଡ ବୋଲି କୁହାଯାଉଛି । ଏହି ପର୍ବତ ଶିଖରକୁ ବହୁ ପର୍ଯ୍ୟଟକ ଆସନ୍ତି । ପର୍ବତ ଶିଖରକୁ ମେଘ ଛୁଇଁବା ଦୃଶ୍ୟ ଅତି ମନଲୋଭା । ଏଥି ସହିତ ଜଳପ୍ରପାତ, କଫି ଗାର୍ଡେନ ଦୃଶ୍ୟ ବି ଅତି ମନଲୋଭା । ଶନବାର ଜିଲ୍ଲାପାଳ ଅବଦଲ ଏମ ଅଖତର ଏହି ସ୍ଥାନକୁ ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ଆହୁରି ପ୍ରାୟ ୩ ଦିନର କାର୍ଯ୍ୟ ବାକି ରହିଛି । ଏହା ନଭେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପରିଚାଳନା ଓ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ଆହ୍ୱାନ ପରେ ଏକ ଘରୋଇ ସଂସ୍ଥା ଏହାର ଦାୟିତ୍ଵ ନେଇଛି । ଏଠାରେ ପର୍ଯ୍ୟଟକଙ୍କ ରାତ୍ର ଯାପନ କରିବା ପାଇଁ ୨୮ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଉଛି । ଏହାସହ ଖାଦ୍ୟ, ଟ୍ରେକିଂ, ଯୋଗ ଓ ବହୁ ସୁବିଧା ରହିଛି । ଏହି ଟେଣ୍ଟ୍‌ରେ ରାତ୍ର ଯାପନ କରି ପର୍ଯ୍ୟଟକମାନେ ଜିଲ୍ଲାର ଶୀତ, ପ୍ରାକୃତିକ ପରିବେଶ ସହ ଆଦିବାସୀ ମାନଙ୍କ ସଂସ୍କୃତି, କଳା, ପରମ୍ପରା, ନାଚଗୀତକୁ ପାଖରୁ ଦେଖି ପାରିବେ । ପର୍ଯ୍ୟଟନ ଋତୁରେ ଇକୋ ରିଟ୍ରିଟ୍‌ ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଘଟିବ । ସ୍ଥାନୀୟ ଯୁବକମାନେ ନିଯୁକ୍ତି ମଧ୍ୟ ପାଇବେ । ବର୍ତ୍ତମାନ୍ ଜୟପୁରଠାରୁ ବିଭିନ୍ନ ସ୍ଥାନକୁ ବିମାନ ସେବା ଥିବାରୁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକ ଭୁବନେଶ୍ୱର ଓ ବିଶାଖାପାଟଣା ବିମାନବନ୍ଦରଠାରୁ ଏଠାକୁ ସିଧାସଳଖ ଯାତାୟତ କରିପାରିବେ ।

ଏହା ମଧ୍ୟ ପଢନ୍ତୁ...ସ୍ୱାବଲମ୍ବୀ ହେବେ କୋରାପୁଟ ଯୁବପିଢି, କଫି ଚାଷ ମିଳୁଛି ପ୍ରୋତ୍ସାହନ

ସେହିପରି ଏଠାରେ ରାତ୍ରିଯାପନ କରି ପର୍ଯ୍ୟଟକମାନେ ଦେଓମାଳି, ମାଛକୁଣ୍ଡ, ଡୁଡୁମା, ଗୁପ୍ତେଶ୍ୱର, କୋଲାବ ଆଦି ଅଞ୍ଚଳ ବୁଲି ଦେଖିପାରିବେ । ଏଠାରେ ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସ୍ଥାନୀୟ ଅଧିବାସୀ ଲୋକକଳା ସଂପର୍କୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହାସହ ଜିଲ୍ଲାରେ ଉତ୍ପାଦିତ ପାରମ୍ପରିକ ମାଣ୍ଡିଆ, କଳାଜିରା, ହଳଦୀ, ଲେମନଗ୍ରାସ ଅଏଲ, କାଜୁ, କଫି, ଗୋଲମରିଚ ଏବଂ ଅଦା ଭଳି ଦ୍ରବ୍ୟର ବଜାରୀ କରଣ ବୃଦ୍ଧି କରାଯାଇ ପାରିବ ।

ପ୍ରକାଶ ଥାଉ ଯେ, ଗତ ୨୦୨୧ ଡିସେମ୍ବରଠାରୁ ଏଠାରେ ଇକୋ ରିଟ୍ରିଟ୍‌ ଆରମ୍ଭ କରଯାଇଥିଲା । ହେଲେ କୌଣସି କାରଣରୁ ପୂର୍ଣ୍ଣମାତ୍ରାରେ ପରିଚାଲନା ହୋଇପାରି ନଥିଲା । ତେବେ ଏହି ବର୍ଷ କିନ୍ତୁ ପର୍ଯ୍ୟଟମାନଙ୍କୁ ଆକୃଷ୍ଟ କରିବ ପୁଟସିଲ ଇକୋ ରିଟ୍ରିଟ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି । ତେବେ ପର୍ଯ୍ୟଟନର ଏହି ବିଶେଷ ପ୍ରକଳ୍ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତାରେ ବୃଦ୍ଧି ଘଟିଲେ ସ୍ଥାନୀୟ ଅର୍ଥନୀତିକୁ ଶକ୍ତି ପ୍ରଦାନ କରିପାରିବ ବୋଲି ଅବସରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ସନ୍ୟାସୀ ପୂଜାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.