ETV Bharat / state

ଆଜିଠୁ କୋରାପୁଟରେ Eco Retreat, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ

ଦେଓମାଳିର ପାଦଦେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଶେଷ ହୋଇଛି । ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ (Eco Retreat in Koraput) । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ଅତିଥିପରାୟଣତାର ପରମ୍ପରାଗତ ପ୍ରକୃତିର ବିଭବକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାର ଏକ ସୁନ୍ଦର ନମୁନା । ଅଧିକ ପଢନ୍ତୁ

Eco Retreat in Koraput: ଦେଓମାଳିର ପାଦଦେଶରେ ଗିର୍ଲିମାଳୀରେ ଶୁଭାରମ୍ଭ ହେବ ଇକୋ ରିଟ୍ରିଟ

author img

By

Published : Dec 15, 2021, 8:30 AM IST

Updated : Dec 15, 2021, 9:47 AM IST

କୋରାପୁଟ: ପର୍ଯ୍ୟଟନର ଗନ୍ତାଘର କୋରାପୁଟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ (Eco Retreat in koraput) । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଶେଷ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ଅତିଥିପରାୟଣତାର ପରମ୍ପରାଗତ ପ୍ରକୃତିର ବିଭବକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାର ଏକ ସୁନ୍ଦର ନମୁନା ।

Eco Retreat in Koraput: ଦେଓମାଳିର ପାଦଦେଶରେ ଗିର୍ଲିମାଳୀରେ ଶୁଭାରମ୍ଭ ହେବ ଇକୋ ରିଟ୍ରିଟ
Eco Retreat in Koraput: ଦେଓମାଳିର ପାଦଦେଶରେ ଗିର୍ଲିମାଳୀରେ ଶୁଭାରମ୍ଭ ହେବ ଇକୋ ରିଟ୍ରିଟ

କୋରାପୁଟର ଦେଓମାଳି ପର୍ବତର ଏକ ଅଂଶ ଭାବେ ପ୍ରକୃତିର କୋଳରେ ସୌନ୍ଦର୍ଯ୍ୟ ବାଣ୍ଟୁଥିବା ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟ ଆୟୋଜନର ଆଶ୍ରୟ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ଏହି ମନୋରମ ସ୍ଥାନରେ ରାତ୍ରୀ ଯାପନ କରିବା ପାଇଁ ଉନ୍ନତ ମାନର ଟେଣ୍ଟରେ ରହଣୀର ବ୍ୟବସ୍ଥା କରାଯାଇଥିବା ବେଳେ ଦେଓମାଳି ପର୍ବତାରୋହଣ ସାଙ୍ଗକୁ ପର୍ଯ୍ୟଟକ ଆଖପାଖ ଅଞ୍ଚଳ ବୁଲିଦେଖିବାର ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି ।

ଏହା କୋରାପୁଟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଏବାଂ ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପାର୍ଜନର ସୁଯୋଗ ଦେବା ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଇକୋ ରିଟ୍ରିଟ ରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଏହା ମାଧ୍ୟମରେ କୋରାପୁଟର ଆଦିବାସୀ ଜୀବନଧାରା ଓ ପର୍ବତ ମାଳା ମଧ୍ୟରେ ଥିବା କୋରାପୁଟ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ଯ୍ୟ ବିଶ୍ବ ଦରବାରରେ ଆଦୃତ ହୋଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଏହା ମାର୍ଚ୍ଚ ଶେଷ ଯାଏ ଚାଲିବ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସବୁ ବ୍ୟବସ୍ଥା କରି ବୁକିଂ ଆରମ୍ଭ କରିଛି। ତାରକା ହେଟେଲ ପରି ସବୁ ସୁବିଧା ରହିଛି । କୋରାପୁଟିଆ ସାଂସ୍କୃ୍ତିକ କାର୍ଯ୍ୟକ୍ରମ, ଟୁର ଗାଇଡ୍‌, ପାହାଡ ଚଢା ବା ଟ୍ରେକିଂ, ସ୍ୟାଣ୍ଡ ଆର୍ଟ, ଯୋଗ, ଏଟିଭି, ରାଇଫଲ ସୁଟିଂ ଓ ତୀରନ୍ଦାଜୀ ପରି ମନୋରଞ୍ଜନ ସୁବିଧା ମିଳିବ । ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ ସହ ପାନୀୟଜଳର ସୁବିଧା କରାଯାଇଛି। ୨୪ ଘଣ୍ଟିଆ ସୁରକ୍ଷା ସେବା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। କୋରାପୁଟିଆ ଖାଦ୍ୟ ଭଣ୍ଡାର ପର୍ଯ୍ୟଟକଙ୍କ ମନମୋହିବ ବୋଲି ଆଶା କରାଯାଉଛି।

ଜିଲ୍ଲାପାଳ ଅବଦଲ ଅକ୍ତର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଗିର୍ଲିମାଳି ଗସ୍ତ କରି ଉଦଘାଟନ ଉତ୍ସବର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ତେବେ ଏହି ପର୍ଯ୍ୟଟନ ପ୍ରକଳ୍ପକୁ ପୁଟସିଲ କିମ୍ବା ଫୁଲବନ୍ଧ ଗ୍ରାମର ନାଁ ନଦେଇ ଏହାକୁ ଗିର୍ଲିମାଳି ପର୍ବତ ର ନାଁ ରେ ନାମିତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ଏହି ପ୍ରକଳ୍ପର ସୁଫଳ ଏହି ଅଞ୍ଚଳର ବେକାର ଯୁବପିଢିଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଆଶାପୋଷଣ କରିଛନ୍ତି । ଅପରପକ୍ଷେ ଜିଲାବାସୀଙ୍କ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ଉତ୍ସାହ ବୃଦ୍ଧି ପାଇଛି । ଏପରିକି ଏହି ପ୍ରକଳ୍ପର ରୂପରେଖ ଜାଣିବା ପାଇଁ ଆଜି ଜୟପୁରରୁ ଯୁବପିଢି ଗିର୍ଲିମାଳି ପର୍ବତରେ ପହଞ୍ଚିବା ଦେଖାଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Dec 15, 2021, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.