ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପଙ୍ଗୁ ପାଲଟିଛନ୍ତି ମାଧବ - disable

ଯନ୍ତ୍ରଣାଦାୟକ ଜୀବନ। ଅର୍ଥଭାବରୁ ଅଟକି ରହିଛି ଚିକିତ୍ସା। ଦୁର୍ଘଟଣାରେ ଗୋଡ ହରାଇବା ପରେ ଏବେ ସେ ଶଯ୍ୟାଶାୟୀ ପାଲଟଛନ୍ତି। ଦେଢ ବର୍ଷର ପୂର୍ବରୁ ଘଟିଥିବା ଦୁର୍ଘଟଣାରେ କୋରାପୁଟ ଜିଲ୍ଲା ଝୋଲାଗୁଡା ଗ୍ରାମର ମାଧବଙ୍କ ଜୀବନକୁ ଛାରଖାର କରିଦେଇଥିବା ବେଳେ ଅପେକ୍ଷା କେବଳ ସରକାରୀ ସହାୟତା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Mar 24, 2019, 1:11 PM IST

କୋରାପୁଟ: ଅର୍ଥାଭାବ ପାଲଟିଛି ଚିକିତ୍ସାର ବାଧକ। ନା ମିଳୁଛି କାହାର ସହଯୋଗ ନା ସରକାରୀ ସହାୟତା। ସେମିତି ଯନ୍ତ୍ରଣାରେ ଛଟପଟ ହୋଉଛନ୍ତି କୋରାପୁଟ ଜିଲ୍ଲାର ଝୋଲାଗୁଡା ଗ୍ରାମର ମାଧବ ମୁଦୁଲି । ଦେଢ ବର୍ଷ ପୂର୍ବେ ଦୁର୍ଘଟଣାରେ ଗୋଡ ହରାଇଥିବା ବେଳେ ସମ୍ପୂର୍ଣ୍ଣ ଚିକିତ୍ସିତ ନ ହୋଇ ପାଲଟିଛନ୍ତି ଶଯ୍ୟାଶାୟୀ।

ସୂଚନାନୁଯାୟୀ, ଦେଢ ବର୍ଷ ପୂର୍ବରୁ ମୁଦୁଲି କୁଲି କାମ ପାଇଁ ବାହାରକୁ ଯାଇଥିବା ବେଳେ ହଠାତ କୁଲି ବୋଝେଇ ଗାଡି ଓଲଟି ପଡିଥିଲା। ଆଉ ସେ ଦୁର୍ଘଟଣାରେ ନିଜ ଗୋଡକୁ ହରାଇ ବସନ୍ତି ମୁଦୁଲି। ତେବେ ଅର୍ଥାଭାବରୁ ପରିବାର ଲୋକେ ତାଙ୍କୁ ପ୍ରଥମେ କୋଟପାଡଠାରେ ଘରୋଇ ପଦ୍ଧତିରେ ଚିକିତ୍ସା କରାଇଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ପରେ ତାଙ୍କୁ କୋରାପୁଟ ମାଧବ ଚିକିତ୍ସାଳୟ କାର୍ଯ୍ୟରତ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଦ୍ବାରା ଅସ୍ତ୍ରୋପଚାର କରାଯାଇ ଗୋଡରେ ରଡ ଲଗାଯାଇଥିଲା। ତେବେ ତାଙ୍କ ଚିକିତ୍ସାପାଇଁ ଓଲଟିଥିବା ଗାଡିର ମାଲିକ ଓ ବନ୍ଧୁ କୁଟୁମ୍ବଙ୍କ ସାହାଯ୍ୟ କରିବା ସହ ଜମି ବନ୍ଧା ପକାଇ ପାଖାପାଖି 80 ହଜାର ଟଙ୍କା ଖର୍ଚ୍ଚ କରିଥିବାର ଗ୍ରାମବାସୀ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ଯେଉଁ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ହଠାତ ତାଙ୍କର ବଦଳି ହୋଇଯାଇଥିଲା । ଫଳରେ ଆଉ ଡାକ୍ତରଙ୍କ ସେବା ମିଳିପାରିନଥିଲା । ଏହା ପରେ ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରକୁ ଫେରିଥିଲେ ମାଧବ । ସେବେ ଠାରୁ ଗୋଡରେ ଲାଗିଥିବା ରଡକୁ ନେଇ ସେ ଉପଯୁକ୍ତ ଚିକିତ୍ସା ନପାଇ ଶଯ୍ୟାଶାୟୀ ହୋଇଗଲେ ।

ବର୍ତ୍ତମାନ ଗୋଡଟି ଗୋଟିଏ କାଠଗଣ୍ଡି ଭଳି ପଡିରହିଛି । ଘରର ଉପାର୍ଜନ କରୁଥିବା ମୁରବି କାମଦାମ କରିନପାରିବା ସ୍ଥିତି ଆସିବା ଯୋଗୁଁ ସ୍ତ୍ରୀ ମଇନା ମୁଦୁଲି ପାଞ୍ଚ ପ୍ରାଣୀର କୁଟୁମ୍ବକୁ ଭରଣ ପୋଷଣ କରିବା ପାଇଁ କୁଲି କାମ କରୁଛନ୍ତି । ଡାକ୍ତରଖାନା ଗଲେ ଟଙ୍କା ଆବଶ୍ୟକ ଥିବା ବେଳେ ଏତେଗୁଡିଏ ଟଙ୍କା କେଉଁଠୁ ଆଣିବେ ବୋଲି ସ୍ତ୍ରୀ ମଇନା କହିଛନ୍ତି । ତେବେ ଯଦି ସରକାରୀ ସହାୟତା ମିଳେ ତାଙ୍କର ଚିକିତ୍ସା କରିବେ ବୋଲି ସରକାରୀଙ୍କୁ ନେହୁରା କରିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.