ETV Bharat / state

ପଣସପୁଟରେ ଅଚଳ ନଳକୂପ, ପାଣି ପାଇଁ ଲୋକେ ହନ୍ତସନ୍ତ - ନଳକୂଅ

କୋରାପୁଟ ବ୍ଲକ ଅନ୍ତର୍ଗତ ପଣସପୁଟ ଗ୍ରାମରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା। ଗାଁର ଏକମାତ୍ର ନଳକୂଅ ଅଚଳ ହୋଇ ପଡିବାରୁ ଖରାଦିନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 18, 2019, 7:18 AM IST

କୋରାପୁଟ: ସୌରଶକ୍ତି ଚାଳିତ କରିବାକୁ ଯାଇ ଅଚଳ ହେଲା ନଳକୂପ। ଆଉ ଏହି କାରଣରୁ କୋରାପୁଟ ବ୍ଲକ ଅନ୍ତର୍ଗତ ପଣସପୁଟ ଗ୍ରାମରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ଗାଁର ଏକମାତ୍ର ନଳକୂପ ଅଚଳ ହୋଇ ପଡିବାରୁ ଖରାଦିନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ।

ଏନେଇ ସରକାରଙ୍କ ପକ୍ଷରୁ ନିୟୋଜିତ ଏକ ତାଲିମପ୍ରାପ୍ତ ଦଳ ଗତବର୍ଷ ଆସିଥିଲେ। ମାତ୍ର ସୌର ପ୍ୟାନେଲ ଖଞ୍ଜିବାବେଳେ ନଳକୂପ ଭିତରେ ମୋଟରଟି ନଳକୂପ ମଧ୍ୟକୁ ଖସି ପଡିବାରୁ ଅକାମୀ ହୋଇପଡିଛି ଗାଁକୁ ପାନୀୟ ଜଳ ଯୋଗେଇ ଦେଉଛିବା ଏକମାତ୍ର ଉତ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେହି ଦିନଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ପମ୍ପଟିକୁ କାଢ଼ିବା ପାଇଁ କୌଣସି ପ୍ରଚେଷ୍ଟା କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏସମ୍ପର୍କରେ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସୌରଚାଳିତ ପମ୍ପ ସ୍ଥାପନା କରୁଥିବା ସଂସ୍ଥା ସହ ଯୋଗାଯୋଗ କରାଯାଇଛି ଓ ଅତିଶିଘ୍ର ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଗାଁରେ ଅନ୍ୟ ନଳକୂପ ଗୁଡିକ ଶୁଖିଯାଇଥିବା ବେଳେ ଏହି ନଳକୂପର ମରାମତିରେ ହେଉଥିବା ଅହେତୁକ ବିଳମ୍ବ ଗ୍ରାମବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.