ETV Bharat / state

ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ୧୬୦୪ କୋଟିର ବଜେଟ ଅନୁମୋଦିତ - ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଯୋଜନା ବୋର୍ଡ ବୈଠକ । ମୋଟ ୧୬୦୪ କୋଟି ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Sep 25, 2019, 9:41 PM IST

କୋରାପୁଟ : ଜିଲ୍ଲା ଯୋଜନା କମିଟିର ୧୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୬୦୪ କୋଟି ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି ।

ନୂତନ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିବା ରଘୁରାମ ପଡାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ଯୋଜନା ବୋର୍ଡ ବୈଠକ । ପ୍ରଥମ ବୈଠକରେ ଜିଲ୍ଲାର ସାମଗ୍ରୀକ ବିକାଶ ଯୋଜନା ସହିତ ବିଜୁ କେବିକେ ଯୋଜନାରେ ନିର୍ମିତ ହେବାକୁ ଥିବା ସଡକ , ବିଜୁଳି ଓ ଜଳଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ୨୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଆଧାରରେ ପ୍ରସ୍ତୁତ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଡାଲ ସମସ୍ତ ସରକାରୀ ଅଧିକାରୀ ଏଵଂ ଜନପ୍ରତିନିଧିଙ୍କୁ ସମ୍ମିଳିତ ଭାବେ କାର୍ଯ୍ୟ କରି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲାର ଗମନାଗମନ, ସ୍ବାସ୍ଥ୍ୟ ଓ ଚାଷୀ ସମସ୍ୟାର ସମାଧାନ ଦିଗରେ ଗୃହର ଧ୍ୟାନ ଆକର୍ଷଣ କରିଥିଲେ ।

ଏହି ବୈଠକରେ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ସମେତ ଜୟପୁର, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ମାନେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:ଜିଲ୍ଲା ଯୋଜନା କମିଟି ର ୧୮ତମ ବୈଠକ ରେ ଜିଲ୍ଲା ପାଇଁ ୧୬୦୪ କୋଟି ଟଙ୍କାର ଯୋଜନା ବଜେଟ ଅନୁମୋଦିତ ହୋଇଯାଇଛି । Body:ନୂତନ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିବା ରଘୁରାମ ପଡାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ପ୍ରଥମ ବୈଠକରେ ଜିଲ୍ଲାର ସାମଗ୍ରୀକ ବିକାଶ ଯୋଜନା ସହିତ ବିଜୁ କେବିକେ ଯୋଜନାରେ ନିର୍ମିତ ହେବାକୁ ଥିବା ସଡକ , ବିଜୁଳି ଓ ଜଳଯୋଗାଣ ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ଦିଆଯାଇଥିବା ୨୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଆଧାରରେ ପ୍ରସ୍ତୁତ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପାଡାଲ ସମସ୍ତ ସରକାରୀ ଅଧିକାରୀ ଏଵଂ ଜନପ୍ରତିନିଧିଙ୍କୁ ସମ୍ମିଳିତ ଭାବେ କାର୍ଯ୍ୟ କରି ସରକାରଙ୍କ ଜନହିତକାରକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖକୁ ନେଇଯିବା ପାଇଁ ଅନୁରୋଧ କରିଥିବା ବେଳେ ବିରୋଧୀ ଦଳ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲାର ଗମନାଗମନ , ସ୍ୱାସ୍ଥ୍ୟ ଓ ଚାଷବାସ ର ସମସ୍ୟାର ସମାଧାନ ଦିଗରେ ଗୃହର ଧ୍ୟାନ ଆକର୍ଷଣ କରିଥିଲେ ।Conclusion:ଆଜିର ଏହି ବୈଠକରେ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ପଦ୍ମିନୀ ଦିୟାନ , କୋରାପୁଟ ଓ ନବରଙ୍ଗପୁର ସାଂସଦ ଙ୍କ ସମେତ ଜୟପୁର, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ର ବିଧାୟକ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ।
........
Byte : Madhusudan Mishra District collector Koraput
Byte : Raghuram Pandal , Chairman , District Planning Board
Byte : Taraprasad Bahinipati MLA Jeypore
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.