ETV Bharat / state

କୋରାପୁଟରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଏକାଙ୍କିକା ପ୍ରତିଯୋଗିତା

author img

By

Published : Mar 14, 2022, 9:13 PM IST

କୋରାପୁଟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଏକାଙ୍କିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇବର୍ଷ ଧରି କୋଭିଡ କଟକଣା ମଧ୍ୟରେ କୌଣସି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିନଥିଲା । ଅଧିକ ପଢ଼ନ୍ତୁ

କୋରାପୁଟରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଏକାଙ୍କିକା ପ୍ରତିଯୋଗିତ ଅନୁଷ୍ଠିତ

କୋରାପୁଟ: ଆଜି(ସୋମବାର) କୋରାପୁଟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଏକାଙ୍କିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇବର୍ଷ ଧରି କୋଭିଡ କଟକଣା ମଧ୍ୟରେ କୌଣସି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିନଥିଲା । ଚଳିତ ବର୍ଷ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିଛି ।

ସୋମବାର ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଭାଗ ନେଇଥିଲେ । କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମୋବାଇଲ ଓ ଇଣ୍ଟରନେଟର ଅପବ୍ୟବହାରର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବକୁ ନେଇ ଛାତ୍ରୀ ଜଣକ ଏକାଙ୍କିକା ଲେଖିଥିଲେ । ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

ବିଗତ ବର୍ଷ ଗୁଡ଼ିକରେ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏକାଙ୍କିକା ଜାତୀୟସ୍ତରରେ ମନୋନୀତ ହୋଇ ପୁରସ୍କୃତ ହୋଇସାରିଛି । କୋରାପୁଟ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶିବ ଶଙ୍କର ପଟ୍ଟନାୟକ ଏହାକୁ ନେଇ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.