ETV Bharat / state

କୋରାପୁଟରେ ଜିଲ୍ଲାସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ - ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ

ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ ପାଳନ ଅବସରରେ ଭକ୍ତ ପ୍ରହଲ୍ଲାଦ ନାଟକ ପ୍ରଦର୍ଶିତ । ଅଧିକ ପଢ଼ନ୍ତୁ

district level drama festival in koraput
କୋରାପୁଟରେ ଜିଲ୍ଲାସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ
author img

By

Published : Dec 7, 2022, 2:04 PM IST

କୋରାପୁଟ: ଆଧୁନିକତାର ଆକର୍ଷଣରେ ମଳିନ ପଡୁଛି ଆଦିବାସୀ ଜନଜାତିର ମୂଳ ସଂସ୍କୃତି, ନାଚଗୀତ । ଆଦିବାସୀ ସଂସ୍କୃତି ମୂଳ ଧାରା ଠାରୁ ଧିରେ ଧୀରେ ଦୂରେଇ ଯାଉଥିବା ବେଳେ ଏହାର ପୁନରୁଦ୍ଧାର କରିବା ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ନାଟକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି ।

କୋରାପୁଟରେ ଜିଲ୍ଲାସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ

କୋରାପୁଟରେ 6 ତାରିଖ ଠାରୁ ଆସନ୍ତା 5 ଦିନ ଯାଏ ପରବ ମହୋତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ନାଟକ ଉତ୍ସବ ପାଳନ ହେବ । ମଙ୍ଗଳବାର ସନ୍ଧ୍ୟାରେ ଉତ୍ସବର ପ୍ରଥମ ଅର୍ଘ୍ୟ ଭାବେ ପରବ ମଞ୍ଚରେ ଭକ୍ତ ପ୍ରହଲ୍ଲାଦ ନାଟକ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ, ସଙ୍ଗୀତ, ନାଟ ପରମ୍ପରାକୁ ପୁନର୍ଜୀବିତ କରିବା ଓ ତାର ମୂଳ ଧାରାର ସଂରକ୍ଷଣ କରିବା ପାଇଁ ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକର ନାଟକ ପ୍ରସ୍ତୁତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏନେଇ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ କହିଛନ୍ତି," ନୃତ୍ୟ, ସଙ୍ଗୀତ ଓ ନାଟ ଆଦିବାସୀ ଜୀବନର ଏକ ଧାରା ଭାବେ ପ୍ରବାହିତ ହେଉଥିବା ବେଳେ ଉପଯୁକ୍ତ ପ୍ରୋତ୍ସାହନ ଓ ସୁଯୋଗ ଅଭାବରୁ ସେମାନେ ନିଜ ମୂଳ ଧାରାରୁ ବିଚ୍ୟୁତ ହୋଇଛନ୍ତି ।" ତେଣୁ ଏଭିଳି ପ୍ରୟାସକୁ ବଜାୟ ରଖିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.