ETV Bharat / state

ବିପର୍ଯ୍ୟୟ ପ୍ରଶମନ ପାଇଁ ଗ୍ରାମ୍ୟସ୍ତରୀୟ ଯୋଜନା - ଗ୍ରାମ୍ୟସ୍ତରୀୟ ଯୋଜନା

ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 7, 2019, 11:46 PM IST

କୋରାପୁଟ: ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଥାଏ ନଦୀ ପାଖ ଗ୍ରାମାଞ୍ଚଳ । ଜିଲ୍ଲା ସଦର ମହକୁମାରୁ ଗାଁଦାଣ୍ଡକୁ ତାଲିମପ୍ରାପ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଲା ବେଳକୁ ଅନେକ କ୍ଷୟକ୍ଷତି ହୋଇସାରିଥାଏ । ଏହି ସମସ୍ୟାଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମଗ୍ର ରାଜ୍ୟର 10 ହଜାର ଗାଁରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଜୟପୁର, ବୋରିଗୁମ୍ମା , କୋଟପାଡ ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ୨୫୦ ଟି ଗ୍ରାମରେ ଏହି ଯୋଜନା ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତାଲିମ ଶିବିରର ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ । ଚାରୋଟି ବ୍ଲକରେ ତିନୋଟି ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି । ଫଳରେ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏକ ନୂତନ ପଦକ୍ଷେପ ପାଇଁ ଉତ୍ସାହିତ ଅଛନ୍ତି । ଗ୍ରାମ୍ୟ ସ୍ତରୀୟ ଯୋଜନାରେ ସ୍ଥାନୀୟ ଆବଶ୍ୟକତା ଓ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦିଆଯାଉଥିବା କାରଣରୁ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିବ ବୋଲି ସ୍ବେଚ୍ଛାସେବୀ ରମେଶ ସ୍ବାଇଁ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

Intro:ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତାର କରାଳରୂପ ଦେଖାଏ ସେତେବେଳେ ଗ୍ରାମାଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଯାଏ । ଜିଲ୍ଲା ସଦର ମହକୁମାରୁ ଗାଁଗଣ୍ଡାକୁ ତାଲିମପ୍ରାପ୍ତ ବ୍ୟକ୍ତି ପହଁଚିଲା ବେଳକୁ ଅନେକ ସମୟରେ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହୋଇପାରେ ନାହିଁ ।ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତମାନ ସମଗ୍ର ରାଜ୍ୟର ୧୦ ହଜାର ଗ୍ରାମରେ ଗ୍ରାମସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ଜୟପୁର , ବୋରିଗୁମ୍ମା , କୋଟପାଡ ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ୨୫୦ ଟି ଗ୍ରାମରେ ଏହି ଯୋଜନା ପ୍ରସ୍ତୁତି ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ତାଲିମ ଶିବିରର ଆୟୋଜନ କରାଯାଇଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । Body:ଚାରୋଟି ବ୍ଲକ ରେ ତିନୋଟି ସ୍ବେଚ୍ଛାସେବୀ ସଂଘଟନ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ ହେବା ସହିତ କାର୍ଯ୍ୟକାରୀ ହେଉଥିବା ବେଳେ ସ୍ବେଚ୍ଛାସେବୀ ସଂଘଟନ ମଧ୍ୟ ଏକ ନୂତନ ପ୍ରସ୍ତୁତି କ୍ଷେତ୍ରରେ ସହଭାଗୀ ହେବାକୁ ନେଇ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ଗ୍ରାମ୍ୟ ସ୍ତରୀୟ ଯୋଜନାରେ ସ୍ଥାନୀୟ ଆବଶ୍ୟକତା ଓ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦିଆଯାଉଥିବା ଯୋଗୁଁ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିବ ବୋଲି ସ୍ବେଚ୍ଛାସେବୀ ରମେଶ ସ୍ବାଇଁ ମତ ରଖିଛନ୍ତି । Conclusion:Byte : ସିଦ୍ଧାନ୍ତ ପଟ୍ଟନାୟକ , ଜିଲ୍ଲା ଆପାତକାଳୀନ ଅଧିକାରୀ
Byte :ରମେଶ ଚନ୍ଦ୍ର ସ୍ବାଇଁ , ସ୍ବେଚ୍ଛାସେବୀ
...........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.