ETV Bharat / state

ସଫଳ ହେଲା ସ୍ୱଚ୍ଛାସେବୀ ସଂଗଠନର ଚିକିତ୍ସା, ପାଦରେ ଚାଲି ଚାଲି ସ୍କୁଲ ଯିବ କୁନି ଝିଅ ରେବିକା

author img

By

Published : Jul 14, 2022, 4:11 PM IST

Updated : Jul 14, 2022, 4:30 PM IST

ଏକତା ସଂଗଠନର ସାହଯ୍ୟ ପରେ ଏବେ ପାଦରେ ଛିଡା ହୋଇ ଚାଲିପାରୁଛି ରେବିକା । ଛୋଟ ବେଳୁ ବିଛଣାରେ ଶୋଇ କିଛି କରିବାକୁ ସକ୍ଷମ ନଥିବା ବେଳେ ‘ଏକତା’ ସଂଗଠନର ଚିକିତ୍ସା ପରେ ସ୍କୁଲ ଯିବା ପାଇଁ ମନବଳାଇଛି ରେବିକା । ଅଧିକ ପଢନ୍ତୁ

ସଫଳ ହେଲା ଏକତା ସଂଗଠନର ଚିକିତ୍ସା, ପାଦରେ ଚାଲି ଚାଲି ସ୍କୁଲ ଯିବ ରେବିକା

କୋରାପୁଟ: ଦଶମନ୍ତପୁର ବ୍ଲକର ମାଲିଙ୍ଗାଯୋଡ଼ି ଗ୍ରାମର ବଳରାମ ଜାନିଙ୍କ ୫ ବର୍ଷର ଝିଅ ରେବିକା ଜାନି । ଦିନେ ପାଦରେ ଚାଲୁପାରିନଥିଲା କି ପାଟିରେ କଥା କହିପାରୁନଥିଲା । ବିଛଣାରେ ଶୋଇବା ଛଡା ଆଉ କୌଣସି କାମ କରିବାକୁ ସକ୍ଷମ ନଥିଲା ରେବିକା । କିନ୍ତୁ ବର୍ତ୍ତମାନ ନିଜ ଗୋଡରେ ଚାଲିପାରିବା ସହ କଥା କହୁଛି । ତୁଣ୍ଡରୁ ଶବ୍ଦ ଉଚ୍ଚାରଣ କରି ଚାଲି ଚାଲି ସ୍କୁଲ ଯିବ ବୋଲି ମଧ୍ୟ କହୁଛି ।

ଜନ୍ମରୁ ବିଛଣାରେ ଶୋଇ ରହୁଥିବା ଶିଶୁଟିର ଏପରି ପରିବର୍ତ୍ତନ ଦେଖି ବାପା ମା’ ମଧ୍ୟ ବିଶ୍ବାସ କରିପାରୁନାହାଁନ୍ତି । ଯାହା ସମ୍ଭବପର ହୋଇପାରିଛି ଭିନ୍ନକ୍ଷମ ଶିଶୁଙ୍କ ସହ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ଵେଚ୍ଛାସବୀ ସଂଗଠନ ‘ଏକତା’ ପାଇଁ ।

ପାଦରେ ଚାଲି ଚାଲି ସ୍କୁଲ ଯିବ କୁନି ଝିଅ ରେବିକା

ଜନ୍ମରୁ ଅଣ୍ଟାରେ ବଳ ନଥିଲା ରେବିକାର । ସେଥି ପାଇଁ ଗୋଡ ସଳଖି ଛିଡା ହୋଇପାରୁନଥିଲା ଓ ତୁଣ୍ଡରେ ଶବ୍ଦ ଉଚ୍ଚାରିତ ମଧ୍ୟ କରିପାରୁନଥିଲା ରେବିକା । ମା' ବାପା, ଜେଜେ ବାପା ଓ ଜେଜେ ମା' ଙ୍କ ଆପ୍ରାଣ ଉଦ୍ୟମ ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଗୁଣି ଗାରେଡ଼ି ଓ ପାରମ୍ପରିକ ଔଷଧର ଆଶ୍ରୟ ନେବା ପରେ ମଧ୍ୟ ରେବିକା ଠିଆ ହୋଇପାରିଲା ନାହିଁ ।

ତୁଣ୍ଡ ଫିଟାଇ ଦୁଇପଦ କହିବାରେ ଅସମର୍ଥ ହେବା ମଧ୍ୟ ପରିବାର ବର୍ଗଙ୍କ ଚିନ୍ତାର କାରଣ ପାଲଟିଯାଇଥିଲା । କିନ୍ତୁ ଗତ ବର୍ଷ କୋରାପୁଟ ଜିଲ୍ଲାରେ ଭିନ୍ନକ୍ଷମ ଶିଶୁଙ୍କ ସହ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ଵେଚ୍ଛାସବୀ ସଂଗଠନ ‘ଏକତା’ ରୋବିକାକୁ ସାହାଯ୍ୟର ହାତ ବଢାଇଲା । ଏହାପରେ କୋରାପୁଟ ନିକଟସ୍ଥ ଦୁରୁଗୁଡ଼ାଠାରେ ଏକତା ସଂଗଠନ ଦ୍ୱାରା ପରିଚାଳିତ ଫିଜିଓ ଥେରାପି କେନ୍ଦ୍ରରେ ବିନା ଖର୍ଚ୍ଚରେ ଶିଶୁଟିର ଉପଯୁକ୍ତ ଚିକିତ୍ସା ଆରମ୍ଭ ହୋଇଥିଲା ।

ରେବିକାର ଗୋଡ଼ରେ ଓ ଅଣ୍ଟାରେ ଶକ୍ତି ସଞ୍ଚରିତ କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ବ୍ୟାୟାମ ସମ୍ପର୍କରେ ବାପା ଓ ମା’ଙ୍କୁ ପ୍ରତ୍ୟକ୍ଷ ତାଲିମ ଦିଆଯାଇଥିଲା । ଏଥି ସହ କଥା କହିବା ପାଇଁ ରେବିକାକୁ ସ୍ପିଚ ଥେରପି ଦିଆଯାଇଥିଲା । ଘରକୁ ଫେରି ନିର୍ଦେଶ ମୁତାବକ ସମସ୍ତ ବ୍ୟାୟାମ ଆରମ୍ଭ କରିବା ପରେ ରେବିକା ଧିରେ ଧିରେ ଠିଆ ହେବାକୁ ସକ୍ଷମ ହୋଇଥିଲା । ଏକତା ତରଫରୁ ରେବିକାର ଘରକୁ ଯାଇ ମଧ୍ୟ ତାଲିମ ଦେବା ଜାରି ରହିଥିଲା । ଘର ମଧ୍ୟରେ ଠୁକୁରୁ ଠୁକୁରୁ ହୋଇ ଚାଲିବା ଆରମ୍ଭ କରିବା ପରେ ଘର ପାଖରେ ହିଁ ଦୁଇଟି ବାଉଁଶକୁ ସାହାରା କରି ଚାଲିବାକୁ ଆରମ୍ଭ କରିଥିଲା ରେବିକା ।

ଏବେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ନିର୍ଭୟରେ ଚାଲିବା ଆରମ୍ଭ କରିବା ଦେଖି ରେବିକାର ପରିବାର ଲୋକେ ବେସ ଖୁସି ଅଛନ୍ତି । କୁନି ଝିଅଟି ଯେ ଅତି ଅଳ୍ପଦିନରେ ଧାଇଁବାକୁ ଆରମ୍ଭ କରିବ, ସେ ବିଶ୍ବାସ ଦୃଢ଼ୀଭୂତ ହୋଇଛି ପରିବାର ଲୋକଙ୍କ ମନରେ ।

ପାଟି ଖୋଲି କଥା କହିବା ପାଇଁ ଚେଷ୍ଟା କରୁଥିବା ରେବିକା ସ୍କୁଲ ଯିବା ପାଇଁ ବ୍ୟାକୁଳତା ପ୍ରକାଶ କରୁଥିବା ଦେଖି ପରିବାର ବର୍ଗ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ମାନେ ତାକୁ ବିଦ୍ୟାଳୟର ଅନ୍ୟାନ୍ୟ ପିଲାଙ୍କ ସହ ମିଶି କିଛି ସମୟ ବିଦ୍ୟାଳୟରେ ବିତାଇବାର ସୁଯୋଗ ପ୍ରଦାନ କରିଛନ୍ତି ।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 14, 2022, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.