ETV Bharat / state

ଦ୍ବୈତ ଶାସନର ଛକାପଞ୍ଝାରେ ପେଶି ହେଉଛି ଡାୟଲେସିସ କେନ୍ଦ୍ର !

ଅଭାବ ସହ ଲାଗି ରହିଛି ଆରୋପ ପ୍ରତ୍ୟାରୋପର ପ୍ରକ୍ରିୟା । ତଥାପି ଚାଲିଛି ରୋଗୀଙ୍କ ସେବା । ଏ ହେଉଛି ଜିଲ୍ଲାରେ କିଡନୀ ରୋଗୀଙ୍କ ସେବା ପାଇଁ ସ୍ଥାପନ ହୋଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର କଥା । ଯେଉଁଠାରେ ଅଭାବ ଅସୁବିଧା ମଧ୍ୟରେ ଚାଲିଛି ରୋଗୀଙ୍କ ସେବା ।

author img

By

Published : Jun 14, 2019, 9:21 PM IST

Updated : Jun 18, 2019, 10:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ କିଡନୀ ରୋଗୀଙ୍କ ସେବା ପାଇଁ ସ୍ଥାପନ ହୋଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର କଥା ବର୍ତ୍ତମାନ ନ କହିବା ଭଲ । ଯେଉଁଠାରେ ନାନାଦି ଅସୁବିଧା ମଧ୍ୟରେ ଚାଲିଛି ରୋଗୀଙ୍କ ସେବା । ଏଠାରେ ଦୈନିକ ପ୍ରାୟ 14ଜଣ ରୋଗୀଙ୍କ ଡାୟଲେସିସ କରାଯାଉଥିବା ବେଳେ ଏଯାବତ୍‌ ସାତ ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତବର୍ଷ ଖୋଲାଯାଇଥିବା ଏହି ହସ୍ପିଟାଲକୁ କିନ୍ତୁ କିଛି ମାସ ନପୂରୁଣୁ ବିଜୁଳି, ଜଳ, ଅର୍ଥ ଓ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ଠିକାରେ ନିୟୋଜିତ ଡାକ୍ତର, ଟେକ୍ନିସିଆନ ଓ ସେବକଙ୍କ ଆପ୍ରାଣ ଉଦ୍ୟମରେ ହସ୍ପିଟାଲଟି ଚାଲିଥିବା ବେଳେ ଏହାର ପରିଚାଳନା କରୁଛନ୍ତି ଦିନେଶ କୁମାର ସାହୁ । ସେମାନଙ୍କର ଅଭିଯୋଗ ରହିଛି କି କେନ୍ଦ୍ରରେ ଅଧିକାଂଶ ସମୟରେ ବିଜୁଳି ବିଭ୍ରାଟ ଓ ଜଳର ଅଭାବ ଲାଗି ରହିଥିବାରୁ ଡାକ୍ତର ଓ କର୍ମଚାରୀ ଜନତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।

ଅନ୍ୟପଟେ ଏକ ବେସରକାରୀ କମ୍ପାନୀ ଏହି କେନ୍ଦ୍ରକୁ ମେଡିକାଲ କଲେଜ ପରିସରରେ ଚଲାଇଥିବା ବେଳେ ଏହାର ପରିଚାଳନା ପାଇଁ କମ୍ପାନୀକୁ ସିଡିଏମ୍‌ଓଙ୍କ ନିୟନ୍ତ୍ରଣରେ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ଅର୍ଥ ଯୋଗାଇଥାଏ । ହେଲେ ଅସୁବିଧା ହେଲା ବେଳେ କେହି ବି ଆଗକୁ ଆସି ସ୍ଥାୟୀ ସମାଧାନ କରୁ ନଥିବା ପରିଚାଳକ ଅଭିଯୋଗ ହୋଇଛି । ଏପରିକି ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଦିଆଯାଉଥିବା ଅର୍ଥ ଗତ 9 ମାସ ଧରି କମ୍ପାନୀକୁ ମିଳିନଥିବା ସେ ଜଣାଇଛନ୍ତି ।

ମେଡିକାଲ କଲେଜର ସୁପେରିନଟେଣ୍ଡେଣ୍ଟ ବିଲ ପୈଠ କଲେ ସିଡିଏମଓ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ହେଳେ ଗତ ଡିସେମ୍ବର ମାସରୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବିଲ ଦିଆଯାଇନଥିବା ସିଡିଏମଓ ଦଧିବାମନ ତ୍ରିପାଠୀ ସୂଚନା ଦେଇଛନ୍ତି । ଫଳରେ ମେଡିକାଲ କଲେଜ ଓ ଜିଲ୍ଲା ଚିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଏହି ଦ୍ବୈତ ଶାସନର ଛକାପଞ୍ଝା ମଧ୍ୟରେ ପେଷି ହୋଇଯାଇଛି ଏହି ଡାୟାଲେସିସ କେନ୍ଦ୍ର ।

ତେବେ ବର୍ତ୍ତମାନ 78 ବର୍ଷରେ ପଦାର୍ପଣ କରିଥିବା ଅବସରପ୍ରାପ୍ତ ଡାକ୍ତର ଦ୍ବୈତ ଶାସନରେ ଦେଖାଯାଇଥିବା ଦ୍ଵନ୍ଦ୍ବ ମଧ୍ୟରେ ଆଉ ହଇରାଣ ନହେବା ପାଇଁ ଏହି କେନ୍ଦ୍ରର ଦାୟୀତ୍ବରୁ ନିଜକୁ ଦୁରେଇ ଦେଇଛନ୍ତି । ତାଙ୍କ ଇସ୍ତଫା ଦେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ଡାକ୍ତର ନିୟୋଜିତ ହୋଇନଥିବା ଯୋଗୁଁ ମେଡିକାଲ କଲେଜର ଡାକ୍ତରଙ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରାଯାଇଛି । ତେବେ ମେଡିକାଲ କଲେଜର ବ୍ୟସ୍ତବହୁଳ କାର୍ଯ୍ୟ ଭିତରେ ସେଠାକାର ଡାକ୍ତର ଏହି କେନ୍ଦ୍ରରେ ଆବଶ୍ୟକ ମୁତାବକ ସମୟ ଦେଇ ପାରୁନଥିବା ଯୋଗୁଁ ଅଧିକାଂଶ ସମୟରେ ଟେକ୍ନିସିଆନ ନିଜ ଅନୁଭୂତିକୁ ଆଶ୍ରା କରି ସେବା ଯୋଗାଇ ଚାଲିଛନ୍ତି ।

କିନ୍ତୁ ଏହିପରି ଭାବେ ନିଅଣ୍ଟିଆ ଜଳ, ବିଦ୍ୟୁତ ଓ ଅର୍ଥ ସହିତ ଡାକ୍ତର ଅଭାବରେ କିଡନୀ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ସେବାରେ ଅଭାବ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲା ସମେତ ପାଖଆଖ ଅଂଚଳର କିଡନୀ ରୋଗରେ ପୀଡିତ ରୋଗୀଙ୍କ ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ରେ ଗତବର୍ଷ ଖୋଲିଲା ଡାୟାଲେସିସ କେନ୍ଦ୍ର । କିନ୍ତୁ କିଛି ମାସ ନଯାଉଣୁ ବିଜୁଳି , ଜଳ , ଅର୍ଥ ଓ ଡାକ୍ତର ଅଭାବରୁ ଆଣ୍ଠେଇ ପଡିଛି ଏହି କେନ୍ଦ୍ର ।Body:ଠିକାରେ ନିୟୋଜିତ ଡାକ୍ତର , ଟେକ୍ନିସିଆନ ଓ ସେବକ ଙ୍କ ଆପ୍ରାଣ ଉଦ୍ୟମରେ ଏ ଯାବତ ସାତ ହଜାର ରୋଗୀଙ୍କ ଡାୟାଲେସିସ କରାଯାଇଥିବା ଏହି କେନ୍ଦ୍ରର ପରିଚାଳକ ଦିନେଶ୍ କୁମାର ସାହୁ ଜଣାଇଛନ୍ତି । ପ୍ରତିଦିନ ୧୪ ଜଣ ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ଏହି କେନ୍ଦ୍ର ରେ ଅନେକ ସମୟରେ ବିଜୁଳି ବିଭ୍ରାଟ ଓ ଜଳର ଅଭାବ ଯୋଗୁଁ ଡାକ୍ତର ଓ କର୍ମଚାରୀ ଜନତାଙ୍କ ଆକ୍ରୋଶର ଶିକାର ହେଉଥଲେହେଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏକ ବେସରକାରୀ କମ୍ପାନୀ ଏହି କେନ୍ଦ୍ରକୁ ମେଡିକାଲ କଲେଜ ପରିସରରେ ଚଳାଇଥିବା ବେଳେ ଏହାର ପରିଚାଳନା ପାଇଁ କମ୍ପାନୀକୁ ସିଡିଏମଓ ଙ୍କ ନିୟନ୍ତ୍ରଣ ରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ଥ ଯୋଗାଇଦେଇଥାଏ । ତେବେ ଅସୁବିଧା ହେଲାବେଳକୁ କେହି ଆଗକୁ ଆସି ସ୍ଥାୟୀ ସମାଧାନ କରିବା ପାଇଁ ଆଗେଇ ଆସୁନଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏପରିକି ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଦିଆଯାଉଥିବା ଅର୍ଥ ଗତ ୯ ମାସ ଧରି କମ୍ପାନୀକୁ ମିଳିନଥିବା ଜଣାଇଛନ୍ତି । ମେଡିକାଲ କଲେଜର ସୁପେରିନଟେଣ୍ଡେଣ୍ଟ ବିଲ ପୈଠ କଲେ ସିଡିଏମଓ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ଥିଲାବେଳେ ଗତ ଡିସେମ୍ବର ମାସରୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବିଲ ଦିଆଯାଇନଥିବା ସିଡିଏମଓ ଦଧିବାମନ ତ୍ରିପାଠୀ ସୂଚନା ଦେଇଛନ୍ତି । ମେଡିକାଲ କଲେଜ ଓ ଜିଲ୍ଲା ଚିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଏହି ଦ୍ୱୈତ ଶାସନର ଛକାପଞ୍ଝା ମଧ୍ୟରେ ପେଶୀ ହୋଇଯାଇଛି ଏହି ଡାୟାଲେସିସ କେନ୍ଦ୍ର । ବର୍ତମାନ ୭୮ ବର୍ଷରେ ପଦାର୍ପଣ କରିଥିବା ଅବସରପ୍ରାପ୍ତ ଡାକ୍ତର ଦ୍ୱୈତ ଶାସନରେ ଦେଖାଯାଇଥିବା ଦ୍ଵନ୍ଦ ମଧ୍ୟରେ ଆଉ ହଇରାଣ ନହେବା ପାଇଁ ଏହି କେନ୍ଦ୍ରର ଦାୟିତ୍ବରୁ ନିଜକୁ ଦୁରେଇ ଦେଇଛନ୍ତି । ତାଙ୍କ ଇସ୍ତଫା ଦେବା ପରେ ବର୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ଡାକ୍ତର ନିୟୋଜିତ ହୋଇନଥିବା ଯୋଗୁଁ ମେଡିକାଲ କଲେଜର ଡାକ୍ତରଙ୍କୁ ଏହାର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ତେବେ ମେଡିକାଲ କଲେଜ ର ବ୍ୟସ୍ତବହୁଳ କାର୍ଯ୍ୟ ଭିତରେ ସେଠାକାର ଡାକ୍ତର ଏହି କେନ୍ଦ୍ରରେ ଆବଶ୍ୟକ ମୁତାବକ ସମୟ ଦେଇପାରୁନଥିବା ଯୋଗୁଁ ଅଧିକାଂଶ ସମୟରେ ଟେକ୍ନିସିଆନ ନିଜ ଅନୁଭୂତିକୁ ଆଶ୍ରା କରି ସେବା ଯୋଗାଇ ଚାଲିଛନ୍ତି ।Conclusion:କିନ୍ତୁ ଏହିପରିଭାବେ ନିଆଣ୍ଟିଆ ଜଳ , ବିଦ୍ୟୁତ , ଅର୍ଥ ସହିତ ଡାକ୍ତର ଅଭାବରେ କିଡନି ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ସେବାରେ ଅଭାବ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
.........
Byte : Patient
Byte : Dinesh Kumar Sahu , Coordinator , Dialysis centre
Byte : Dr.Dadhibaaman Tripathy , CDMO , Koraput
P2C : Ch.Santakar
........
ଶାନ୍ତାକାର
କୋରପୁଟ
........
Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.