ETV Bharat / state

ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟକୁ ନେଇ ଅସନ୍ତୋଷ

author img

By

Published : Jul 10, 2023, 10:56 PM IST

ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ଗୁପ୍ତେଶ୍ୱରଙ୍କ ଠାରେ ଜଳାଭିଷେକ କରିଛନ୍ତି। ଭକ୍ତଙ୍କଠାରୁ ଦାନ ନାଁରେ 10 ଟଙ୍କା ଲେଖାଏଁ ଟିକସ ନେବା ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି ।

ଟିକସ ନେବା ଘଟଣାକୁ ନେଇ ଅସନ୍ତୋଷ
ଟିକସ ନେବା ଘଟଣାକୁ ନେଇ ଅସନ୍ତୋଷ
ଟିକସ ନେବା ଘଟଣାକୁ ନେଇ ଅସନ୍ତୋଷ

କୋରାପୁଟ: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ତଥା ବିଭିନ୍ନ ଶୈବ ପୀଠରେ ଶ୍ରାବଣ ମାସ ସୋମବାରରେ ବୋଲବମ ଭକ୍ତ ଜଳାଭିଷେକ କରିବା ପାଇଁ ଯାତ୍ରା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ଗୁପ୍ତେଶ୍ୱରଙ୍କ ଠାରେ ଜଳାଭିଷେକ କରିଛନ୍ତି। ତେବେ ଜଳଲାଗି ପାଇଁ ପ୍ରତିବର୍ଷ ରେଳ ଓ ବସ ଯୋଗେ କୋରାପୁଟ ସହରକୁ ଆସି ପହଞ୍ଚିଥାନ୍ତି ଭକ୍ତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତେଶ୍ଵର ନିକଟ ଡକରି ଘାଟି ପାର୍ଶ୍ବରେ ଥିବା ଏକ ଛୋଟ ଝରଣାରୁ ପାଣି ଆଣି କାଉଡ଼ିଆମାନେ ଗୁପ୍ତେଶ୍ଵରରେ ଥିବା ବିରାଟ ଶିବ ଲିଙ୍ଗରେ ଜଳାଭିଷେକ କରିଛନ୍ତି।

ତେବେ ଗାଡି ପାର୍କିଂ ପାଇଁ ତଥା ମହାଦେବଙ୍କ ଦର୍ଶନ କରିବା ପାଇଁ ମୁଖ୍ୟ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତଙ୍କଠାରୁ ଦାନ ନାଁରେ 10 ଟଙ୍କା ଲେଖାଏଁ ଟିକସ ନେବା ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି । ଟିକେଟ କାଟି ଭକ୍ତଙ୍କୁ ଗୁମ୍ଫା ମନ୍ଦିରକୁ ଛାଡିବା ଘଟଣାକୁ ନିନ୍ଦା କରିଛନ୍ତି କୋରାପୁଟ ଜିଲ୍ଲା ସଦର ମହକୁମାରୁ ମହାଦେବଙ୍କ ଦର୍ଶନ କରିବା ପାଇଁ ଆସିଥିବା ଜଣେ ଭକ୍ତ। ଦେବୋତ୍ତର ବିଭାଗ ଦ୍ଵାରା ଭକ୍ତଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହିବା ସହିତ ତୁରନ୍ତ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଭକ୍ତମାନେ ଦାବି କରିଛନ୍ତି ।

ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉ ବା ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିର ଭଳି ଓଡ଼ିଶାର ପ୍ରମୁଖ ସ୍ଥଳୀରେ ଏପରି ପ୍ରବେଶ ଟିକଟର ବ୍ୟବସ୍ଥା ନଥିବାବେଳେ କୋରପୁଟ ଜିଲ୍ଲାର ଆଦିବାସୀ ବହୁଳ ଜଙ୍ଗଲ ମଧ୍ୟରେ ଭକ୍ତଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା କରୁଥିବା ଗୁପ୍ତେଶ୍ଵର ମନ୍ଦିରରେ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥାକୁ ବିରୋଧ କରାଯାଇଛି । ଅପରପକ୍ଷେ ଗାଡି ପାର୍କିଂ ଓ ମନ୍ଦିର ପ୍ରବେଶ ଟିକେଟ ଆଦାୟ ନିମନ୍ତେ ଟେଣ୍ଡର ନେଇଥିବା ଆଦିବାସୀ ଯୁବକ ଗୁରୁ ଦୁରୁଆ ତାଙ୍କ ଦ୍ବାରା ନିୟୋଜିତ ଯୁବକଙ୍କ ମାଧ୍ୟମରେ ମୋଟରସାଇକେଲ ପିଛା 10 ଟଙ୍କା , ଅଟୋ ରିକ୍ସା ପାଇଁ 20 ଟଙ୍କା ଓ କାର ପାର୍କିଂଗ ପାଇଁ 50 ଟଙ୍କା ଆଦାୟ କରୁଥିବା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ମାସର ପ୍ରଥମ ସୋମବାର: ଅଷ୍ଟସମ୍ଭୁଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ

ସେହିପରି ମନ୍ଦିରର ପ୍ରବେଶ ଦ୍ୱାରରେ ଯୁବକମାନେ ଭକ୍ତଙ୍କ ଠାରୁ 10 ଟଙ୍କା ନେଇ ପ୍ରବେଶ ଟିକେଟ ଦେଉଥିବା ଜଣାଇଛନ୍ତି । ଚଳିତ ବର୍ଷ ଶ୍ରାବଣ ମାସରେ ଗାଡି ପାର୍କିଂ ପାଇଁ 12 ଲକ୍ଷ 50 ହଜାର ଟଙ୍କାରେ ଟେଣ୍ଡର ଡାକିଥିବାବେଳେ ପ୍ରବେଶକୁ ନିଶ୍ଚିତ କରିବା ପାଇଁ 18 ଲକ୍ଷ 3 ହଜାର 5 ଶହ ଟଙ୍କାରେ ଟେଣ୍ଡର ନେଇଥିବା ଜଣାଇଛନ୍ତି । ତେବେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ବିଗତ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ କମ ସଂଖ୍ୟକ ଭକ୍ତ ଆସୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.