ଭୁବନେଶ୍ବର: ସ୍କ୍ରିନ ଉପରେ ଏକ ଇଂରାଜୀ ଓ ଓଡିଆ ଆଲର୍ଟ ମେସେଜ ଆସୁଛି କି । ତେବେ ଡରିବାର ଆବଶ୍ୟକ ନାହିଁ ଏହା ଏକ ଟେଷ୍ଟି ପ୍ରୋସେସ । ଡିପାର୍ଟମେଣ୍ଟ ଅଫ ଟେଲିକମ ଏନେଇ ଏକ ଟେଷ୍ଟି ପ୍ରକ୍ରିୟା ଜାରି ରଖିଛି। ଯାହକି ବିପର୍ଯ୍ୟୟ ଓ ବିପତ୍ତି ସମୟରେ ଲୋକଙ୍କୁ ସଚେତନ ଓ ସତର୍କତା ବାର୍ତା ପଠାଇବା ପାଇଁ ଏହା ପ୍ରକ୍ରିୟା ର ଟେଷ୍ଟି ଚାଲିଛି ।ଯାହା ଜରିଆରେ ଏକ ସଙ୍ଗେ ଲୋକଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ ଏହି ପ୍ରକ୍ରିୟା ଚାଲିଛି।ଏନେଇ ଷ୍ଟେଟ ଡିଜାଷ୍ଟର ମାନେଜମେଣ୍ଟ ଓ ନାସନାଲ ଡିଜାଷ୍ଟର ମାନେଜମେଣ୍ଟ ସହ ଡିପାର୍ଟମେଣ୍ଟ ଅଫ ଟେଲିକମ ଓ
ସିଡଟ ଓ ସେଲ ଟେକ ସହ ମିଳିତ ଉଦ୍ୟମରେ ଏହି ଟେଷ୍ଟି କରାଯାଇଛି।
ଡିପାର୍ଟମେଣ୍ଟ ଅଫ ଟେଲିକମ ଅପରେଟର ଆସିଷ୍ଟାଣ୍ଟ ଡାଇରେକ୍ଟ ପଙ୍କଜ ସାହୁଙ୍କ କହିଛନ୍ତି, ‘‘ଏହା କୌଣସି ଡରିବାର ମେସେଜ ନୁହେଁ । ଏହା ଏକ ଟେକ୍ନିକାଲ ପ୍ରକ୍ରିୟା ଯାହାକି ଏହାର କାର୍ଯ୍ୟକ୍ଷମ ପାଇଁ ଏହା ଟେଷ୍ଟି ଚାଲିଛି । ଯାହା ଦ୍ବାରା ଆଗକୁ ବିପର୍ଯ୍ୟୟ ସମୟରେ କିପରି ଲୋକଙ୍କୁ ତୁରନ୍ତ ଓ ସହଜ ଉପାୟରେ ବାର୍ତ୍ତା ପଠାଇହେବ । ଏନେଇ ଏହା ଏକ ପ୍ରକ୍ରିୟା କାରଣ ଆମକୁ ପ୍ରତ୍ୟେକ ଲୋକଙ୍କୁ ମେସେଜ କରି ଜଣାଇବା ଏକ ବଡ଼ ପ୍ରକ୍ରିୟା । ସେଥିରେ ଲୋକଙ୍କ ମୋବାଇଲ ନମ୍ବର ଏଣ୍ଟ୍ରି କରି ମେସେଜ ପଠାଇବାକୁ ପଡେ। ଏପରିକି ମେସେଜ କରିବା ପରେ ମଧ୍ୟ ନେଟୱର୍କ ଟ୍ରାଫିକ ଯୋଗୁଁ ମେସେଜ ପଠାଯାଇଥିବା ସମୟ ଠାରୁ ଅଧଘଣ୍ଟା ବା ବିଳମ୍ବରେ ପହଞ୍ଚି ଥାଏ ଲୋକ ପାଖରେ । ତେଣୁ ଏହି ନୁଆ ପ୍ରକ୍ରିୟା ଯାହାକୁ ସେଲ ବ୍ରଡକାଷ୍ଟ ପ୍ରକ୍ରିୟା ଯାଦ୍ବାରା ଏକ ସଙ୍ଗେ ଲକ୍ଷ ଲକ୍ଷ ଲୋକଙ୍କୁ ମେସେଜ ପଠାଯାଇ ପାରିବ । ଫଳରେ ଯେଉଁଙ୍କ ପାଖକୁ ମେସେଜ ଯିବ ତାହା ପଠାଇବାର ୧୦ ରୁ ୧୫ସେକେଣ୍ଡ ମଧ୍ୟରେ ପହଞ୍ଚି ପାରିବ। ତାହା ପୁଣି କୌଣସି ଲୋକର ମୋବାଇଲର ମେସେଜ ଇନବକ୍ସରେ ନୁହେଁ । ବରଂ ସିଧା ସଳଖ ଏକ ଶବ୍ଦ କରି ମୋବାଇଲର ସ୍କ୍ରିନ୍ ଉପରେ ଏହି ମେସେଜ ହାଇଲାଇଟ ହେବ । ଓଡ଼ିଆ ଓ ଇଂରାଜି ବା ହିନ୍ଦି ଯେଉଁ ଭାଷାରେ ମେସେଜଟି ପଠାଯିବ ତାହା ସିଧା ସଳଖ ଖୁବ କମ ସମୟ ବ୍ୟବଧାନରେ ମୋବାଇଲ୍ ଗ୍ରାହାକର ସ୍କ୍ରିନ୍ ଉପରେ ଦେଖାଯିବ ।’’
ସେ ଆହୁରୀ ମଧ୍ୟ କହିଛନ୍ତି, ଏହି ସେଲ ବ୍ରଡକାଷ୍ଟି ସିଷ୍ଟମ ଯାହାକୁ ଟେଷ୍ଟି କରାଯାଇଛି ଓଡ଼ିଶା ଟେଲିକମ ଶାଖା ପକ୍ଷରୁ । ଏନେଇ ଭୁବନେଶ୍ୱର ସ୍ଥିତି ପିଏମଜି ଅଫିସରେ ଥିବା ଡିପାର୍ଟ ଅଫ ଟେଲିକମ ର ଏକ ବୈଠକ ରେ କରାଯାଇଛି । ଯେଉଁଠି ସମସ୍ତ ଟେଲିକମ ଅପରେଟରର ପ୍ରତିନିଧି ଉପସ୍ଥିତ ରହିଥିଲେ। ଏଥିରେ କେନ୍ଦ୍ରିୟ ଟେଲିକମ ସଂସ୍ଥାର କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଏନେଇ ଏହି ଟେଷ୍ଟି ପ୍ରକ୍ରିୟା ଜାରି ରହିଥିଲା। ଏହି ଟେଷ୍ଟି ପ୍ରକ୍ରିୟାରେ ଓଡ଼ିଶାର ବିଭିନ୍ନ ଟେଲିକମ ଅପରେଟରଙ୍କୁ ଯେଉଁମାନେ ଗ୍ରାହାକ ରହିଥିଲେ ପ୍ରତ୍ୟକଙ୍କୁ ଗୋଟିଏ ଗୋଟିଏ ପର୍ଯାୟରେ ଏହି ମେସେଜ ପଠାଯାଇଥିଲା ।’’
ଇଟିଭି ଭାରତ, ଭୁବନେଶ୍ବର