ETV Bharat / state

ହିମାଚଳରେ ପ୍ରଦର୍ଶିତ ହେଲା ଦେଓମାଳିର ଚିତ୍ର

author img

By

Published : May 14, 2022, 3:26 PM IST

ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଆଦିବାସୀ ଜନଜାତିଙ୍କ ପ୍ରାକୃତିକ ଅଳଙ୍କାର ଓ ବେଶଭୂଷାର ଚିତ୍ରକୁ ଏକ ବ୍ୟାନର ମାଧ୍ୟମରେ ନେଇ କୋରାପୁଟ ଜିଲ୍ଲାର ଛଅଜଣ ଯୁବ ପର୍ଯ୍ୟଟକ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ଫେରିଛନ୍ତି । ଅଧିକ ପଢନ୍ତୁ

ହିମାଚଳରେ ପ୍ରଦର୍ଶିତ ହେଲା ଦେଓମାଳିର ଚିତ୍ର
ହିମାଚଳରେ ପ୍ରଦର୍ଶିତ ହେଲା ଦେଓମାଳିର ଚିତ୍ର

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଆଦିବାସୀ ଜନଜାତିଙ୍କ ପ୍ରାକୃତିକ ଅଳଙ୍କାର ଓ ବେଶଭୂଷାର ଚିତ୍ରକୁ ଏକ ବ୍ୟାନର ମାଧ୍ୟମରେ ନେଇ କୋରାପୁଟ ଜିଲ୍ଲାର ଛଅଜଣ ଯୁବକ ପର୍ଯ୍ୟଟକ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ଫେରିଛନ୍ତି । ପର୍ଯ୍ୟଟକ ଦଳର ଜଣେ ସଦସ୍ୟ ତଥା ଓଡ଼ିଶାର ଜଣେ ବହୁ ଚର୍ଚ୍ଚିତ ପ୍ରକୃତି ପ୍ରେମୀ ଫଟୋଗ୍ରାଫର୍ ସୁଶାନ୍ତ ପଣ୍ଡାଙ୍କ କହିବାନୁଯାୟୀ, ‘‘ଏହି ଦଳ, ଗତ କିଛି ବର୍ଷ ଧରି ଦେଶର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ଭ୍ରମଣ କରନ୍ତି ଓ କୋରାପୁଟ ଅଞ୍ଚଳର ଏକ ବିଶେଷ ବାର୍ତ୍ତାକୁ ବହନ କରି ସେହି ସମସ୍ତ ସ୍ଥାନରେ ପ୍ରଦର୍ଶିତ କରିଥାନ୍ତି ।’’

ହିମାଚଳରେ ପ୍ରଦର୍ଶିତ ହେଲା ଦେଓମାଳିର ଚିତ୍ର

ସ୍ପିଟି ଉପତ୍ୟକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାଞ୍ଜା ଗ୍ରାମ, ସ୍ପିଟିର ବୌଦ୍ଧ ମୋନାଷ୍ଟ୍ରି ଏବଂ ସ୍ପିଟି ଓ ସତଲେଜ ନଦୀର ସଙ୍ଗମ ସ୍ଥଳିରେ ସେମାନେ ଏହି ଫଟୋ ପ୍ରଦର୍ଶନୀ କରି କୋରାପୁଟ ଅଞ୍ଚଳର ପ୍ରାକୃତିକ ବିଭବ ଓ ଜନଜୀବନ ପ୍ରତି ସେଠାକାର ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ବାହାରର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରାପୁଟ ଅଞ୍ଚଳ ସମ୍ପର୍କରେ ଏହି ବର୍ଣ୍ଣନା ପର୍ଯ୍ୟଟକଙ୍କ ମନରେ ଅନେକ ପ୍ରଶ୍ନ ଉତ୍‌ଥାପନ କରିଥିଲା ବୋଲି ପଣ୍ଡା ଜଣାଇଛନ୍ତି ।

ତେବେ ସ୍ପିଟି ଉପତ୍ୟକାର ଅଧିବାସୀ ଯେମିତି ନିଜ ଘରର ନିର୍ମାଣ ଶୈଳୀ, ବେଶଭୂଷା, ଖାଦ୍ୟପାନ ଓ ଅତିଥିପରାୟଣ ଭାବକୁ ବଞ୍ଚାଇ ରଖିଛନ୍ତି, କୋରାପୁଟ ଅଞ୍ଚଳର ଆଦିବାସୀ ମଧ୍ୟ ନିଜର ମହାନ୍ ପରମ୍ପରାକୁ ବଜାୟ ରଖିପାରିଲେ ପର୍ଯ୍ୟଟନକୁ ନେଇ ସେମାନଙ୍କ ପରିବାର ମଧ୍ୟ ବେଶ ଲାଭବାନ ହୋଇପାରିବେ ବୋଲି ପଣ୍ଡା ମତ ରଖିଛନ୍ତି । ଏଥିନିମନ୍ତେ ହିମାଚଳ ପ୍ରଦେଶ ସରକାରଙ୍କ ଭଳି ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ସରକାର ଲୋକଙ୍କ ସହଭାଗିତାରେ ପର୍ଯ୍ୟଟନର ବିକାଶ ଦିଗରେ କାର୍ଯ୍ୟ କଲେ କୋରାପୁଟ ଭଳି ପର୍ଯ୍ୟଟନର ଗନ୍ତାଘର, ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ସୁଶାନ୍ତ ଜଣାଇଛନ୍ତି ।

କୋରାପୁଟରି ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.