ETV Bharat / state

କୋମାରେ ମହାପ୍ରୟାଣ: ମୃତଦେହ ନେବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ା

ଡାକ୍ତରଖାନାରେ ଅଚଳ ହୋଇପଡିରହିଛି ମହାପ୍ରୟାଣ ଗାଡି। ଅନ୍ୟଏକ ସ୍ଥାନରୁ ମହାପ୍ରୟାଣ ଗାଡି ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ। ଯାହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ଖବର ପଢନ୍ତୁ...

ଅଚଳ ମହାପ୍ରୟାଣ,ମୃତଦେହ ନେବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ା
author img

By

Published : Nov 11, 2019, 7:02 PM IST

କୋରାପୁଟ: ମୃତଦେହ ଗାଁକୁ ପଠାଇବା ପାଇଁ ବି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ ହେବା ନେଇ କୋରାପୁଟରେ ଅସନ୍ତୋଷର ନିଆଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ଗ୍ରାମରେ ।

ସୂଚନା ଅନୁସାରେ, ଗ୍ରାମର ମୋତି ଖରା ଗତ ତିନିଦିନ ଧରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାଵିଦ୍ୟାଳୟର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ହେଲେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଡାକ୍ତରଖାନାରେ ଥିବା ଏକମାତ୍ର ମହାପ୍ରୟାଣ ଗାଡି ଖରାପ ହୋଇ ପଡିଥିବା ଯୋଗୁଁ କର୍ତ୍ତୃପକ୍ଷ କୌଣସି ସହଯୋଗ କରିପାରିଲେ ନାହିଁ । ଆଉ କୌଣସି ଉପାୟ ନପାଇ ମୋତିର ସମ୍ପର୍କୀୟ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ କିଛି ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ।

ସାତଘଣ୍ଟା ଧରି ମୃତଦେହ ଡାକ୍ତରଖାନାରେ ପଡିରହିବା ପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ପ୍ରଚେଷ୍ଟାରେ ଅପରାହ୍ନରେ ଅନ୍ୟ ଏକ ସ୍ଥାନରୁ ମହାପ୍ରୟାଣ ଗାଡି ଆସି ପହଞ୍ଚି ମୃତଦେହକୁ ପଣସପୁଟକୁ ସ୍ଥାନାନ୍ତର କରାଯାଇଛି। ମହାପ୍ରୟାଣ ଗାଡିଟିଏ ପାଇବା ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ ହେଉଥିବା ଯୋଗୁଁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କୋରାପୁଟରୁ ସି.ଏଚ୍.ଶାନ୍ତାକାର, ଇଟିଭି ଭାରତ

Intro:ମୃତଦେହ ଗାଁକୁ ପଠାଇବା ପାଇଁ ବି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ ହେବା ନେଇ କୋରାପୁଟରେ ଅସନ୍ତୋଷ ଦେଖାଦେଇଛି । Body:ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତ ଅନ୍ତର୍ଗତ ପଣସପୁଟ ଗ୍ରାମର ମୋତିଖରା ଗତ ତିନିଦିନ ଧରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାଵଦ୍ୟାଳୟର ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଆଜି ସକାଳେ ମୃତ୍ୟୁବରଣ କରିଥିଲେ । ତେବେ ଡାକ୍ତରଖାନାରେ ଥିବା ଏକମାତ୍ର ମହାପ୍ରୟାଣ ଗାଡି ଖରାପ ହୋଇ ପଡିଥିବା ଯୋଗୁଁ କର୍ତ୍ତୃପକ୍ଷ କୌଣସି ସହଯୋଗ କରିପାରିଲେ ନାହିଁ । ଆଉ କୌଣସି ଉପାୟ ନପାଇ ମୋତିର ସମ୍ପର୍କୀୟ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କିଛି ବ୍ୟବସ୍ଥା କରିବା ପାଈଁ ଅନୁରୋଧ କରିଥିଲେ । ସାତଘଣ୍ଟା ଧରି ମୃତଦେହ ଡାକ୍ତରଖାନାରେ ପଡିରହିବା ପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଙ୍କ ପ୍ରଚେଷ୍ଟାରେ ଅପରାହ୍ନରେ ଅନ୍ୟ ଏକ ସ୍ଥାନରୁ ମହାପ୍ରୟାଣ ଗାଡି ଆସି ପହଂଚି ମୃତଦେହକୁ ପଣସପୁଟ କୁ ସ୍ଥାନାନ୍ତର କରିଥିଲା ।Conclusion:ମହାପ୍ରୟାଣ ଗାଡିଟିଏ ପାଇବା ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ ହେଉଥିବା ଯୋଗୁଁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଅପାରଗତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.