ETV Bharat / state

ସମସ୍ତ ବ୍ୟଥାର ଉପଶମ ଯୋଗାଇବା ପ୍ରୟାସରେ DDRC

author img

By

Published : Oct 5, 2021, 9:06 AM IST

କୋରାପୁଟ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଉନ୍ନତମାନର ସେବା ଆକର୍ଷିତ କରୁଛି ଅନ୍ୟ ରାଜ୍ୟର ରୋଗୀଙ୍କୁ । ଅଧିକ ପଢନ୍ତୁ...

ସମସ୍ତ ବ୍ୟଥାର ଉପଶମ ଯୋଗାଇବାର ପ୍ରୟାସରେ DDRC

କୋରାପୁଟ: କାହାର ହାତ ଉପରକୁ ଉଠାଇବା କଷ୍ଟ ହେଉଛି ତ ଆଉ କାହାର ଅଣ୍ଟାରେ ବ୍ୟଥା । କାହାର ସ୍ପଂଡିଲାଇସିସ ର ଚିକିତ୍ସା ଚାଲିଛି ତ ଆଉ କାହାର ଗୋଡରେ ମହମ ଢାଳି ବ୍ୟଥା ଲାଘବ କରିବାର ପ୍ରଚେଷ୍ଟା ଚାଲିଛି । କୋରାପୁଟ ସହରରେ ସରକାରୀ ଉଦ୍ୟମରେ ପରିଚାଳିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (DDRC) ଉନ୍ନତମାନର ସେବା ଫଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଦୀର୍ଘ 21 ବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିବା ଏହି କେନ୍ଦ୍ରରେ ଏ ପର୍ଯ୍ୟନ୍ତ 20 ହଜାରରୁ ଊର୍ଦ୍ଧ୍ବ ରୋଗୀ ଅତି ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସିତ ହୋଇ ଫେରିଥିବା ଏହି କେନ୍ଦ୍ର ପରିଚାଳକ ପ୍ରେମଦାନୀ କିଣ୍ଡୋ ଜଣାଇଛନ୍ତି । ଏହି କେନ୍ଦ୍ରରେ ରହିବାର ସୁବିଧା ଥିବା ଯୋଗୁଁ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ମଧ୍ୟ ରୋଗୀ ଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି କେନ୍ଦ୍ରରେ ବହୁ ଉପାଦେୟ ଯନ୍ତ୍ରପାତି ଲଗାଯାଇଥିବା ଯୋଗୁଁ ଅଧିକ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ହେଉଛି ବୋଲି ପ୍ରେମଦାନୀ ଜଣାଇଛନ୍ତି । ଏହି କେନ୍ଦ୍ରରେ ସ୍ୱଳ୍ପ ଦେୟରେ ଯୋଗାଇ ଦିଆଯାଉଥିବା ସେବା ଓ କର୍ମକର୍ତ୍ତାଙ୍କ ଉତ୍ତମ ବ୍ୟବହାର ରୋଗୀଙ୍କୁ ଏଠାକୁ ଆକର୍ଷିତ କରୁଥିବା ଚିକିତ୍ସିତ ହେଉଥିବା ବ୍ୟକ୍ତି ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.