ETV Bharat / state

ଫନି ଭୟରେ ୧୫ଟି ପାହାଡିଆ ଗ୍ରାମର ୧୬୪ ପରିବାରକୁ ସ୍ଥାନାନ୍ତର

ଫନି ଭୟରେ କୋରାପୁଟ ଜିଲ୍ଲାର ୧୫ଟି ପାହାଡିଆ ଗ୍ରାମର ୧୬୪ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଆବାସିକ ବିଦ୍ୟାଳୟ ଗୁଡିକୁ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 3, 2019, 5:03 AM IST

କୋରାପୁଟ: ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ସମସ୍ତେ ଆତଙ୍କିତ । ଫନିର ସଫଳ ମୁକାବିଲା ପାଇଁ ପ୍ରଶାସସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲୁଥିବାବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ପଡିଛି । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର କୋଟିଆ , ରାଜୁଗୁଡା ଓ ସୁଙ୍କି ପଞ୍ଚାୟତର ୧୫ଟି ପାହାଡିଆ ଗ୍ରାମର ୧୬୪ ପରିବାରକୁ ଫନି ଭୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆବାସିକ ବିଦ୍ୟାଳୟ ଗୁଡିକୁ ସ୍ଥାନାନ୍ତର କରାଯାଇଛି ।

ଚନ୍ଦକା ଗ୍ରାମପଞ୍ଚାୟତର ଗାଳିପାଡୁ , ଗାଙ୍ଗରାଜପୁର ପଞ୍ଚାୟତର ସାକିରାଇ , ତଳଗଲୁରୁ ପଞ୍ଚାୟତର ଡୁମୁରିଗୁଡା ଓ ସିଡିବାଲାସା , ସୁଙ୍କି ପଞ୍ଚାୟତର ମାଝୀଗୁଣ୍ଡଳମ ଓ ଗିନିପେଲିପଡୁ ଏବଂ କୋଟିଆ ପଞ୍ଚାୟତର ମାଡ଼କାର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏହାସହ ପିଇବା ପାଣି , ଖାଦ୍ୟ ଓ ମହମବତୀ ଦିଆଯାଇଥିବା ଜଣାପଡିଛି । ଏହିସବୁ ଅଞ୍ଚଳରେ ପୂର୍ବରୁ ହୁଡୁହୁଡୁ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଗ୍ରାମବାସୀ ବାତ୍ୟାର ଭୟଙ୍କର ରୂପ କଥା ଶୁଣି ଆତଙ୍କିତ ହୋଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.