ETV Bharat / state

କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

author img

By

Published : Nov 2, 2019, 11:03 PM IST

କୋରାପୁଟ ଜିଲ୍ଲା ଜୟପୁର ଠାରେ ଖୁବ୍ ଶୀଘ୍ର ଏକ ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶ ବି.କେ ଶର୍ମା ।

ଜୟପୁରରେ କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

କୋରାପୁଟ: ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜୟପୁରରେ ଖୋଲିବ ସ୍ବତନ୍ତ୍ର ଥାନା । ଏନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା । ମାଓ ଦମନ ନେଇ ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ସେ ।

ଜୟପୁରରେ କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

ଶନିବାର କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି । କୋରାପୁଟ ମୁଖ୍ୟତଃ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ଦମନ କରିବା ଓ ଏହି ଅଞ୍ଚଳରେ କିଭଳି ଉନ୍ନତି କରାଯାଇପାରିବ ସେ ନେଇ ସମୀକ୍ଷା କରିଛନ୍ତି ସେ । ତେବେ ପ୍ରଶାସନର ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରି ସାମଗ୍ରିକ ବିକାଶ ସାଧନ ମାଧ୍ୟମରେ ମାଓବାଦୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାର ଯୋଜନା ରହିଥିବା ଡିଜି ସୂଚନା ଦେଇଛନ୍ତି ।

ଏହି ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ତା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ସଫଳ ହୋଇଥିବା ସେ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ବିଚ୍ଛିନ୍ନ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷ ଉପରେ ନିୟନ୍ତ୍ରଣ ଅଣାଯାଇପାରି ନଥିବା ସେ ସ୍ବୀକାର କରିବା ସହ ଏହା ଉପରେ କାମ କରାଯାଉଥିବା କହିଛନ୍ତି । ଏଥିସହ ଖୁବଶିଘ୍ର ପୋଲିସ ବିଭାଗରେ ଥିବା ଖାଲି ସ୍ଥାନ ଗୁଡିକୁ ପୂରଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଏଡିଜି ଆରପି କୋଚ୍ଚେ, ଗୁଇନ୍ଦା ବିଭାଗର ଏଡିଜି ଆର୍.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି ସଫିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ସାଇବର ଅପରାଧ କୁ ନିଯନ୍ତ୍ରଣ କରିବା ପାଇଁ
କୋରାପୁଟ ଜିଲ୍ଲା ଜୟପୁର ଠାରେ ଅତି ଶୀଘ୍ର ଏକ ସ୍ୱତନ୍ତ୍ର ଥାନା ଖୋଲାଯିବା ନେଇ ପୋଲିଡ଼ ଡିଜି ବି.କେ.ଶର୍ମା ସ୍ପଷ୍ଟ କରଛନ୍ତି ।Body:ଆଜି କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଙ୍କ କାର୍ଯ୍ୟାଳୟରେ ୬ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଙ୍କ ସମେତ କୋବ୍ରା , ବିଏସଏଫ ଓ ସିଆରପିଏଫ ର ବରିଷ୍ଠ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇ ଶ୍ରୀ ଶର୍ମା ମାଓ ଦମନ ଓ ଏହି ଅଂଚଳର ସାମଗ୍ରିକ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ସମୀକ୍ଷା ବୈଠକ ସରିବା ପରେ ସାମ୍ବାଦିକଙ୍କ ସହ ବାର୍ତାଳାପ କରି ସାରା ଓଡ଼ିଶାରେ ମାଓ ଦମନ ସଫଳ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରିର କିଛି ଅଂଚଳରେ ମାଓବାଦୀଙ୍କ ପ୍ରଭାବ ରହିଥିବା ସ୍ୱୀକାର କରିଛନ୍ତି । ତେବେ ପ୍ରଶାସନର ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସାମଗ୍ରିକ ବିକାଶ ସାଧନ ମାଧ୍ୟମରେ ଏହି ଅଂଚଳରେ ମଧ୍ୟ ମାଓବାଦୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି । ଏହି ଅଂଚଳରେ ବ୍ୟାପକ ଭାବେ ଗଂଜେଇ ଚାଷ ହେଉଥିବା ବେଳେ ତା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ବହୁ ମାତ୍ରାରେ ସଫଳ ହୋଇଥିବା ଜଣାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ବିଛିନ୍ନାଂଚଳ ରେ ହେଉଥିବା ଗଂଜେଇ ଚାଷ ଉପରେ ନିୟନ୍ତ୍ରଣ ଅଣାଯାଇପାରିନଥିବା ସେ ସ୍ୱୀକାର କରିଥିବା ବେଳେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପ୍ରଶାସନିକ ବ୍ୟବସ୍ଥାରେ ନିୟୋଜିତ ବହୁ କର୍ମଚାରୀଙ୍କ ଭଳି ଅନେକ ପୋଲିସ କର୍ମଚାରୀ ମଧ୍ୟ ଏହି ଅଂଚଳକୁ ଆସିବା ପାଈଁ ପଛଘୁଞ୍ଚା ଦେଉଥିବା ବେଳେ ସେମାନଙ୍କୁ ବିଭିନ୍ନ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଏହି ଅଂଚଳର ପୋଲିସ ବିଭାଗରେ ଥିବା ଖାଲି ସ୍ଥାନ ଗୁଡିକୁ ପୁରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । Conclusion:ଏହି ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଏଡିଜି ଆରପି କୋଚ୍ଚେ, ଗୁଇନ୍ଦା ବିଭାଗର ଏଡିଜି ଆର୍.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି ସଫିନ ଅହମ୍ମଦ ଉପସ୍ଥିତ ଥିଲେ ।
........
Byte : ବି.କେ.ଶର୍ମା , ଡିଜିପି
.........
Shantakar
Koraput
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.