ETV Bharat / state

ICMR ସହ ବୁଝାମଣା ସ୍ବାକ୍ଷର କଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ICMR ସହ ବୁଝାମଣା ସ୍ବାକ୍ଷର କଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(CUO ) । ICMR ସହ ମିଳିତ ସହଯୋଗରେ ଆଦିବାସୀଙ୍କ ଜୀବନଧାରଣରେ ଉନ୍ନତି ଲାଗି ଗବେଷଣା କରାଯିବାକୁ ଏହି MoU ସ୍ବାକ୍ଷରିତ ହୋଇଛି ।

author img

By

Published : Dec 25, 2021, 10:59 AM IST

ICMR ସହ ବୁଝାମଣା ସ୍ବାକ୍ଷର କଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ICMR ସହ ବୁଝାମଣା ସ୍ବାକ୍ଷର କଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: ଦେଶର ବିଶିଷ୍ଟ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର ଆସିଏମଆରର ଏନଆଇଆରଟିଏଚ(ICMR-NIRTH) ସହ ବୁଝାମଣା ସ୍ବାକ୍ଷର(MoU ) କଲା ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(Central University Of Odisha ) । ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଗବେଷଣା ଲାଗି ଶୁକ୍ରବାର ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ବିଶ୍ବବିଦ୍ୟାଳୟର କୁଳପତି ଶରତ କୁମାର ପାଳିତ ଏନେଇ ସୂଚନା ଦେଇଛନ୍ତି ।

CUO କୁଳପତିଙ୍କ କହିବା ଅନୁଯାୟୀ, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ସମେତ କେବିକେ ଅଞ୍ଚଳ ଆଜି ବି ଅନ୍ଧକାରରେ ରହିଛି । ଜିଲ୍ଲାର ୫୦ ଭାଗରୁ ଊର୍ଦ୍ଧ୍ବ ଲୋକେ ବିଶେଷକରି ଆଦିବାସୀ ଜନଜାତି ଗରୀବ ସୀମାରେଖା ତଳେ ରହିଛନ୍ତି । ତେଣୁ ସେମାନଙ୍କ ଜୀବନଧାରଣରେ ଉନ୍ନତି ଦିଗରେ ICMRର ମିଳିତ ସହଯୋଗରେ ଗବେଷଣା କରାଯିବ । ଏଥିପାଇଁ MoU ସ୍ବାକ୍ଷର କରାଯାଇଛି ।

ଏହି ଚୁକ୍ତି ସ୍ବାକ୍ଷର ହେବା ଦ୍ବାରା ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ । ଛାତ୍ରଛାତ୍ରୀ ୫ଟି ପୋଷ୍ୟ ଗ୍ରାମରେ ସିକଲ ସେଲର ସ୍ଥିତି ଉପରେ ଗବେଷଣା କରିବେ ବୋଲି କୁଳପତି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.