କୋରାପୁଟ: ବଢୁଛି ନେତାଙ୍କ ହାର୍ଟବିଟ । କଣ ହେବ 2019 ମହାସମରର ଫଳାଫଳ । କିଛି ସମୟର ଅପେକ୍ଷା ପରେ ନିର୍ଦ୍ଧାରିତ ହେବ କାହା ହାତରେ ରହିବ ଦେଶର ଶାସନ ଡୋରି ।
ତେବେ ଲୋକସଭା ଓ ବିଧାନସଭା ଆସନ ପାଇଁ କୋରାପୁଟର ସରକାରୀ ମହାବିଦ୍ୟାଳୟଠାରେ ଭୋଟ ଗଣତି କେନ୍ଦ୍ରରେ ପ୍ରସ୍ତୁତି ପର୍ବ ଶେଷ । ସକାଳ 8ଟାରୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି।
ରାଜନୈତିକ ଦଳଙ୍କ ତରଫରୁ ନିୟୋଜିତ ଏଜେଣ୍ଟ ଓ ଗଣତି କରିବା ପାଇଁ ଜିଲ୍ଲା ପ୍ରଶ୍ୱାସନ ଦ୍ୱାରା ନିୟୋଜିତ କର୍ମଚାରୀଙ୍କୁ ପୋଲିସ ଚେକ କରି ଗଣତି କେନ୍ଦ୍ର ଭିତରକୁ ପଠାଉଛନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ