କୋରାପୁଟ: ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା 66 ଜଣ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଲମତାପୁଟ ବ୍ଲକରେ ଥିବା 15 ଜଣ ଚିନ୍ତା ବଢ଼ାଇଛନ୍ତି ।
ବର୍ତ୍ତମାନ ଯାଏଁ କୋରାପୁଟ, ଜୟପୁର, ସେମିଳିଗୁଡା ଓ ଦାମନଯୋଡି ଭଳି ସହରାଞ୍ଚଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ଲମତାପୁଟ ଭଳି ଏକ ଉପାନ୍ତ ବ୍ଲକ ଅଞ୍ଚଳର ଦୂରଦୁରାନ୍ତ ଗାଁରେ ତାର ପାଦ ଚିହ୍ନ ଦେଖାଦେବା ଜିଲ୍ଲାରେ କୋରୋନା ପ୍ରଭାବ ବିସ୍ତାର ହେଉଥିବାର ଆଶଙ୍କା ଦର୍ଶାଇଛି । ତେବେ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା କୋରୋନା ସଂକ୍ରମଣ ପାଇଁ ସାଧାରଣ ଜନତା କୋଭିଡ ନିୟମାବଳୀ ନ ମାନିବା ହିଁ ଦାୟୀ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ