କୋରାପୁଟ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାରଙ୍କ ଦ୍ଵାରା ଛତିଶଗଡ଼ ସୀମାକୁ ଲାଗିଥିବା 10ଟି ଜିଲ୍ଲାରେ ସପ୍ତାହର ଶନିବାର ଓ ରବିବାର ଦିନ ସଟଡାଉନର ଘୋଷଣା କରିଛନ୍ତି । ଶନିବାର ଏହା କୋରାପୁଟ ଜିଲ୍ଲାରେ ପରିଲକ୍ଷିତ ହୋଇଛି ।
ଶନିବାରଠୁ ଏହି ପ୍ରତିବନ୍ଧକର ପ୍ରଥମ ଦିନରେ କୋରାପୁଟର ସମସ୍ତ ସହରାଞ୍ଚଳରେ ରାସ୍ତାଘାଟ ଖାଲିପଡିଥିବା ବେଳେ ଦୋକାନ ବଜାର ଓ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି ।
ସେପଟେ ପୋଲିସର ବ୍ୟାପକ ପାଟ୍ରୋଲିଂ ଯୋଗୁଁ ଲୋକେ ମଧ୍ୟ ଘର ମଧ୍ୟରେ ନିଜକୁ ଆବଦ୍ଧ କରିଥିବା କୋରାପୁଟ ଏସଡିପିଓ ଗୁଣନିଧି ସେଠି ଜଣାଇଛନ୍ତି । ତେବେ ଜନସାଧାରଣଙ୍କ ସହଯୋଗ ଫଳରେ କୋଭିଡ ବିରୁଦ୍ଧରେ ଆରମ୍ଭ ହୋଇଥିବା ସଂଗ୍ରାମରେ ବିଜୟ ହାସଲ କରିହେବ ବୋଲି ସେ ଆଶା କରୁଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ