ETV Bharat / state

କୋରୋନା ପ୍ରଭାବ: ବନ୍ଦ ହେଲା ଟ୍ରେନ ସେବା, ଦୁଃଖ ଭୋଗୁଛି ଚାଷୀ

author img

By

Published : Aug 24, 2020, 6:13 PM IST

କୋରୋନା ବଦଳାଇ ଦେଇଛି ଜୀବନ ଜିଇଁବାର ଜୀବନ ରେଖା । ମହାମାରୀର ପ୍ରକୋପରେ ସତେ ଯେମିତି ସବୁ କିଛି ଠପ ହୋଇପଡିଛି । ମହାମାରୀ ନହେବା ଭୟରେ ଘରେ ବସି ରହିଲେ ସେପଟେ ଜୀବିକା ସହ ପ୍ରତିପୋଷଣ ଚିନ୍ତା । ଯାହାର ବେଶି ପ୍ରଭାବ ପଡିଛି କୋରାପୁଟର ପରିବା ବ୍ୟବସାୟୀଙ୍କ ଉପରେ । ଅଧିକ ଖବର ପଢନ୍ତୁ...

କୋରୋନା ପ୍ରଭାବ: ବନ୍ଦ ହେଲା ରେଳଗାଡି ଯାତାୟାତ, ଦୁଃଖ ଭୋଗୁଛି ଚାଷୀ

କୋରାପୁଟ: କୋରୋନା ବଦଳାଇ ଦେଇଛି ଜୀବନ ଜିଇଁବାର ଜୀବନ ରେଖା । ମହାମାରୀର ପ୍ରକୋପରେ ସତେ ଯେମିତି ସବୁ କିଛି ଠପ ହୋଇପଡିଛି । ମହାମାରୀ ନହେବା ଭୟରେ ଘରେ ବସି ରହିଲେ ସେପଟେ ଜୀବିକା ସହ ପ୍ରତିପୋଷଣ ଚିନ୍ତା । ଏମିତି ସ୍ଥିତିରେ ଜଣେ ସାଧାରଣ ମଣିଷ କରିବ କଣ ? ଗତ କିଛି ମାସ ହେବ କୋରାପୁଟରୁ ବିଶାଖାପାଟଣାକୁ ଯାତ୍ରୀବାହୀ ରେଳଗାଡି ଚାଲିବା ବନ୍ଦ ହୋଇଛି । ଯାହା ଫଳରେ କୋରାପୁଟ ଓ ସୁକୁ ମଧ୍ୟରେ କୋଲାବ ଜଳଭଣ୍ଡାର ଉପରେ ଯାଇଥିବା ରେଳ ପୋଲ ଉପରେ ବିପଦ ସଂକୁଳ ଭାବେ ଯାତ୍ରା କରୁଛନ୍ତି ସମସ୍ତେ ।

ତଳେ ଜଳଭଣ୍ଡାରର ଗଭୀର ଜଳରାଶି । ପୋଲ ଦେଇ ଚାଲିକି ଯିବା ହେଉ ବା ଦୁଇଚକିଆ ଯାନ ଦେଇ ହେଉ, ତଳକୁ ଦେଖିଲେ ପ୍ରାଣ ଚାଲିଗଲା ଭଳି ଭୟ ସଂଚରିତ ହୁଏ । ଡଙ୍ଗାରେ ଯାଆସ ମଧ୍ୟ ବିପଦରୁ ମୁକ୍ତ ନୁହେଁ । କିନ୍ତୁ ଲୋକେ ବା କରିବେ କଣ ? ସୁକୁ , ପାଲିବା ଭଳି ପ୍ରାୟ 50ଟି ଗାଁର ଲୋକଙ୍କ ପାଇଁ ଏହି ପୋଲଦେଇ ଯା-ଆସ କରୁଥିବା ରେଲଗାଡି ଜୀବନ ରେଖା ପାଲଟିଯାଇଛି । ହେଲେ କୋରୋନା ଯୋଗୁଁ ରେଳଗାଡି ଯାତାୟତ ବି ବନ୍ଦ ହୋଇ ପଡିଛି । ଯାହା ଫଳରେ ରେଳଗାଡି ଚାଲୁଥିବା ସମୟରେ ଚାଷୀ ନିଜ ଉତ୍ପାଦିତ ପନିପରିବା ଅଧଘଣ୍ଟାରେ ଓ ସ୍ବଳ୍ପ ଖର୍ଚ୍ଚରେ କୋରାପୁଟ ବଜାରକୁ ଆଣି ବିକିପାରୁଥିଲା । ଦେହ ଖରାପ ହେଲେ ଡାକ୍ତରଖାନାକୁ ଆସିବା ସହଜ ଥିଲା । କିନ୍ତୁ ଏବେ ଚାଷୀର ଆଖିରୁ ଲୁହ ଝରିଚାଲିଥିବା ବେଳେ କୋରୋନା ମହାମାରୀ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

କେବଳ ସେତିକି ନୁହେଁ ସରକାରଙ୍କ ଚାଉଳ ଓ ଏକ ହଜାର ଟଙ୍କାର ସହଯୋଗ ଅନେକ ଦିନରୁ ମରି ହଜିଗଲାଣି । ବିହନ , ସାର ଓ ନିଜ ଦେହର ଝାଳର ମୂଲ୍ୟ କିଏବା ଦେଇପାରିବ । ଜମିରେ ପରିବା , ବଜାର ଯିବା ପାଇଁ ପ୍ରସ୍ତୁତ ଥିବା ବେଳେ ସାଧନ ଅଭାବରୁ ଚାଲି ଚାଲି ଯାଉଥିବା ଚାଷୀ ନିଜ କାନ୍ଧ ଯେତିକି ବୋହି ପାରିବ ସେତିକି ହିଁ ବଜାରକୁ ଆଣି ପାରୁଛି । ରେଳ ପୋଲ ଉପର ଦେଇ ଗଲେ 15-20 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଥିବା ବେଳେ , ସଡକ ପଥରେ ନନ୍ଦପୁର ବାଟ ଦେଇ କୋରାପୁଟ ଆସିବାକୁ ହେଲେ ପାଖାପାଖି 100 କିଲୋମିଟର ରାସ୍ତା ରେ ଗାଡି ଭଡା କରି ଯିବାକୁ ହେବ । ଗରିବ ଚାଷୀ ପାଖରେ ଏତେ ସାଧନ ବା କାହିଁ କେଉଁଠୁ ଆସିବ । ତେଣୁ ମୁଣ୍ଡର ଝାଳ ତୁଣ୍ଡରେ ମାରି ଉତ୍ପାଦନ କରିଥିବା ପରିବା ଗଣ୍ଡାକୁ ବିକ୍ରି କରିନପାରି ତାରି ଉପରେ ଆଖିରୁ ଲୁହ ଝରାଇବା ହିଁ ସାର ହେଉଥିବା ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହି ରେଳ ପୋଲ କଡେ କଡେ ଲୋକେ ଯାତାୟତ କରିବା ପାଇଁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଯଥା ପୂର୍ବଂ ତଥା ପରଂ । ନିର୍ଦ୍ଧାରିତ ସମୟରେ ସରକାର ନିଜ ପ୍ରତିଶ୍ରୁତି ପାଳନ କରିଥିଲେ ଚାଷୀର ଆଖିରୁ ଆଜି ଏହି ଲୁହ ବୋହିନଥାନ୍ତା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.