ETV Bharat / state

କୋରୋନା କାୟା: କୋରାପୁଟକୁ ଫେରିଲା ଲକଡାଉନ - ଲକଡାଉନ

ଧିରେ ଧିରେ ସାରା ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ ରାଜ୍ୟ ସରକାର 4ଟି ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ପୁଣି ଲକଡାଉନ ଘୋଷଣା କରିଥିବା ବେଳେ କୋରାପୁଟକୁ ମଧ୍ୟ ଫେରିଛି ଲକଡାଉନ କଟକଣା ।

corona pandemic in koraput, koraput latest news, corona update in koraput, lockdown, lockdown in koraput, କୋରାପୁଟରେ କୋରୋନା ସଂକ୍ରମଣ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟ ଲକଡାଉନ, ଲକଡାଉନ, କୋରାପୁଟରେ କୋରୋନା ଅପଡେଟ
କୋରୋନା କାୟା: କୋରାପୁଟକୁ ପୁଣି ଫେରିଲା ଲକଡାଉନ
author img

By

Published : Jul 20, 2020, 6:37 PM IST

କୋରାପୁଟ: ଧିରେ ଧିରେ ସାରା ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ ରାଜ୍ୟ ସରକାର 4ଟି ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ପୁଣି ଲକଡାଉନ ଘୋଷଣା କରିଥିବା ବେଳେ କୋରାପୁଟକୁ ମଧ୍ୟ ଫେରିଛି ଲକଡାଉନ କଟକଣା । ଜିଲ୍ଲାରେ ସ୍ଥିତି ଉତ୍କଟ ହେବାରେ ଲାଗିଥିବାରୁ ବିଶେଷ ପ୍ରଭାବିତ ଅଞ୍ଚଳରେ ପୁଣି ଲକଡାଉନ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

କୋରୋନା କାୟା: କୋରାପୁଟକୁ ପୁଣି ଫେରିଲା ଲକଡାଉନ

ସୂଚନା ମୁତାବକ ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରାଞ୍ଚଳ, ସେମିଳିଗୁଡା ବ୍ଲକର ଚେରାଙ୍ଗୁଲ ପଞ୍ଚାୟତ, କୋରାପୁଟ ବ୍ଲକ ମାଥାଲପୁର ପଞ୍ଚାୟତ ସମେତ ବୋରିଗୁମ୍ମା, ଲକ୍ଷ୍ମୀପୁର ଓ ପଟାଙ୍ଗୀ ବ୍ଲକର ସଦର ପଞ୍ଚାୟତରେ ଏହି ଲକଡାଉନ ଘୋଷଣା ହୋଇଛି । ତେବେ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଏସମସ୍ତ ଅଞ୍ଚଳରେ କଟକଣା ବଲବତ୍ତର ରହିବ । ଇତିମଧ୍ୟରେ କେବଳ ଅତ୍ୟାବଶ୍ୟକ , ସାମଗ୍ରୀ, ପନିପରିବା ଓ ଡାଲି, ଚାଉଳ ସମେତ ଔଷଧ ଦୋକାନ ଆଦି ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ବିକ୍ରି ହେବ ।

ଏହା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେପଟେ ବ୍ୟାଙ୍କ ସେବା ମଧ୍ୟ ଅପରାହ୍ନ 1ଟା ପର୍ଯ୍ୟନ୍ତ ଯୋଗାଇବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୋମବାର ମଧ୍ୟରାତ୍ରରୁ ଲକଡାଉନ ଲାଗୁ ହେବାର ସୂଚନା ରହିଥିବା ବେଳେ ହଠାତ୍‌ ନିଆଯାଇଥିବା ଏହି ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏକ ସପ୍ତାହ ଧରି କଟକଣା ଲାଗୁ ହେବାକୁ ଥିବା ବେଳେ ଲୋକେ ଏନେଇ ପ୍ରସ୍ତୁତ ରହି ନଥିବା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.