ETV Bharat / state

କରୋନା ସଚେତନତା: ଜିଲ୍ଲା ପ୍ରଶାସନର କଡା ନଜରରେ ସାପ୍ତାହିକ ହାଟ - କୋରାପୁଟ ଖବର

କରୋନା ଭୂତାଣୁ ସଂକ୍ରମିତ ହେବା ଭୟରେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନର କଡା ନଜର ରହିଛି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟ ଉପରେ । ଅଧିକ ପଢନ୍ତ...

Corona Awareness: district administration focus on weekly market
କରୋନା ସଚେତନତା: ଜିଲ୍ଲା ପ୍ରଶାସନର କଡା ନଜରରେ ସାପ୍ତାହିକ ହାଟ
author img

By

Published : Mar 21, 2020, 7:25 PM IST

କୋରାପୁଟ: କରୋନା ଭୂତାଣୁ ସଂକ୍ରମିତ ହେବା ଭୟରେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରାଯାଉଛି । ଏମିତି ସ୍ଥିତିରେ ଜିଲ୍ଲା ପ୍ରଶାସନର କଡା ନଜର ରହିଛି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟ ଉପରେ ।

କରୋନା ସଚେତନତା: ଜିଲ୍ଲା ପ୍ରଶାସନର କଡା ନଜରରେ ସାପ୍ତାହିକ ହାଟ

ଶନିବାର ଜିଲ୍ଲା ପରିଷଦର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏହିପରି ଅଣସଂଗଠିତ ବଜାରରେ ଗାଁ ଗଣ୍ଡାରୁ ଆସୁଥିବା ଚାଷୀ, ବ୍ୟବସାୟୀ ଓ ଗ୍ରାହକ କିପରି ଠିକ ଭାବରେ ପରସ୍ପର ଠାରୁ ଦୂରତା ବଜାୟ ରଖି ଅତ୍ୟାବଶ୍ୟକ ଜିନିଷର କିଣାବିକା କରିପାରିବେ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଛି । ଆଜିର ଏହି ସଭାର ସଦସ୍ୟମାନେ ଏହି ଭୂତାଣୁ ଜନିତ ସମସ୍ୟାକୁ ହୃଦୟଙ୍ଗମ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଭିନ୍ନ ନିୟମାବଳିକୁ ବୁଝିବା ସହ ବୁଝାଇବା ଉପରେ ଗୁରୁତ୍ଵ ଦେଇଥିଲେ ।

ତେବେ ଆସନ୍ତା କିଛି ଦିନ ମଧ୍ୟରେ ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ଆସନ୍ତା ୩ ମାସର ଛାତ୍ର ଭତ୍ତା ଅଗ୍ରିମ ଭାବେ ପ୍ରଦାନ କରି ଜୁଲାଇ ମାସ 15 ତାରିଖ ପର୍ଯ୍ୟନ୍ତ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ । ସେହିପରି ଜିଲ୍ଲା ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକରେ ଆଇସୋଲେସନ ୱାର୍ଡ଼ ଖୋଲାଯାଇଛି । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେଥିରେ କରୋନା ପ୍ରଭାବିତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରଖାଯାଇପାରିବ ବୋଲି ବୈଠକ ପରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.