ETV Bharat / state

ଆନ୍ଧ୍ର-ଓଡିଶା ସୀମାରେ ଉତ୍ତେଜନା, ସୀମା ନିର୍ଦ୍ଧାରଣ ବୋର୍ଡକୁ ନେଇ ଦୁଇ ରାଜ୍ୟ ମୁହାଁମୁହିଁ

author img

By

Published : Nov 13, 2020, 6:33 PM IST

ଜିଲ୍ଲାର ପଟ୍ଟାଙ୍ଗି ବ୍ଲକରେ ଯାଇଥିବା ଆନ୍ଧ୍ର ସୀମାରେ ବିବାଦ ଦେଖାଯାଇଛି । ତେବେ 2 ରାଜ୍ୟର ଜିଲ୍ଲାସ୍ତରୀୟ ଆଲୋଚନା ପରେ ସମସ୍ୟାର ସମାଧାନ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

Conflict on Andhra-Odisha border at Pattangi block in Koraput
କୋରାପୁଟ ପଟ୍ଟାଙ୍ଗି ବ୍ଲକରେ ଥିବା ଆନ୍ଧ୍ର-ଓଡିଶା ସୀମାନ୍ତରେ ବିବାଦ

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ବ୍ଲକରେ ଥିବା ଆନ୍ଧ୍ର-ଓଡିଶା ସୀମାନ୍ତରେ ଗତ କିଛି ଦିନ ଧରି ବିବାଦ ଦେଖା ଦେଇଛି । ଆନ୍ଧ୍ରର ସରକାରୀ ଅଧିକାରୀ ଓଡିଶା ସୀମାକୁ ପଶି ଆସି ବୋର୍ଡ ଲଗାଇଛନ୍ତି । ତେବେ ଏହି ସମସ୍ୟା ଉଭୟ ରାଜ୍ୟର ଜିଲ୍ଲାସ୍ତରୀୟ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ।

ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଂଚାୟତ ର ସୁନାବେଡା ଗ୍ରାମ ନିକଟରେ ଆନ୍ଧ୍ର -ଓଡିଶା ସୀମା ରହିଛି । ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀମାନେ ଓଡ଼ିଶାର ସୀମା ମଧ୍ୟକୁ ପ୍ରବେଶ କରି ନୂତନ ସୀମା ନିର୍ଦ୍ଧାରଣ କରିବା ସହିତ ଆନ୍ଧ୍ରପ୍ରଦେଶର ବୋର୍ଡ ଲଗାଇ ଫେରିଯାଇଛନ୍ତି । ଏହି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ସେହି ବୋର୍ଡ଼କୁ ପୁଣିଥରେ ପୂର୍ବ ସ୍ଥାନକୁ ଘୁଞ୍ଚାଇ ଦେଇଥିଲା ।

ତେବେ ଏହି ମାମଲାର ସମାଧାନ ହେଲା ଭଳି ଲାଗିବା ବେଳକୁ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମବାସୀ ଓ ଡୁମ୍ବୁରିଗୁଡା ସରପଞ୍ଚ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରି ସୀମାରେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଅନେକ ବର୍ଷ ହେବ ଆନ୍ଧ୍ରପ୍ରଦେଶର ସୀମା ନିର୍ଦ୍ଧାରଣ ହୋଇସାରିଥିବାର ବୋର୍ଡ ଠିକଣା ଜାଗାରେ ଲଗାଯାଇଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ତାକୁ ପ୍ରାୟ ଏକ କିଲୋମିଟର ଘୁଞ୍ଚାଇବାକୁ ସେମାନେ ବିରୋଧ କରିଥିଲେ। ପରେ ଓଡିଶାର ପ୍ରଶାସନିକ ଅଧିକାରୀ ଲଗାଇଥିବା ବୋର୍ଡକୁ ଓପାଡି ରାସ୍ତା ଅବରୋଧ କରିଛନ୍ତି ।

ଏହି ସମସ୍ୟା ସମ୍ପର୍କରେ ଉଭୟ ରାଜ୍ୟର ଜିଲ୍ଲାସ୍ତରୀୟ ଅଧିକାରୀ ଆଲୋଚନା କରି ସମାଧାନ କରିବେ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ଶୁକ୍ରବାର ଜିଲ୍ଲାସ୍ତରୀୟ ରାଜସ୍ବ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ସଂପର୍କରେ କୌଣସି ଆଲୋଚନା ହୋଇନାହିଁ । ଘଟଣାଟି ପଟ୍ଟାଙ୍ଗି ବ୍ଲକ, ବିଶେଷ କରି ପୁକାଲି ଓ ସମ୍ବାଇ ଅଞ୍ଚଳ ସହ ସଂପୃକ୍ତ ଥିବାରୁ ଏହି ଅଞ୍ଚଳର ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସି. ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.