ETV Bharat / state

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମନେପକାଇଲା କୋରାପୁଟ ପ୍ରେସକ୍ଲବ - କୋରାପୁଟ ପ୍ରେସକ୍ଳବ

ବୋଟ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ କୋରାପୁଟ ପ୍ରେସକ୍ଳବରେ ଶୋକସଭା । ଅଧିକ ପଢନ୍ତୁ...

condolence meet for late senior journalist arindam
ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମନେପକାଇଲା କୋରାପୁଟ ପ୍ରେସକ୍ଲବ
author img

By

Published : Sep 25, 2021, 4:46 PM IST

କୋରାପୁଟ: ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା କୋରାପୁଟ ପ୍ରେସକ୍ଲବ। ଗତକାଲି କଟକରେ ଓଡ୍ରାଫର ବୋଟ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଆଜି କୋରାପୁଟ ପ୍ରେସ କ୍ଳବରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମନେପକାଇଲା କୋରାପୁଟ ପ୍ରେସକ୍ଲବ

ଗତ କିଛିଦିନ ପୂର୍ବେ ମାଲକାନଗିରି ଜିଲ୍ଲାରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସଂଗ୍ରହ କରି ଫେରୁଥିବା ବାଟରେ ଅରିନ୍ଦମ କୋରାପୁଟ ପ୍ରେସକ୍ଲବରେ କିଛି ସମୟ ଅତିବାହିତ କରି ବିଭିନ୍ନ ବିଷୟରେ ସାମ୍ବାଦିକଙ୍କ ସହିତ କରିଥିବା ଆଲୋଚନା କରିଥିଲେ। ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ପରିପକ୍ଵତାର ପରିଚୟ ଦେଇଥିଲା ବୋଲି ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ମତ ରଖିଛନ୍ତି । କ୍ଲବର ସଦସ୍ୟ ମାନେ ଅରିନ୍ଦମଙ୍କ ସାହସିକ ସାମ୍ବାଦିକତା ସମ୍ପର୍କରେ ନିଜସ୍ବ ମତ ରଖିଥିଲେ । ଏହାପରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ ।

ସୂଚନାଥାଉକି ଗତକାଲି କଟକ ନରାଜର ମୁଣ୍ଡଳୀ ବ୍ରିଜ ନିକଟରେ ଦୀର୍ଘ ସମୟ ଧରି ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବାବେଳେ ଓଡ୍ରାଫ ବୋଟ ଦୁର୍ଘଟଣା ଘଟିଥିଲା । ଏଥିରେ ସାରା ଓଡିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଟିଭିର ସିନିୟର ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫର ଜଣେ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଗୁରୁତର ପାଞ୍ଚ ଜଣଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.