କୋରାପୁଟ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ଓ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କୋଭିଡ ସେଲର ମୁଖ୍ୟ ତଥା ଏଡିଏମଓ ସୁଶାନ୍ତ ଦାସ ।
ଏଥି ସହିତ କୋଭିଡ ବିରୁଦ୍ଧରେ ସଂଗ୍ରାମ କରୁଥିବା ସମୟରେ ନିଆଯିବାକୁ ଥିବା ସୁରକ୍ଷା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ଡାକ୍ତର ଦାସ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ