କୋରାପୁଟ: ଜୟପୁରରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫରେନସିଂ ମାଧ୍ୟମରେ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ।
ଜନତାଙ୍କ ମଧ୍ୟରେ ଓ ବିଶେଷ କରି ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ବିଜ୍ଞାନ ସମ୍ମତ ଚିନ୍ତାଧାରାର ବୃଦ୍ଧି କରିବା ଦିଗରେ ଏହି କେନ୍ଦ୍ର ସହାୟକ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର କହିଛନ୍ତି । ଏହି କେନ୍ଦ୍ର ନିର୍ମାଣ କାର୍ଯ୍ୟର ସମୟ ସୀମା ଏକ ବର୍ଷ ରଖାଯାଇଛି ଓ ସେହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ରାୟଗଡାର ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଡିଜିଟାଲ ପ୍ଲାନେଟୋରିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ