ETV Bharat / state

Flight Services In Jeypore: ଚାଲିଲା ବିମାନ, କୋରାପୁଟବାସୀ ଖୁସ୍

ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରକୁ ବିମାନ ସେବା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଭୁବନେଶ୍ବରରୁ ଜୟପୁରକୁ ଯାତ୍ରୀବାହୀ ବିମାନ ପହଞ୍ଚିବା ପରେ ଜୟପୁର ବିମାନ ବନ୍ଦରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ

author img

By

Published : Oct 31, 2022, 10:13 PM IST

Etv Bharat
Etv Bharat

କୋରାପୁଟ: ଭୁବନେଶ୍ୱରରୁ ଆଜି ଜୟପୁରକୁ ବିମାନ ଚଳାଚଳ ହେବା ସହ ଜୟପୁରରେ ଦେଶର ସର୍ବ ପ୍ରଥମ ଷ୍ଟେଟ ଓନଡ ଏରୋଡ୍ରମ ପଡିଆର ଲୋକାର୍ପଣ ହୋଇଯାଇଛି । ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଭୁବନେଶ୍ବରରୁ ଜୟପୁରକୁ ଯାତ୍ରୀବାହୀ ବିମାନ ପହଞ୍ଚିବା ପରେ ଜୟପୁର ବିମାନ ବନ୍ଦରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା ।

Flight Services in Jeypore: ଚାଲିଲା ବିମାନ, କୋରାପୁଟ ବାସୀ ଖୁସ

ବିମାନ ଆସି ଜୟପୁରରେ ପହଞ୍ଚିସାରିବା ପରେ ଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହ ବିମାନର ପାଇଲଟଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମ ଥର ପାଇଁ ବିମାନରେ ଯିବା ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ବିଷେଶକରି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶିକ୍ଷା , ବାଣିଜ୍ୟ, ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇପାରିବ ବୋଲି ଯାତ୍ରୀ କହିଥିବା ବେଳେ ଯାତ୍ରୀଙ୍କ ଚାହିଦା ବଢ଼ିଲେ ଜୟପୁର ବିମାନ ବନ୍ଦରରୁ ଅଧିକ ସିଟ ଥିବା ବଡ଼ ଆକାରର ବିମାନ ମଧ୍ୟ ଚଳାଚଳ କରିପାରିବ ବୋଲି ଜିଲ୍ଲାପାଳ ଅବଦଲ ଅକତର କହିଛନ୍ତି ।

ଆଜି ଭୁବନେଶ୍ୱରରୁ ଜୟପୁର ଆସିଥିବା ବିମାନଟି ପୁଣିଥରେ ଭୁବନେଶ୍ୱର ଚାଲିଯାଇଥିବା ବେଳେ ଏହା ନିୟମିତ ଭାବେ ଜୟପୁରକୁ ଭୁବନେଶ୍ୱର ଓ ବିଶାଖାପାଟଣା ସହ ସଂଯୋଗ ସ୍ଥାପନ କରିବ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.