କୋରାପୁଟ: ଜିଲ୍ଲାରେ ଆରମ୍ଭ ହେବ ବିକାଶମୂଳ କାର୍ଯ୍ୟ । ଏଥିଲାଗି ଖର୍ଚ୍ଚ ହେବ 8.34 କୋଟି ଟଙ୍କା । ତେବେ ଏହି ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଏଥିରେ ସହରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ନିମନ୍ତେ 4.58 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ସବୁ କାର୍ଯ୍ୟ ମିଶନ ଶକ୍ତି ସହ ସମ୍ପୃକ୍ତ ମହିଳା ଗୋଷ୍ଠୀ ମାନଙ୍କ ଦ୍ବାରା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସ୍ପଷ୍ଟ କରିଛନ୍ତି । ରାସ୍ତା , ପାର୍କ, ଓପନ ଜିମ୍ନାସିଅମ, ନାଳ ନିର୍ମାଣ ପ୍ରଭୃତି 95ଟି ପ୍ରକଳ୍ପ ନିର୍ମାଣ ହେବ । ପରେ ଜିଲ୍ଲାର ନକ୍ସା ବଦଳିବ । ଏହି ବିକାଶମୂଳକ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ