ETV Bharat / state

ପୁଣି ଚର୍ଚ୍ଚାରେ ଆବାସିକ ବିଦ୍ୟାଳୟ, ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ - Koraput residental school

ରାଜ୍ୟରେ ଲଜ୍ଜା । ଗର୍ଭବତୀ ହେଲେ ନବମ ଶ୍ରେଣୀର ନାବାଳିକା । ବିବାହ ପ୍ରଲୋଭନ ଦେଖାଇ କାର୍ଯ୍ୟରତ ରୋଷେୟା ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ।

ଡିଜାଇନ ଫଟୋ
author img

By

Published : Aug 28, 2019, 11:33 AM IST

Updated : Aug 28, 2019, 12:21 PM IST

କୋରାପୁଟ: ପୁଣି ଲଜ୍ୟା । ଗର୍ଭବତୀ ହେଲେ ନାବାଳିକା । କୋରାପୁଟ ଜିଲ୍ଲାର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ସାରା ରାଜ୍ୟରେ ପୁଣି ଥରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରୀ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଉପାନ୍ତ ଗ୍ରାମର । ସେ ନନ୍ଦପୁର ବ୍ଲକ ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ । ସେଠାରେ ବିବାହ ପ୍ରଲୋଭନ ଦେଖାଇ କାର୍ଯ୍ୟରତ ରୋଷେୟା ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ଘଟଣାଟି ଲୋକଲୋଚନକୁ ଆସିବା ଭୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ଜଣଙ୍କୁ ଦଶମନ୍ତପୁର ବ୍ଲକରେ ଥିବା ତାଙ୍କ ଘରେ ଛାଡ଼ିଦେଇଥିଲେ । କିନ୍ତୁ ବର୍ତ୍ତମାନ ଘଟଣା ପ୍ରଘଟ ହେବାପରେ ପ୍ରଶାସନ ତତ୍ପରତା ଦେଖାଇଛି ।

ଏହି ମାମଲାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ କହିଛନ୍ତି ଯେ ପୀଡିତାଙ୍କୁ ପୁଣିଥରେ ଵିଦ୍ୟାଳୟକୁ ନିଆଯାଇ ତଦନ୍ତ ଆରମ୍ଭ କରାଯିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦାଖଲ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟ ପଟେ ନନ୍ଦପୁର ପୋଲିସ ଅଭିଯୁକ୍ତ ରୋଷେୟାଙ୍କୁ ଗିରଫ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷା ଓ ସେ ସମ୍ପର୍କରେ ଥିବା ଆଇନ ବିଷୟରେ ବାରମ୍ବାର ସୂଚନା ଦିଆଯାଉଥିବା ସତ୍ତ୍ବେ ଏପରି ଘଟଣା ଘଟିବା ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ରାଜ୍ୟରେ ସମସ୍ତ ବିଦ୍ୟାଳୟ ମାନଙ୍କରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅପରାଧ କମାଇବା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସେ କହିଛନ୍ତି ।

ସୂଚନା ଅନୁସାରେ ରାଜ୍ୟରେ ବାରମ୍ବାର ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ଘଟଣା ଘଟୁଛି । ଯାହା ବିଦ୍ୟାଳୟମାନଙ୍କରେ ସରକାରୀ ବ୍ୟବସ୍ଥା ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଦଶମନ୍ତପୁର ବ୍ଲକ୍ ର ଏକ ଉପାନ୍ତ ଗ୍ରାମରୁ ନନ୍ଦପୁର ବ୍ଲକ୍ ରେ ଥିବା ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀରେ ପଢୁଥିବା ଏକ ନାବାଳିକା ଅନ୍ତସତ୍ୱା ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।Body:ଝିଅଟିର କହିବା ଅନୁଯାୟୀ ସେହି ବିଦ୍ୟାଳୟ ର ରାନ୍ଧୁଣିଆ ତାକୁ ବିବାହ କରିବାର ପ୍ରଲୋଭନ ଦେଖାଇ ତା ସହିତ ତିନି ମାସ ଧରି ଶାରୀରିକ ସମ୍ପର୍କ ରଖିବା ଫଳରେ ସେ ଏବେ ଗର୍ଭବତୀ ହୋଇଛି । ତେବେ ଘଟଣାଟି ଲୋକଲୋଚନ କୁ ଆସିବା ଭୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଝିଅଟିକୁ ଦଶମନ୍ତପୁର ବ୍ଲକ ରେ ଥିବା ତାଙ୍କ ଘରେ ଛାଡ଼ିଦେଇଥିଲେ । କିନ୍ତୁ ବର୍ତମାନ ଘଟଣାଟି ପ୍ରଘଟ ହେବାପରେ ପ୍ରଶାସନ ଏ ସଂକ୍ରାନ୍ତରେ ତତ୍ପରତା ପ୍ରକାଶ କରିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଙ୍କ କହିବାନୁଯାୟୀ ଆଜି ଝିଅଟିକୁ ପୁଣିଥରେ ତା ଵିଦ୍ୟାଳୟକୁ ନିଆଯାଇ ତଦନ୍ତ ଆରମ୍ଭ କରାଯିବ ଓ ତାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଇ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ।ଅପରପକ୍ଷରେ ନନ୍ଦପୁର ପୋଲିସ ଅଭିଯୁକ୍ତ ରୋଷେଇୟା କୁ ଗିରଫ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।Conclusion:ତେବେ ବର୍ତମାନ ଜିଲ୍ଲା ପ୍ରଶ୍ଵାସନ ତରଫରୁ ବିଦ୍ୟାଳୟ ଗୁଡିକରେ ଝିଅ ପିଲାଙ୍କ ସୁରକ୍ଷା ଓ ସେ ସମ୍ପର୍କରେ ଥିବା ଆଇନ ବିଷୟରେ ବାରମ୍ବାର ସୂଚନା ଦିଆଯାଉଥିବା ସତ୍ୱେ ଏପରି ଘଟଣା ଘଟିବା ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
.........
Byte : Rajashree Das , DCPO
Byte : Girl with face covered
.........
ଶାନ୍ତାକାର
କୋରାପୁଟ
...........
Last Updated : Aug 28, 2019, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.