ETV Bharat / state

କୋରାପୁଟରେ ପ୍ରାର୍ଥନାରେ ସୀମିତ ରହିବ ବଡଦିନ ପାଳନ - କୋରାପୁଟରେ ପ୍ରାର୍ଥନାରେ ସୀମିତ ବଡଦିନ

କୋରାପୁଟରେ ଚର୍ଚ୍ଚରେ ଏକତ୍ରିତ ହୋଇ ବଡଦିନ ମନେଇବାକୁ ବାରଣ । ଚର୍ଚ୍ଚରେ ପାସ୍ଟରମାନଙ୍କ ଉପସ୍ଥିତିରେ କେବଳ ପ୍ରାର୍ଥନାରେ ସୀମିତ ରହିବ ବଡଦିନ ପାଳନ । ଅଧିକ ପଢନ୍ତୁ...

କୋରାପୁଟରେ ପ୍ରାର୍ଥନାରେ ସୀମିତ ରହିବ ବଡଦିନ ପାଳନ

author img

By

Published : Dec 24, 2020, 5:15 PM IST

କୋରାପୁଟ: ଜିଲ୍ଲାର ସୁସଜ୍ଜିତ ଚର୍ଚ୍ଚରେ ଜନଶୂନ୍ୟ ପରିବେଶ । ରାଜ୍ୟର କିଛି ସ୍ଥାନରେ ଚର୍ଚ୍ଚ ମଧ୍ୟରେ ଏକତ୍ରିତ ହୋଇ ବଡଦିନ ପାଳିବାକୁ ଅନୁମତି ରହିଥିଲେ ହେଁ କୋରାପୁଟରେ ଏହି ଅନୁମତି ଦିଆଯାଇ ନାହିଁ । ଏଣୁ ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ ନିୟମ ମୁତାବକ ଚର୍ଚ୍ଚ ପରମ୍ପରାକୁ ବଜାୟ ରଖି ନିରାଡମ୍ବରରେ ପ୍ରାର୍ଥନା କରାଯିବା ନେଇ ଜେଇଏଲସିର କୋଷାଧ୍ୟକ୍ଷ ବାବୁଲା ବେନ୍ୟା ଜଣାଇଛନ୍ତି ।

କୋରାପୁଟରେ ପ୍ରାର୍ଥନାରେ ସୀମିତ ରହିବ ବଡଦିନ ପାଳନ

ଚର୍ଚ୍ଚକୁ ନ ଆସି ନିଜ ଘରେ ରହି ପ୍ରାର୍ଥନା କରିବା ସହ ଅନଲାଇନ ପ୍ରାର୍ଥନାରେ ଯୋଗଦେଇ ଉତ୍ସବକୁ ପରିବାର ମଧ୍ୟରେ ମନେଇବାକୁ ଜେଇଏଲସି ଚର୍ଚ୍ଚର ସଦସ୍ୟ ପ୍ରଦୀପ ଖୋସ୍ଲା ସମସ୍ତ ଖ୍ରୀଷ୍ଟାବଲମ୍ବୀମାନଙ୍କୁ ଅନୁରୋଧ କରିଛନ୍ତି । ବିଗତ ଦିନଗୁଡିକ ଭଳି ବହୁ ଆଡମ୍ବରରେ ବଡଦିନ ଉତ୍ସବ ପାଳନ କରାଯାଇ ନ ପାରିଲେ ବି ଆଜି ରାତିରେ ଚର୍ଚ୍ଚର ପାସ୍ଟରମାନଙ୍କ ଉପସ୍ଥିତିରେ ଯଥାରୀତି ପ୍ରାର୍ଥନା ପର୍ବର ଆୟୋଜନ କରାଯିବ ବୋଲି କୋରାପୁଟ ଚର୍ଚ୍ଚର ଡ଼ିନ ବିରଞ୍ଚି ଖୋସ୍ଲା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.