ETV Bharat / state

କୋଭିଡ କଟକଣା ଭିତରେ ଚର୍ଚ୍ଚରେ ବଡଦିନ ପାଳନ - କୋରାପୁଟରେ ବଡଦିନ ଉତ୍ସବ

କୋରାପୁଟର ବିଭିନ୍ନ ଚର୍ଚ୍ଚରେ କୋଭିଡ଼ ନିୟମ ପାଳନ କରି ଖ୍ରୀଷ୍ଟମାସ ଉତ୍ସବ ପାଳନ । ଅଧିକ ପଢନ୍ତୁ...

କୋଭିଡ କଟକଣା ଭିତରେ ଚର୍ଚ୍ଚରେ ବଡଦିନ ପାଳନ
କୋଭିଡ କଟକଣା ଭିତରେ ଚର୍ଚ୍ଚରେ ବଡଦିନ ପାଳନ
author img

By

Published : Dec 25, 2020, 5:16 PM IST

କୋରାପୁଟ: କଟକଣା ଭିତରେ କୋରାପୁଟର ଅନେକ ଚର୍ଚ୍ଚରେ ପାଳନ ହେଲା ବଡଦିନ । ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ କୋଭିଡ଼ ନିୟମ ଅବଲମ୍ବନ କରି ଖ୍ରୀଷ୍ଟମାସ ଉତ୍ସବକୁ ପାଳନ କରିବା ପାଇଁ ଅନୁମତି ମିଳିବା ପରେ ଆଜି (ଶୁକ୍ରବାର) କୋରାପୁଟର ଦୁଇଟି ପ୍ରମୁଖ ଚର୍ଚ୍ଚରେ ଦୁଇଟି ଭିନ୍ନ ଭିନ୍ନ ଢଙ୍ଗରେ ବଡ଼ଦିନ ପାଳିତ ହେବା ଦେଖାଯାଇଛି ।

କୋଭିଡ କଟକଣା ଭିତରେ ଚର୍ଚ୍ଚରେ ବଡଦିନ ପାଳନ

ସହରର କେନ୍ଦ୍ରସ୍ଥଳୀରେ ଥିବା ଜେଇଏଲସି ଚର୍ଚ୍ଚରେ ଭକ୍ତମାନେ କୋଭିଡ଼ ନିୟମାବଳୀ ଅନୁଯାୟୀ ମାସ୍କ ପିନ୍ଧି ନିୟନ୍ତ୍ରିତ ସଂଖ୍ୟାରେ ଦଳ ଦଳ କରି ଚର୍ଚ୍ଚ ମଧ୍ୟକୁ ଯାଇ ପ୍ରାର୍ଥନା କରିଛନ୍ତି । ସେହିପରି ଓଏସଏପି କଲୋନୀ ନିକଟରେ ଥିବା କ୍ୟାଥଲିକ ଚର୍ଚ୍ଚରେ ମୁଖ୍ୟ ଫାଟକ ସମ୍ପୂର୍ଣ ବନ୍ଦ ରଖାଯାଇ ଭକ୍ତଙ୍କୁ ଫାଟକ ବାହାରେ ଏକ ସ୍ୱତନ୍ତ୍ର ସ୍ଥାନରେ କ୍ୟାଣ୍ଡେଲ ଜଳାଇ ନିଜ ପ୍ରାର୍ଥନାକୁ ଅର୍ପଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କୋଭିଡ଼ କଟକଣା ବଡ଼ଦିନ ପାଳନକୁ ଅନେକ ମାତ୍ରାରେ ପ୍ରଭାବିତ କରିଦେଇଥିଲେ ହେଁ ଶେଷ ମୁହୂର୍ତ୍ତରେ ଚର୍ଚ୍ଚରେ ପ୍ରାର୍ଥନା କରିବା ପାଇଁ ଅନୁମତି ମିଳିଥିବା ଯୋଗୁଁ ଖ୍ରୀଷ୍ଟାବଲମ୍ବୀଙ୍କ ମନରେ ଆନନ୍ଦ ଖେଳିଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.