ETV Bharat / state

ଗାଁ ବନିଲା ସ୍ବର୍ଗ, ଅପହଞ୍ଚ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟସେବା - ଗାଁ ବନିଲା ସ୍ବର୍ଗ

ବଦଳଛି ନଗ୍ନ ସ୍ବାସ୍ଥ୍ୟ ସେବାର ସଙ୍ଗୀନ ଚିତ୍ର । ଆଉ ଏହାକୁ ସଫଳ କରିଦେଖାଇଛନ୍ତି ଡାକ୍ତର ଚିତ୍ତରଞ୍ଜନ ଜେନା । ନିଜ ପକେଟ କାଟି ସେ ଦେଖିଛନ୍ତି ଗାଁକୁ ସ୍ବର୍ଗ କରିବାର ସ୍ବପ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 24, 2019, 2:43 PM IST

କୋରାପୁଟ: 2 ବର୍ଷ ପରେ ଦୂର ହୋଇଛି ଦଶମନ୍ତପୁରର ଦୁଃଖ । ବଦଳଛି ନଗ୍ନ ସ୍ବାସ୍ଥ୍ୟ ସେବାର ସଙ୍ଗୀନ ଚିତ୍ର । ଆଉ ଏହାକୁ ସଫଳ କରିଦେଖାଇଛନ୍ତି ଡାକ୍ତର ଚିତ୍ତରଞ୍ଜନ ଜେନା । ନିଜ ପକେଟ କାଟି ସେ ଦେଖିଛନ୍ତି ଗାଁକୁ ସ୍ବର୍ଗ କରିବାର ସ୍ବପ୍ନ । ଆଉ ସେଥିପାଇଁ ସେ ଆରମ୍ଭ କରିଛନ୍ତି 'ମୋ ଗାଁ ମୋ ସ୍ୱର୍ଗ ଯୋଜନା' ।

କଟକରେ ପାଠ ପଢୁଥିବାବେଳେ ଝାଡାବାନ୍ତିରେ ଉପାନ୍ତ ଅଞ୍ଚଳ କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିରିଲିଗୁମ୍ମାର ୩୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟଣା ତାଙ୍କୁ ମର୍ମାହତ କରିଥିଲା । ଆଜି ସେ ସେହି ଅଞ୍ଚଳର ଡାକ୍ତର । ଏହି ଗ୍ରାମବାସୀଙ୍କ ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି ଚିତ୍ତରଞ୍ଜନ । ଡାକ୍ତରଖାନା ଆସୁ ପାରୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି । ଆଉ ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା ।

ଆଉ ସେ ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇଥାଆନ୍ତି । ସେ ମାଇଲ ମାଇଲ ଦୁର୍ଗମ ବାଟ ପାଦରେ ଚାଲି ସ୍ବାସ୍ଥ୍ୟ ସେବା ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରବାସୀ ଓଡିଆ ବିକାଶ ସମିତି ପକ୍ଷରୁ ଦିଲ୍ଲୀଠାରେ ସମ୍ମାନିତ କରାଯାଇଛି ।

ତେବେ ସେ ଏକା ନୁହଁନ୍ତି, ତାଙ୍କ ସହିତ ୯ ଜଣ ସହଯୋଗୀ ମଧ୍ୟ ଅଛନ୍ତି । ଏହି କମିଟିର ନାଁ ସେ ଦେଇଛନ୍ତି, 'ଗାଁକୁ ଚାଲ କମିଟି'।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅପହଞ୍ଚ ଇଲାକାରେ ଥିବା ଗାଁ ଗୁଡିକୁ ଗାଁକୁ ଚାଲ କମିଟି ସଦସ୍ୟଙ୍କ ସହ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରନ୍ତି । ହଇଜା ଭଳି ଜଳ ବାହିତ ରୋଗ କାହିଁକି ହୁଏ ଓ ସ୍ବଚ୍ଛ ପାନୀୟ ଜଳ ପିଇବାର ଉପକାରିତା ବାବଦରେ ମଧ୍ୟ ସେମାନଙ୍କୁ ବୁଝାଇଥାନ୍ତି । ଏସବୁ ବାଦ୍‌ ବାଲ୍ୟବିବାହ, ଝଡାଫୁଙ୍କା ଆଦି ବିଭିନ୍ନ ସାମାଜିକ କୁପ୍ରଥା ଓ ଅନ୍ଧବିଶ୍ବାସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରନ୍ତି ଚିତ୍ତରଞ୍ଜନ ।

ଏହି କମିଟି ଅଧୀନରେ ଏବେ 'ସ୍ୱାସ୍ଥ୍ୟ ସହାୟକ ବାହିନୀ' ମଧ୍ୟ ଗଠିତ ହୋଇଛି ଓ ଏମାନେ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଉଛନ୍ତି । ଏଥିରେ ଆଶା କର୍ମୀ, ଏଏନ୍‌ଏମ୍‌ ଏବଂ ଡାକ୍ତରଙ୍କ ବଡ ଭୂମିକା ମଧ୍ୟ ରହିଛି ।

ତାଙ୍କ ଉଦ୍ୟମରେ ଆଜି ଆଦିବାସୀ ଅଞ୍ଚଳର ଅନେକ ଇଲାକା ରୋଗମୁକ୍ତ ହୋଇଛି । ପ୍ରଥମେ କାର୍ଯ୍ୟରେ ଆଦିବାସୀଙ୍କ ଭାଷା ବାଧା ଦେଇଥିଲା । କିନ୍ତୁ ଦୃଢମନା ଚିତ୍ତରଞ୍ଜନଙ୍କ ଆଗରେ ହାର ମାନିଥିଲା ସମସ୍ୟା । ସ୍କୁଲ ପଢା ପିଲାଙ୍କୁ ପାଥେୟ କରି ବୁଝିଥିଲେ ଆଦିବାସୀଙ୍କ ମନ କଥା । ଆଉ ଯେଉଁଠି ସରକାର ପହଞ୍ଚି ପାରୁନାହାଁନ୍ତି ସେ ସେଠାରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.