ETV Bharat / state

ଚୀନରୁ ଆସିଥିବା ଜୋତାକୁ ନେଇ ଆତଙ୍କ - କୋରୋନା ଭାଇରସ ନ୍ୟୁଜ

କୋରାପୁଟକୁ ଚୀନରୁ ଆସିଥିବା ଜୋତାକୁ ନେଇ ଆତଙ୍କ । କୋରୋନାର ଉତ୍ପତ୍ତି ସ୍ଥଳ ଚୀନରୁ ଆସିବା ସ୍ଥାନୀୟବାସୀଙ୍କ ଚିନ୍ତା ବଢାଇ ଦେଇଛି । ସେପଟେ ଜୋତା ଅର୍ଡର କରିଥିବା ଯୁବକଙ୍କୁ ଥାନାକୁ ଡକାଇ ପଚରାଉଚୁରା କରୁଛି ପୋଲିସ । ଅଧିକ ପଢନ୍ତୁ...

china shoes in koraput peoples fear for covid19
ଚୀନରୁ ଆସିଥିବା ଜୋତାକୁ ନେଇ ଆତଙ୍କ
author img

By

Published : Apr 3, 2020, 7:34 AM IST

କୋରାପୁଟ: ଚୀନରୁ ଆସିଥିବା ଜୋତାକୁ ନେଇ ଆତଙ୍କ । ଚୀନର ଏକ କମ୍ପାନୀରୁ ଆସି ପହଞ୍ଚିଲା ନାଲି ରଙ୍ଗର ଏକ ଜୋତା । କୋରପୁଟର ସ୍ଥାନୀୟ ଭାଣ୍ଡି ସାହିର ଜନୈକ ଯୁବକ ଗତ ଫେବୃଆରୀ ମାସରେ ଅନଲାଇନରେ ଜୋତା ହଳକ ଅର୍ଡର କରିଥିଲେ । ଏହାକୁ ନେଇ ଉକ୍ତ ଯୁବକଙ୍କୁ ଥାନାରୁ ଡକରା ଆସିଛି ।

ଚୀନରୁ ଆସିଥିବା ଜୋତାକୁ ନେଇ ଆତଙ୍କ

ମହାମାରୀ କୋରୋନାକୁ ନେଇ ଚାରିଆଡେ ଆତଙ୍କ ଓ ଭୟର ବାତାବରଣ । ଚୀନରୁ ପ୍ୟାକେଟ ଆସି କୋରାପୁଟ ପୋଷ୍ଟ ଅଫିସ ପହଞ୍ଚିଥିଲା । ଯାହା ପରେ କୋରାପୁଟ ଟାଉନଥାନା ଅନ୍ତର୍ଗତ ଭାଣ୍ଡି ସାହିର ଯୁବକଙ୍କୁ ପୋଷ୍ଟ ଅଫିସକୁ ଡାକି ଗତକାଲି ତୁରନ୍ତ ହସ୍ତାନ୍ତର କରାଯାଇଥିଲା । ତେବେ କୌଣସି ସୂତ୍ରରୁ ଆଜି ଖବର ପାଇ ଟାଉନ ଥାନାଧିକାରୀ ଯୁବକ ଜଣକୁ ବୁଟ ଓ ପ୍ୟାକେଟକ ସହ ଥାନାକୁ ଆଣି ପଚରାଉଚୁରା କରିଥିଲେ ।

କୋରୋନାର ଉତ୍ପତ୍ତି ସ୍ଥଳ ଚୀନରୁ ଆସିବା ଏକ ଚିନ୍ତାଜନକ ବିଷୟ । ଏହି ସମୟରେ ଚୀନରୁ ପ୍ୟାକେଟ ଟିଏ ଆସି ପହଞ୍ଚିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଥାନାଧିକାରୀ ଏବଂ ଜିଲ୍ଲା ପ୍ରଶାସନ । ସ୍ବାସ୍ଥ୍ୟ ବିଭାଗରୁ କର୍ମଚାରୀ ଆସି ଜୋତାକୁ ପରୀକ୍ଷା କରିବା ପରେ ଏହି ଜୋତାକୁ ନେଇ କଣ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଧାରୁଆ ଜଣାଇଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.