ETV Bharat / state

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି, ରନର୍ସଅପଙ୍କୁ ଗଞ୍ଜା କୁକୁଡ଼ା - ପୁରସ୍କାର

କୋରାପୁଟରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି ଓ ଦ୍ବିତୀୟ ସ୍ଥାନରେ ରହିଥିବା ଟିମକୁ ଗଞ୍ଜା କୁକୁଡା ପୁରସ୍କାରରେ ଦିଆଯାଇଛି । ଅଧିକ ପଢନ୍ତୁ...

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି, ରନରଅପଙ୍କୁ କୁକୁଡ଼ା ଗଞ୍ଜା

author img

By

Published : Sep 1, 2021, 9:54 AM IST

କେରାପୁଟ: କୌଣସି ଖେଳରେ ବିଜେତାଙ୍କୁ ଟ୍ରଫି ମିଳିଥାଏ । ମିଳିବା ବି ସ୍ବଭାବିକ କଥା । ହେଲେ ଖେଳରେ ଜିତିଲେ ଛେଳି, କୁକୁଡା ଓ ଗଞ୍ଜା ପୁରସ୍କାର ଦିଆଯାଉଥିବା କେବେ ଶୁଣି ନଥିବେ । କୋରାପୁଟ ନିକଟସ୍ଥ ରଙ୍ଗବାଲି କୁମ୍ଭା ଠାରେ ଆୟୋଜିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି ଓ ଦ୍ବିତୀୟ ସ୍ଥାନରେ ରହିଥିବା ଟିମକୁ ଗଞ୍ଜା କୁକୁଡା ପୁରସ୍କାରରେ ଦିଆଯାଇଛି ।

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି, ରନରଅପଙ୍କୁ କୁକୁଡ଼ା ଗଞ୍ଜା

ଅତୀତରେ ଖେଳକୁଦରେ ବିଜୟୀ ହେଲେ ଟ୍ରଫି ଦେବାର ବ୍ୟବସ୍ଥା ନଥିଲା । ଖେଳାଳିଙ୍କୁ ଉତ୍ସାହିତ କରିବା ପାଈଁ ଛେଳି , କୁକୁଡ଼ା ଓ ଗଞ୍ଜା ପୁରସ୍କାର ଭାବେ ଦିଆଯାଉଥିଲା । ଏହି ପରମ୍ପରାକୁ ମନେ ପକେଇବା ସହ ତାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ କୋରାପୁଟ ନିକଟସ୍ଥ ରଙ୍ଗବାଲି କୁମ୍ଭା ଠାରେ ପ୍ରତିବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ । ୩୦ଟି ଦଳକୁ ନେଇ ଆୟୋଜିତ ହୋଇଥିଲା ଟୁର୍ଣ୍ଣାମେଣ୍ଟ ।

ଫାଇନାଲରେ ପହଞ୍ଚିଥିଲେ ବଡ ଚିନ୍ଦ୍ରିର ଦଳ ଏବଂ ବାଗ୍ରାଗୁଡା ଦଳ । ଚିନ୍ଦ୍ରି ଦଳ ପ୍ରଥମ ପୁରସ୍କାର ହାତେଇ ଥିଲେ । ବିଜେତାଙ୍କୁ ପୁରସ୍କାରରେ ଗୋଟିଏ ଛେଳି, ଟ୍ରଫି ତା ସହିତ ୧୦ହଜାର ଟଙ୍କା ପୁରସ୍କାର ଦିଆଯାଇଛି । ଦ୍ବିତୀୟ ସ୍ଥାନରେ ରହିଥିବା ଦଳକୁ ଗୋଟିଏ ଗଞ୍ଜା, ୭ ହଜାର ଟଙ୍କା ଓ ଟ୍ରଫି ଦିଆଯାଇଥିଲା । ଶୃଙ୍ଖଳିତ ଟିମ ଭାବରେ ହେଲ୍ପ ୟୁଥ କ୍ଲବ ଦଳକୁ ଟ୍ରଫି ସହିତ ଗଞ୍ଜା କୁକୁଡା ସହ ନଗଦ ପୁରସ୍କାର ଦିଆଯାଇଥିଲା । ଏପରି ପୁରସ୍କାର ପରମ୍ପରାକୁ ବଜାୟ ରଖିବା ପାଇଁ ଦିଆଯାଉଥିବା କହିଛନ୍ତି ଆୟୋଜନ କମିଟି ସଦସ୍ୟ ମୁନ୍ନା ।

କୋରାପୁଟରୁ ସିଏଚ ଶାନ୍ତକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.