ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

author img

By

Published : Jun 1, 2022, 8:43 PM IST

ଶାବର ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଓ ଏଠାରେ ରଥଯାତ୍ରାକୁ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ହେଉଛି । ଅଧିକ ପଢ଼ନ୍ତୁ

ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ
ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

କୋରାପୁଟ: ଜିଲ୍ଲାସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଓ ଏଠାରେ ରଥଯାତ୍ରାକୁ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ହେଉଛି । ଏହାକୁ ନେଇ ମନ୍ଦିର ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା । ଚଳିତ ଘୋଷ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

୨୦୧୯ରେ ପ୍ରଥମ ଥର ପାଇଁ ଶାବର ଶ୍ରୀକ୍ଷେତ୍ରରେ ତିନି ରଥରେ ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହାପୂର୍ବରୁ ଗୋଟିଏ ରଥରେ ତିନି ଠାକୁରଙ୍କୁ ବିଜେ କରାଯାଇ ରଥଯାତ୍ରା କରାଯାଉଥିଲା । ବିଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ମନ୍ଦିର ଭିତରେ ହିଁ ରଥଯାତ୍ରା କରାଯାଇଥିଲା । ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇପାରେ । ଏଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି । ୨୦୧୯ ବର୍ଷ ଭଳି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଶେଷ କରିବାକୁ ପ୍ରୟାସ ଜାରି ରହିଛି ।

ସେପଟେ ରଥଖଳାରେ ରଥ କାରିଗର ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ସମୟ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ରଥ କାରିଗର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.