ETV Bharat / state

ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି, ବୁଝିଲେ ବୁଝାଇଲେ..

author img

By

Published : Jul 16, 2020, 4:05 PM IST

ମୁଣ୍ଡ ଉପରେ ପରୀକ୍ଷା ଥିବା ବେଳେ ଛାତ୍ରଛାତ୍ରୀଙ୍କ ଘର ଘର ବୁଲିଛନ୍ତି ଖୋଦ କୁଳପତି । ସେମାନେ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଜାଣିବା ସହ ବିଭିନ୍ନ ବିଷୟରେ ବୁଝାଇଥିଲେ ।

ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି, ବୁଝିଲେ ବୁଝାଇଲେ..
ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି, ବୁଝିଲେ ବୁଝାଇଲେ..

କୋରାପୁଟ: ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି । ପିଲାଏ କେମିତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହା ଜାଣିବା ପାଇଁ ଗୁରୁବାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଥିଲେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରାହ୍ମମ । କୁଳପତିଙ୍କ ଏପରି ଅଚାନକ ଗସ୍ତକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

କୋରୋନା କାରଣରୁ ସାରାଦେଶରେ ବହୁ କମ ବିଶ୍ବବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଛି । କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରୀକ୍ଷା କରିବାର ଏକ ଅଭିନବ ପନ୍ଥା ଅବଲମ୍ବନ କରାଯାଇଛି । କୋରୋନା ସମୟର ପ୍ରତିବନ୍ଧକକୁ ସମ୍ମାନ ଜଣାଇ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରେ ରହି ପରୀକ୍ଷା ଦେବା ପାଇଁ ସୁବିଧା ଉପଲବ୍ଧ କରାଇଛି ।

ଏହି ବ୍ୟବସ୍ଥାରେ ଅନଲାଇନରେ ପ୍ରଶ୍ନ ଆସିବା ପରେ ତାର 3-4 ଘଣ୍ଟା ମଧ୍ୟରେ ତାର ଉତ୍ତର ଲେଖି ଉତ୍ତର ଖାତାକୁ ସ୍କାନ କରି ବିଶ୍ବବିଦ୍ୟାଳୟର ଇ-ମେଲରେ ପଠାଇବାକୁ ପଡେ । ତେବେ ବିଶ୍ବବିଦ୍ୟାଳୟର ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ପରୀକ୍ଷା ବ୍ୟବସ୍ଥାକୁ ଆପଣାଇ ଥିବା ଯୋଗୁଁ ପିଲାମାନେ ଏହି ବ୍ୟବସ୍ଥା ଓ ପ୍ରଶ୍ନପତ୍ର ପ୍ରତି କିପରି ମନୋଭାବ ରଖୁଛନ୍ତି, ତାହା କୁଳପତି ପଚାରି ବୁଝୁଛନ୍ତି । ଏହାଦ୍ବାରା ପିଲାଙ୍କ ସୁବିଧା ଅସୁବିଧା କଥା ବୁଝିହେଉଥିବା କୁଳପତି ମତ ରଖିଥିବା ବେଳେ ସେ ଯେଉଁ ପିଲାଙ୍କ ଘରେ ପହଞ୍ଚୁଛନ୍ତି ସେହି ଛାତ୍ରଛାତ୍ରୀ ଏହାକୁ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ବୋଲି କହିଛନ୍ତି ।

ତେବେ କୁଳପତି ଗୁରୁବାର 2ଜଣଙ୍କ ଘରକୁ ଯାଇଥିଲେ । ଯାହାକୁ ବେଶ୍ ପ୍ରଶଂସା କରିଛନ୍ତି ଉକ୍ତ ଛାତ୍ର । ଏହିପରି ଏକ ସହଭାଗିତାରେ କୁଳପତିଙ୍କ ଦ୍ବାରା କରାଯାଉଥିବା ପରୀକ୍ଷା ଓ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ବିଶ୍ବବିଦ୍ୟାଳୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ପରୀକ୍ଷାରେ ନୂତନ ଧାରାର ପ୍ରବାହକୁ ଭରିଦେବ ବୋଲି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମତ ରଖିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.