ETV Bharat / state

ଗହଣା ଦୋକାନରୁ ମହିଳାଙ୍କ ଅଭିନବ ଚୋରି, ସିସିଟିଭିରେ କଏଦ ଦୃଶ୍ୟ

କୋରାପୁଟ ସହରର ମୁଖ୍ୟ ବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନରୁ ଅଭିନବ ଉପାୟରେ ଗହଣା ଚୋରି ହୋଇଛି । ଚୋରି କରିଥିବା ଏହି ତିନି ଜଣିଆ ଦଳରେ 2 ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିବା ଦୋକାନର ସିସିଟିଭି ଫୁଟେଜରେ ଦେଖାଯାଇଛି ।

koraput
ଗହଣା ଦୋକାନରୁ ଅଭିନବ ଚୋରି
author img

By

Published : Jan 21, 2020, 11:58 PM IST

କୋରାପୁଟ: ଅଭିନବ ଉପାୟରେ ସୁନା ଗହଣା ଦୋକାନରୁ ଚୋରି ଅଭିଯୋଗ । କୋରାପୁଟ ସହରର ମୁଖ୍ୟ ବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନରୁ ଅଭିନବ ଉପାୟରେ ଗହଣା ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଚେନ ଚୋରି କଲାବେଳର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।

ଗହଣା ଦୋକାନରୁ ଅଭିନବ ଚୋରି

ଚୋରି କରିଥିବା ଏହି ତିନି ଜଣିଆ ଦଳରେ 2 ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିବା ଦୋକାନର ସିସିଟିଭି ଫୁଟେଜରେ ଦେଖାଯାଇଛି । ତିନି ଜଣଙ୍କ ମଧ୍ୟରୁ ପୁରୁଷ ଲୋକଟି ଗହଣା ଦୋକାନିଙ୍କୁ କଥାବାର୍ତାରେ ବାନ୍ଧି ରଖିଥିବା ବେଳେ ଦଳର ଅନ୍ୟ ଦୁଇଜଣ ମହିଳା ଗୋଟାଏ ପରେ ଗୋଟାଏ ସୁନା ଗହଣା ବେକରେ ଲଗାଇ ପରୀକ୍ଷା କରିବାରେ ବ୍ୟସ୍ତ ଥିବାର ଅଭିନୟ କରୁଛନ୍ତି।

ଆଉ ସେହି ଗହଣାରୁ ଅତି ଚତୁରତାର ସହ ଜଣେ ମହିଳା ନିଜ ଭ୍ୟାନିଟ ବ୍ୟାଗ ମଧ୍ୟରେ ଲୁଚାଇ ଭିତରେ ରଖିଦେଉଛନ୍ତି । ଦୋକାନୀଙ୍କ ଅଗୋଚରରେ ଏହି ଘଟଣା ଘଟିଥିବାବେଳେ କୌଣସି ଗହଣା ପସନ୍ଦ ନ ହେବା କହି ସେହି ତିନିଜଣ ଦୋକାନରୁ ବାହାରକୁ ଚାଲିଯାଇଥିଲେ ।

କିନ୍ତୁ ସେମାନେ ଚାଲିଯିବା ପରେ ଗୋଟାଏ ହାର ମିଳୁନଥିବା ଦେଖି ଦୋକାନୀ ରାମା ରାଓଙ୍କ ମନରେ ସନ୍ଦେହ ହେଲା । ସିସିଟିଭି ପୁଟେଜକୁ ପରୀକ୍ଷା କଲାବେଳେ ସେହି ତିନି ଜଣ ଚତୁରତାର ସହ ସେହି ଗହଣାକୁ ହାତେଇ ଥିବା ଜଣାପଡିଥିଲା । ଏନେଇ ସେ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏନେଇ ତଦନ୍ତ କରୁଥିବା ଏସଡିପିଓ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ସହରର ମୁଖ୍ୟ ବଜାର ରେ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନରୁ ଅଭିନବ ଉପାୟରେ ଗହଣା ଚୋରି ହୋଇଯାଇଛି ।Body:ଚୋରି କରିଥିବା ଏହି ତିନି ଜଣିଆ ଦଳରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିବା ଦୋକାନର ସିସି ଟିଭି ଫୁଟେଜ ରେ ଦେଖାଯାଇଛି । ତିନି ଜଣଙ୍କ ମଧ୍ୟରୁ ପୁରୁଷ ଲୋକଟି ଗହଣା ଦୋକାନିଙ୍କୁ କଥାବାର୍ତାରେ ବାନ୍ଧି ରଖିଥିବା ବେଳେ ଦଳର ଅନ୍ୟ ଦୁଇଜଣ ମହିଳା ଗୋଟାଏ ପରେ ଗୋଟାଏ ସୁନା ଗହଣା ବେକରେ ଲଗାଇ ପରୀକ୍ଷା କରିବାରେ ବ୍ୟସ୍ତ ଥିବାର ଅଭିନୟ କରି ସେହି ଗହଣାରୁ ଗୋଟାଏ ହାର କୁ ଅତି ଚତୁରତାର ସହ ଜଣେ ମହିଳା ଆର ଜଣଙ୍କ ହାତରେ ଝୁଲୁଥିବା ଖୋଲା ଭ୍ୟାନିଟ ବ୍ୟାଗ ମଧ୍ୟକୁ ସ୍ଥାନାନ୍ତର କରିଥିଲା । ଦୋକାନୀଙ୍କ ଅଗୋଚରରେ ଏହି ଘଟଣା ସଂଗଠିତ ହେବା ପରେ କୌଣସି ଗହଣା ପସନ୍ଦ ନ ହେବା କହି ସେହି ତିନିଜଣ ଦୋକାନରୁ ବାହାରକୁ ଚାଲିଯାଇଥିଲେ । କିନ୍ତୁ ସେମାନେ ଚାଲିଯିବା ପରେ ଗୋଟାଏ ହାର ମିଳୁନଥିବା ଦେଖି ଦୋକାନୀ ରାମା ରାଓ ଙ୍କ ମନରେ ସନ୍ଦେହ ହେଲା । ସିସି ଟିଭି ପୁଟେଜ କୁ ପରୀକ୍ଷା କଲାବେଳେ ସେହି ତିନି ଜଣ ଚତୁରତାର ସହ ସେହି ଗହଣାକୁ ହାତେଇ ଥିବା ଜଣାପଡିଥିଲା । ସେମାନଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖାଯାଉଥିବା ଯୋଗୁଁ ସହରର ବିଭିନ୍ନ ଗଳିକନ୍ଦିରେ ଶ୍ରୀ ରାଓ ଏବଂ ପରିବାର ବର୍ଗ ଖୋଜିବାକୁ ଆରମ୍ଭ କରିଥିଲେ । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବିଫଳ ହେବା ପରେ ସେମାନେ ଆଜି ପୋଲିସ କୁ ଜଣାଇଥିଲେ । ପୋଲିସ ଏ ନେଇ ତଦନ୍ତ କରୁଥିବା ଏସଡିପିଓ ଜଣାଇଛନ୍ତି । ଚୋରିଯାଇଥିବା ହାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଦୋକାନୀ ଶ୍ରୀ ରାଓ ଜଣାଇଛନ୍ତି ।Conclusion:Byte : Rama Rao , Jwellery shop owner
Byte : Balabhadra Deep , SDPO
........
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.