ETV Bharat / state

ସଙ୍କଟରେ ଲାଭଦାୟକ ଆଖୁ ଚାଷ, ଚିନିକଳ ଦାବିରେ ଚାଷୀ - ବିପଦରେ ଲାଭଦାୟୀ ଆଖୁ ଚାଷ

ସଙ୍କଟରେ ଲାଭଦାୟକ ଫସଲ ଭାବେ ଜଣାଶୁଣା ଆଖୁ ଚାଷ । ବାପ ଅଜା ଅମଳରୁ ଅଳସୀ ଓ ମାଣ୍ଡିଆ ଭଳି ଆଖୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଆସୁଥିଲେ ଚାଷୀ । ହେଲେ ଏବେ ପ୍ରଶାସନିକ ନିରବତା ଓ ଜମିରେ ଜଳାଭାବ ଯୋଗୁଁ ଆଖୁ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି କୋରାପୁଟର ଆଖୁ ଚାଷୀ ।

Cash crop sugarcane farming in danger, sugarcane farming in koraput, sugarcane farmer demands sugar factory, koraput latest news, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟରେ ଆଖୁ ଚାଷ, ବିପଦରେ ଲାଭଦାୟୀ ଆଖୁ ଚାଷ, ଚିନି କଳ ନିର୍ମାଣ ଦାବିରେ ଆଖୁ ଚାଷୀ
ସଙ୍କଟରେ ଲାଭଦାୟୀ ଆଖୁ ଚାଷ, ଚିନି କଳ ଦାବିରେ ଚାଷୀ
author img

By

Published : Feb 11, 2020, 7:29 PM IST

କୋରାପୁଟ: ଅନ୍ୟ ଚାଷ ତୁଳନାରେ ଆଖୁଚାଷ ଏକ ଲାଭଦାୟକ ଫସଲ ଭାବେ ଆଦୃତ ହୋଇ ଆସିଛି । ହେଲେ ବାପ ଅଜା ଅମଳରୁ ଅଳସୀ ଓ ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ ସହିତ ଆଖୁ ଚାଷ କରି ଆସୁଥିବା ଅନେକ ଚାଷୀ ଏବେ ଚିନ୍ତାରେ । ଏନେଇ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କଞ୍ଜାରୀଗୁଡା ଓ ଲକ୍ଷ୍ମୀପୁର ବ୍ଲକର ଅନେକ ଗ୍ରାମର ଚାଷୀ ସରକାରୀ ପ୍ରୋତ୍ସାହନ ଅଭାବରୁ କ୍ଷତି ସହୁଥିବା ଜଣାଇଛନ୍ତି ।

ସଙ୍କଟରେ ଲାଭଦାୟକ ଆଖୁ ଚାଷ, ଚିନି କଳ ଦାବିରେ ଚାଷୀ

ଗତ କିଛି ବର୍ଷ ପୂର୍ବେ ସରକାରଙ୍କ ଦ୍ବାରା ଆଖୁ ଚାଷ କରିବା ପାଇଁ ବିହନ ସାଙ୍ଗକୁ ସାର ଦିଆଯାଇ ପାରମ୍ପରିକ ପଦ୍ଧତିରେ ଆଖୁ ଚାଷ କରିଆସୁଥିବା ଏହି ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଜମିରେ ଦେଖାଯାଇଥିବା ଜଳାଭାବ ଓ ତା’ ସାଙ୍ଗକୁ ପ୍ରଶାସନିକ ନୀରବତା ଯୋଗୁଁ ଚାଷୀ ଆଖୁ ଚାଷରୁ ମୁହଁ ଫେରାଇ ନେଉଥିବା କଞ୍ଜାରୀଗୁଡାର ଆଖୁ ଚାଷୀ ଜଣାଇଛନ୍ତି ।

ସେପଟେ ଆଗରୁ ବେଶ ଚାହିଦା ରଖୁଥିବା ଆଖୁ ପେଡା ପରେ ପ୍ରସ୍ତୁତ ହେଉଥିବା ଗୁଡ ଏବେ ଲୋକପ୍ରିୟତା ହରାଇବାରେ ଲାଗିଛି । ଫଳରେ ବଜାରରେ ଏହାର ବିକ୍ରି ସହଜସାଧ୍ୟ ହେଉ ନାହିଁ । ତେଣୁ ମଦ ତିଆରି କରୁଥିବା ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରି ଦେବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ । ବିଶେଷ କରି ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳରେ ବହୁଳ ଭାବେ ଆଖୁ ଚାଷ କରାଯାଉଥିବା ବେଳେ ସେଠାରେ ମଧ୍ୟ ଆଖୁର ବିକ୍ରି ବ୍ୟବସ୍ଥା ହୋଇପାରୁନି । ଯାହା ଫଳରେ ମକା ଚାଷ ଆଡକୁ ଚାଷୀଙ୍କ ମନ ଢଳୁଥିବା କୃଷି ଅଧିକାରୀ କେଶବ ରାଓ ଜଣାଇଛନ୍ତି ।

ତେଣୁ କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପାଇଁ ଏକ ଚିନି କଳ ସ୍ଥାପନା ଏ ଦିଗରେ ସୁଧାର ଆଣି ପାରିବ ବୋଲି ମଧ୍ୟ ସେ ମତ ରଖିଛନ୍ତି । ଏଥିସହ କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ କୁମାର ପଟ୍ଟନାୟକ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ଆଗକୁ ଆସିବା ନିହାତି ଆବଶ୍ୟକ ବୋଲି ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଅନ୍ୟାନ୍ୟ ଚାଷ ତୁଳନାରେ ଆଖୁଚାଷ ଏକ ଦୀର୍ଘ ମିୟାଦି ଫସଲ ଭାବେ ଆଦୃତ ହୋଇଆସିଛି । ବାପ ଅଜା ଅମଳରୁ ଅଳସୀ ମାଣ୍ଡିଆ ଭଳି ଖାଦ୍ୟଶସ୍ୟ ସହିତ ଆଖୁ ଚାଷ କରିଆସୁଥିବା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କଂଜାରୀଗୁଡା ଓ ଲକ୍ଷ୍ମୀପୁର ବ୍ଲକ ର ଅନେକ ଗ୍ରାମର ଚାଷୀ ସରକାରୀ ପ୍ରୋତ୍ସାହନ ଅଭାବରୁ କ୍ଷତି ସହୁଥିବା ଜଣାଇଛନ୍ତି ।Body:ଗତ କିଛି ବର୍ଷ ପୂର୍ବେ ସରକାରଙ୍କ ଦ୍ୱାରା ଆଖୁ ଚାଷ କରିବା ପାଇଁ ବିହନ ସାଙ୍ଗକୁ ସାର ଦିଆଯାଇ ପାରମ୍ପରିକ ପଦ୍ଧତିରେ ଆଖୁଚାଷ କରିଆସୁଥିବା ଏହି ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା । କିନ୍ତୁ ଜମିରେ ବର୍ତମାନ ଦେଖାଯାଇଥିବା ଜଳାଭାବ ଓ ତା ସାଙ୍ଗକୁ ପ୍ରଶାସନିକ ନୀରବତା ଯୋଗୁଁ ଚାଷୀ ଆଖୁଚାଷ ରୁ ମୁହଁ ଫେରାଇ ନେଉଥିବା କଂଜାରୀଗୁଡା ର ଆଖୁଚାଷୀ ନାଚୁ ଜାନୀ ଜଣାଇଛନ୍ତି । ଆଖୁ ପେଡି ସାରିବା ପରେ ଗୁଡ ବିକିବା ମଧ୍ୟ ସହଜସାଧ୍ୟ ହେଉନାହିଁ । ତେଣୁ ମଦ ତିଆରି କରୁଥିବା ବ୍ୟବସାୟୀଙ୍କୁ ହିଁ କମ ଦରରେ ବିକ୍ରି କରିଦେବା ପାଇଁ ବାଧ୍ୟ ହେଉଥିବା ଆସୁ ସାନ୍ତା କ୍ଷୋଭ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାରେ ବଶେଷ କରି ବୋରିଗୁମ୍ମା ଅଂଚଳରେ ବହୁଳ ଭାବେ ଆଖୁଚାଷ କରାଯାଉଥିବା ବେଳେ ସେଠାରେ ମଧ୍ୟ ଆଖୁର ବିକ୍ରି ବ୍ୟବସ୍ଥା ହୋଇପାରୁନଥିବା ଯୋଗୁଁ ଚାଷୀ ମକା ଚାଷ କରିବା ପାଈଁ ମନ ବଳାଉଥିବା କୃଷି ଅଧିକାରୀ କେଶବ ରାଓ ଜଣାଇଛନ୍ତି । କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲା ର ଚାଷୀଙ୍କ ପାଈଁ ଏକ ଚିନିକଳ ସ୍ଥାପନା ଏ ଦିଗରେ ସୁଧାର ଆଣିପାରିବ ବୋଲି ସେ ମତ ରଖିଥିବା ବେଳେ କୋରାପୁଟ ଫାର୍ମର୍ସ ଆସୋସିଏସନ ର ସମ୍ପାଦକ ଶରତ କୁମାର ପଟ୍ଟନାୟକ ଚାଷୀଙ୍କ ସମସ୍ୟା ଦୁରକରିବା ପାଇଁ ସରକାର ଆଗକୁ ଆସିବା ନିହାତି ଆବଶ୍ୟକ ବୋଲି ଜଣାଇଛନ୍ତି । Conclusion:...
ବାଇଟ : ଆସୁ ସାନ୍ତା , ଆଖୁ ଚାଷୀ
ବାଇଟ : ନାଚୁ ଜାନୀ , ଆଖୁ ଚାଷୀ
ବାଇଟ : କେଶବ ରାଓ , କୃଷି ଅଧିକାରୀ ( books in background)
ବାଇଟ : ଶରତ କୁମାର ପଟ୍ଟନାୟକ , ସମ୍ପାଦକ , କେଏଫଏ
..........
ଶାନ୍ତାକାର
କୋରାପୁଟ
.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.