ETV Bharat / state

କୋରାପୁଟରେ ନାମାଙ୍କନ ପତ୍ର ଦାଖଲ ପାଇଁ ଲାଗିଲା ପ୍ରାର୍ଥୀଙ୍କ ଭିଡ଼

author img

By

Published : Jan 18, 2022, 10:22 PM IST

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଦ୍ଵିତୀୟ ଦିନ ଥିଲା । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ମଧ୍ୟ ବିଭିନ୍ନ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରଛନ୍ତି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

କୋରାପୁଟରେ ନାମାଙ୍କନ ପତ୍ର ଦାଖଲ ପାଇଁ ଲାଗିଲା ପ୍ରାର୍ଥୀଙ୍କ ଭିଡ଼
କୋରାପୁଟରେ ନାମାଙ୍କନ ପତ୍ର ଦାଖଲ ପାଇଁ ଲାଗିଲା ପ୍ରାର୍ଥୀଙ୍କ ଭିଡ଼

କୋରାପୁଟ: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଦ୍ଵିତୀୟ ଦିନ ଥିଲା । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ମଧ୍ୟ ବିଭିନ୍ନ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରଛନ୍ତି ପ୍ରାର୍ଥୀ । ଜିଲ୍ଲା ପରିଷଦ ଆସନ ପାଇଁ କୋରାପୁଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଲମତାପୁଟର ଜିଲ୍ଲା ପରିଷଦ ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରାଯାଇଛି ।

ଦ୍ବିତୀୟ ଦିନ ସୁଦ୍ଧା ଜିଲ୍ଲାରେ ସରପଞ୍ଚ ପଦବୀ ପାଇଁ ୧୩୨ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବାବେଳେ ୩୪୧ଟି ୱାର୍ଡ ମେମ୍ବର ଓ ୯୯ଟି ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ଏହାକୁ ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ସଖିଳ ଚରଣ ବାସ୍କେ ସୂଚନା ଦେଇଛନ୍ତି । ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ଆସନ୍ତା ଦିନ ଗୁଡିକରେ ବହୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.