ETV Bharat / state

ସ୍ବର୍ଗଦ୍ବାରରେ ମାଗଣା ସେବା ଯୋଗାଉଛନ୍ତି ବ୍ୟବସାୟୀ

author img

By

Published : Sep 8, 2021, 2:30 PM IST

ସ୍ବର୍ଗଦ୍ବାରରେ ମର୍ତ୍ତ୍ୟବାସୀଙ୍କୁ ବିନା ଶୁଳ୍କରେ ସେବା ଯୋଗାଇ ଚର୍ଚ୍ଚାରେ ସେମିଳିଗୁଡାର ଲୁଗା ବ୍ୟବସାୟୀ । ଶ୍ମଶାନରେ ଆବଶ୍ୟକ ହେଉଥିବା ଗୃହ, ପାଚେରୀ ନିର୍ମାଣରେ ସହଯୋଗ କରିବାଠାରୁ ଆରମ୍ଭ କରି ସତ୍କାର କରିବାକୁ ସେଠାକୁ ଆସୁଥିବା ଵ୍ୟକ୍ତିଙ୍କୁ ଆବଶ୍ୟକ ହେଉଥିବା କାଠ ଇତ୍ୟାଦି ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ତେଜେଶ୍ବର । ଅଧିକ ପଢନ୍ତୁ...

ସ୍ବର୍ଗଦ୍ବାରରେ ମର୍ତ୍ତ୍ୟବାସୀଙ୍କୁ ସେବା ଯୋଗାଉଛନ୍ତି ଲୁଗା ବ୍ୟବସାୟୀ

କୋରାପୁଟ: ସ୍ବର୍ଗଦ୍ବାରରେ ମର୍ତ୍ତ୍ୟବାସୀଙ୍କୁ ବିନା ଶୁଳ୍କରେ ସେବା ଯୋଗାଇ ଚର୍ଚ୍ଚାରେ ସେମିଳିଗୁଡାର ଲୁଗା ବ୍ୟବସାୟୀ । ପେଟପାଟଣା ପାଇଁ ଅନେକ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ଆସି ପହଞ୍ଚିଥିଲେ ତେଜେଶ୍ବର ପାତ୍ର । ଯୁବା ଅବସ୍ଥାରେ ଆରମ୍ଭ କରିଥିବା ବ୍ୟବସାୟକୁ ନେଇ ଆଜି ସେ ଜିଲ୍ଲାର ଜଣେ ଜଣାଶୁଣା ଲୁଗା ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ପରିଣତ ବୟସରେ ଉପନୀତ ହୋଇଥିବା ବେଳେ ତାଙ୍କ ପୁତ୍ର ମାନସ ତାଙ୍କ ସହିତ ବ୍ୟବସାୟରେ ସହଯୋଗ କରୁଛନ୍ତି । କିନ୍ତୁ ଗତ ପାଞ୍ଚ ବର୍ଷ ଧରି ତେଜେଶ୍ବର ନିଜ ପାଇଁ ଅନ୍ୟ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।

2017 ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି । ଶ୍ମଶାନରେ ଆବଶ୍ୟକ ହେଉଥିବା ଗୃହ, ପାଚେରୀ ନିର୍ମାଣରେ ସହଯୋଗ କରୁବାଠାରୁ ଆରମ୍ଭ କରି ସତ୍କାର କରିବାକୁ ସେଠାକୁ ଆସୁଥିବା ଵ୍ୟକ୍ତିଙ୍କୁ ଆବଶ୍ୟକ ହେଉଥିବା କାଠ, ତେଜେଶ୍ବର ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।

ତାଙ୍କ ପୁଅ ମାନସ ମଧ୍ୟ ବାପାଙ୍କ ସେବାରେ ଅନୁପ୍ରାଣିତ ହୋଇ ନିଜେ ଏହି ମହତ କାର୍ଯ୍ୟକୁ ଆଗକୁ ନେବା ପାଇଁ ସଂକଳ୍ପ ନେଇଥିବା କହିଛନ୍ତି । ଏହାସହ ନିଜ ପରିବାରର ଭବିଷ୍ୟତ ପିଢ଼ି ମଧ୍ୟ ଯେପରି ଏହି ପରମ୍ପରାକୁ ଆଗକୁ ନେଇପାରିବେ ସେଥିପ୍ରତି ଯତ୍ନବାନ ହେଉଥିବା ପ୍ରକାଶ କରିଛନ୍ତି । ତେବେ ତାଙ୍କର ଏପରି ମହତ କାର୍ଯ୍ୟ ପାଇଁ ସତ୍କାରରେ ସହଯୋଗ କରୁଥିବା ସେବାକାରୀ ଵ୍ୟକ୍ତି ମଧ୍ୟ ହର୍ଷ ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.